ଜନଶୁଣାଣିକୁ ସ୍ବାସ୍ଥ୍ୟ ବିଭାଗର ଅଣଦେଖା

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୬ରେ ‘ଆମ ଶାସନ’ ବ୍ୟବସ୍ଥା ଆପଣାଯାଇଛି। ଆଭିମୁଖ୍ୟ ରହିଛି, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚତ୍ବ।
ଏଥିପାଇଁ ପର୍ଯ୍ୟାୟକ୍ରମେ ବିଭାଗୀୟ ଅଧିକାରୀଙ୍କଠାରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ତାଗିଦ୍‌ କରାଯାଉଛି। ହେଲେ ସ୍ବାସ୍ଥ୍ୟ ବିଭାଗ ଭଳି କେତେକ ବିଭାଗ ଏହାକୁ ଗୁରୁତ୍ୱ ଦେଉ ନ ଥିବା ପରିଲକ୍ଷିତ ହେଉଛି। କେତେକ ବିଭାଗ ୯୩ ପ୍ରତିଶତ ଲୋକଙ୍କ ଅଭିଯୋଗର ସମାଧାନ କରୁଥିବାବେଳେ ସ୍ବାସ୍ଥ୍ୟ ବିଭାଗ ମାତ୍ର ୫୨ ପ୍ରତିଶତରେ ରହିଛି। ବିଭାଗର ସର୍ବନିମ୍ନ ପ୍ରଦର୍ଶନକୁ ନେଇ ଗୁରୁବାର ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ରହିଛି।
ସବୁଠାରୁ ବଡ଼କଥା ହେଲା, ଯେଉଁ ଗରିବ ହିତାଧିକାରୀମାନେ ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି, ସେମାନଙ୍କ କଥା ଶୁଣିବା ପାଇଁ ସରକାରଙ୍କ ପକ୍ଷରୁ ଜନଶୁଣାଣି ପୋର୍ଟାଲ କାର୍ଯ୍ୟକ୍ଷମ ହେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହି ଅଭିଯୋଗ ଶୁଣୁଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଲାଗି ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ଏହାସତ୍ତ୍ୱେ ଅଧିକାଂଶ ବିଭାଗ ଲୋକଙ୍କ ସମସ୍ୟା ଶୁଣିବାରେ ଶତପ୍ରତିଶତ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ନେଇ ଗୁରୁବାର ସବୁ ବିଭାଗ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ସୁକାନ୍ତ କୁମାର ବେହେରା ସବୁ ବିଭାଗର କ୍ଷେତ୍ରୀୟ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। କାହିଁକି ଦୀର୍ଘଦିନ ଧରି ଲୋକଙ୍କ ଅଭିଯୋଗର ଶୁଣାଣି ହେଉନାହିଁ ସେନେଇ ଟିକିନିଖି ସମୀକ୍ଷା କରାଯିବ। ଏନେଇ ସ୍ବତନ୍ତ୍ର ସଚିବ ଚଳିତମାସ ୪ରେ ଏକ ପତ୍ର ଲେଖିଥିବାବେଳେ ପୁଣିଥରେ ୬ ତାରିଖରେ ପତ୍ର ଲେଖି ଅବଗତ କରାଇଛନ୍ତି।
ସେ ଉକ୍ତ ପତ୍ରରେ ଦର୍ଶାଇଛନ୍ତି, ପ୍ରତ୍ୟେକ ସୋମବାର ଜନଶୁଣାଣି ପୋର୍ଟାଲ ଜରିଆରେ ଆସୁଥିବା ଅଭିଯୋଗଗୁଡ଼ିକୁ ନିୟମିତ ପ୍ରକ୍ରିୟା ଭିତରେ ଶୁଣିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି। ଏହାସତ୍ତ୍ୱେ ଅଧିକାଂଶ ବିଭାଗ ଜନଶୁଣାଣି ଅଭିଯୋଗ ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ନିର୍ଦ୍ଦେଶକୁ ଗୁରୁତ୍ୱ ଦେଉ ନ ଥିବା ପରିଲକ୍ଷିତ ହୋଇଛି। ଏହାକୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବିଭାଗୀୟ ତଥ୍ୟ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗକୁ ସମସ୍ତ ପ୍ରକାର ଶୁଣାଣି ବ୍ୟବସ୍ଥା ଜରିଆରେ ୩,୪୦୪ଟି ଅଭିଯୋଗ ଆସିଛି। ସେଥିମଧ୍ୟରୁ ୧୭୬୮ଟିର ସମାଧାନ ହୋଇଛି। ବାକି ୧୬୩୬ଟି ଅଭିଯୋଗ ଏବେ ବି ବିଭାଗରେ ଗଡୁଛି। ବିଭାଗରେ ଜନଶୁଣାଣି କାର୍ଯ୍ୟକାରିତା ହାର ୫୨% ରହିଛି, ଯାହାକି ସର୍ବନିମ୍ନ। ସେହିପରି ବିଜ୍ଞାନ ଓ କାରିଗରି ବିଭାଗକୁ ମାତ୍ର ୨୫ଟି ଅଭିଯୋଗ ଆସିଥିଲା, ସେଥିରୁ ୧୫ଟିର ଶୁଣାଣି ହୋଇଛି। ଏଥିରେ ବିଭାଗର ପ୍ରଦର୍ଶନ ହାର ୬୦ପ୍ରତିଶତ ରହିଥିବାବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୬୧ ପ୍ରତିଶତ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରଦର୍ଶନ ହାର ୬୨ ପ୍ରତିଶତ ରହିଛି। ଅନ୍ୟପକ୍ଷେ ମିଶନ ଶକ୍ତି ବିଭାଗର ପ୍ରଦର୍ଶନ ହାର ୯୩ ପ୍ରତିଶତ ରହିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରଦର୍ଶନ ହାର ୯୨ପ୍ରତିଶତ ରହିଛି। ଏହି ପରିପ୍ରେକ୍ଷୀରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କ୍ଷେତ୍ରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରଦର୍ଶନ ହାର ସର୍ବନିମ୍ନ ୬୨ ପ୍ରତିଶତ ରହିଥିବାବେଳେ ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ଏବଂ ବିଜ୍ଞାନ ଓ କାରିଗରି ବିଭାଗର ପ୍ରଦର୍ଶନ ହାର ଶତପ୍ରତିଶତ ରହିଥିବା ସ୍ବତନ୍ତ୍ର ସଚିବଙ୍କ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri