ଗଞ୍ଜାମ,୯।୯(ବିଦ୍ୟାଧର ସାହୁ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ
ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଗଞ୍ଜାମ ନଗର ଶାଖା ପକ୍ଷରୁ କାର୍ଯ୍ୟାଳୟ ଠାରେ “ସେବା ପକ୍ଷ” (୧୭ ସେପ୍ଟେମ୍ବର – ୨ ଅକ୍ଟୋବର) ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନଗର ସଭାପତି
ଭଗବାନ ପ୍ରଧାନ ସଭାପତିତ୍ୱ କରିଥିଲେ l ଏହି ବୈଠକରେ ମୋଦିଙ୍କଙ୍କ ଜନ୍ମଦିବସ ତଥା ସେବା ଦିବସ ଉପଲକ୍ଷେ ସଫେଇ, ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହାକୁ ବୁଥ ସ୍ତରରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା l ଏଥିରେ ପୂର୍ବତନ ସଭାପତି କାନ୍ତରି ଦଳେଇ, କାଉନସିଲର ମୋହନ ରେଡି, ନେତାବସନ୍ତ ସାବତ, ପୂର୍ବତନ କାଉନଶିଲର ଦୁର୍ଗା ମାଧବ ପାଣିଗ୍ରାହୀ,ରଞ୍ଜନ ବେହେରା, ପ୍ରକାଶ ରାଉଳ ,କାମେଶ୍ୱର ସାହୁ,ଦୀପକ ବେହେରା,ଗଣେଶ ମହାରଣା,ଆଶୁତୋଷ ଦାସ,ବସନ୍ତ ରେଡ୍ଡୀ,ବାଲାଜୀ ପାଢ଼ୀ,ମୁରଲୀ ଦାସ,କାମେଶ୍ୱର ସାହୁ, ଟୁନା ମହାନ୍ତି,ସତ୍ୟ ବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l


