ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ ଜଙ୍ଗଲଘେରି ଗାଁରେ।  ବୁଧବାର ଅପରାହ୍ନରେ ଛବି ପାତ୍ର (୫୫) ନାମକ ଜଣେ ଆଦିବାସୀ ମହିଳା ନିକଟ ରାମଚଣ୍ଡୀ ଗଳିଆ ନଦୀରେ ବାସନକୁସନ ଧୋଉଥିବା ବେଳେ ବଣବୁଦା ଉହାଡ଼ରେ ଛକି ରହିଥିଲା ଏକ ବଉଳା କୁମ୍ଭୀର। ଏହି ସମୟରେ କୁମ୍ଭୀରଟି ଛବିଙ୍କୁ ଟାଣି ନେଇଥିଲା। ପରେ ଛବି ଓ କୁମ୍ଭୀର ବହୁ ସମୟ ଧରି ଟଣାଓଟରା ଲାଗିଥିଲା। ଚିତ୍କାର ଶୁଣି ନିକଟ ଗାଁ ଲୋକମାନେ ଉଦ୍ଧାର କରିଥିଲେ। ପରେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ସେବା ଗାଡ଼ି ଆସି ପାରି ନ ଥିଲା। ପରେ ଗ୍ରାମର ଲୋକମାନେ କିଛି ଉପାୟ ନ ପାଇ ଏକ କିମି ଦୂର ବାଉଁଶ ଦୋଳା ଭାରରେ ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ। ମୁଖ୍ୟ ରାସ୍ତାରୁ ଜମ୍ବୁ ସାମୁଦ୍ରିକ ଥାନା ଗାଡ଼ିରେ ଅଧିକାରୀ ଅନିତା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରି ମହାକାଳପଡ଼ା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତା ମହିଳାଙ୍କ ପେଟ, ହାତ, ଜଙ୍ଘରେ ଗଭୀର କ୍ଷେତ ହୋଇଥିବା ଜଣାପଡ଼ିଛି।

ଅପରପକ୍ଷରେ ନଦୀନାଳରେ ମାଛ କଙ୍କଡା ବଂଶ ଲୋପ ପାଇବାକୁ ବସିଲାଣି। ସେଥିପାଇଁ ଖାଦ୍ୟ ଅଭାବ ଯୋଗୁ ଅନେକ ସମୟରେ ମଣିଷକୁ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ନଜିର ରହିଛି ବୋଲି କୁହାଯାଇଛି। ସେହିପରି କିଛି ମାସ ପୂର୍ବରୁ ବେଣା କନ୍ଧା ଗ୍ରାମ ଓ କାଉସପାଳ ଗ୍ରାମର ଗୋବରୀ ନଦୀରେ ମାଛ ଧରିବା ପାଇଁ ଯାଇ ଜୀବନ ଯାଇଥିଲା କୁମ୍ଭୀର ମୁହଁରେ। ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କୁ ନଦୀ ପ୍ରବେଶ ନ କରିବା ପାଇଁ ବନବିଭାଗ ପକ୍ଷରୁ ସଚେତନ ରହିବାକୁ କୁହାଯାଉଛି ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ପାଳିତ: ହାତୀ ସୁରକ୍ଷା ପାଇଁ ସଚେତନତା ସଭା

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଚନ୍ଦ୍ରଗିରି ରେଞ୍ଜ ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri