ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ବି ପୋଲିସ, ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଠପ୍‌

ଭବାନୀପାଟଣା, ୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ। ସେହିପରି ସ୍ଥାନୀୟ ଶିକ୍ଷା ବିଭାଗ ତାଙ୍କୁ ନିଲମ୍ବିତ କରିଥିଲା। ଉକ୍ତ ଦିନ ପ୍ରଧାନଶିକ୍ଷକ ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏହାପରେ ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଥିଲା । ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ ମେହେର ମିଶି ସ୍କୁଲର ଛୋଟ ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ମୋ ସ୍ବାମୀଙ୍କୁ ଫସାଇଥିବା ଦର୍ଶାଇଥିଲେ । ସହକାରୀ ଶିକ୍ଷକ ଯିଶୁ ଗୋପାଲ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ସହ ଖରାପ ସମ୍ପର୍କ ଥିବା ଜାଣି ମୋ ସ୍ବାମୀ ଶିକ୍ଷା ବିଭାଗକୁ ଜଣାଇ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍କୁଲକୁ ବଦଳି କରି ଦେଇଥିଲେ । ଯାହାର ବ୍ୟକ୍ତିଗତ ରାଗ ରଖି ସହକାରୀ ଶିକ୍ଷକ ଗୋପାଲ ଓ ଅନ୍ୟ ୨ ଶିକ୍ଷକ ମିଶି ମୋ ସ୍ବାମୀଙ୍କୁ କର୍ମ କ୍ଷେତ୍ରରେ ମାନସିକ ନିର୍ଯାତନା ଦେବା ସହ ଫସାଇବାକୁ ଚେଷ୍ଟା କରୁଥିଲେ। ଗତ ଅଗଷ୍ଟ ୨୫ ତାରିଖ ସ୍କୁଲର ଝିଅଙ୍କୁ ମୋ ସ୍ବାମୀ ଅସଦାଚରଣ କରିବା ନେଇ ଜୁନାଗଡ଼ ବିଇଓଙ୍କୁ ଡାକ ମାଧ୍ୟମରେ ଅଭିଯୋଗ କରିଥିଲେ। ସେହିପରି ଗତ ୨ତାରିଖ ଗ୍ରାମର କେତେକ ବ୍ୟକ୍ତିଙ୍କୁ ଧରି ସେମାନେ ମୋ ସ୍ବାମୀଙ୍କୁ ସ୍କୁଲରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ସମ୍ମାନହାନୀ କରିବା ପାଇଁ ତାଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଇ ଅସଦାରଣ କରିଥିଲେ। ତେଣୁ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ସହକାରୀ ଶିକ୍ଷକ ଓ ସାମିଲ ଥିବା ଗ୍ରାମର କିଛି ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। ସେହିପରି ପୋଲିସ ଉପଯୁକ୍ତ ନ୍ୟାୟ ଦେଇ ନ ପାରିଲେ ଆତ୍ମହତ୍ୟା କରିବାକୁ ବାଧ୍ୟହେବି ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଳା ନଂ (୫୮୦/୨୫ ) ରୁଜୁ କରିଥିଲା। ହେଲେ ଇତିମଧ୍ୟରେ ଏହି ଘଟଣାର ସପ୍ତାହ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଶିକ୍ଷକଙ୍କ ଉପରେ ପୋଲିସ ନାଁ ଶିକ୍ଷା ବିଭାଗର କାର୍ଯ୍ୟନୁଷ୍ଠାନ ଠପ୍‌ ଦେଖିବାକୁ ମିଳିଛି। ଯାହାକୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। କେଳ ତଦନ୍ତ ଚାଲିଛି କହି ପୋଲିସ ଓ ଶିକ୍ଷା ବିଭାଗ ନିଜ ଦୋଷ ଖସାଉଛନ୍ତି। ପ୍ରଧାନଶିକ୍ଷକଙ୍କ ନାମରେ ଅଭିଯୋଗ ହେବା ପରେ ୨୪ ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଇ ପୋଲିସ ଗିରଫ କରିଥିବାବେଳେ ଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ହେଲେ ପ୍ରଧାନ ଶିକ୍ଷକଙ୍କ ସ୍ତ୍ରୀ ଏତଲା ଦେବାର ସପ୍ତାହ ପରେ ବି ଉଭୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏପରିକି ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଲିଖିତ ଅଭିଯୋଗକୁ ଛାତ୍ରୀଙ୍କ ଅଭିଭାବକ,ଗ୍ରାମବାସୀ ତଥା ସ୍କୁଲ ପରିଚାଳନା କମିଟି ନ ଆଣି ସ୍କୁଲର ଜଣେ ସହକାରୀ ଶିକ୍ଷକ ଯିଶୁ ଗୋପାଳ ବିଇଓଙ୍କୁ ଡାକ ମାଧ୍ୟମରେ ଦେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହକାରୀ ଶିକ୍ଷକ ଗୋପାଳ ଅଭିଯୋଗ ଦେବା ନେଇ ଉଭୟ ପୋଲିସ ଓ ଶିକ୍ଷା ବିଭାଗ ଜାଣିଥିଲେ ମଧ୍ୟ ଏହାର ପ୍ରଥମେ ତଦନ୍ତ ନ କରି ସେମାନେ ତରବରିଆ ଭାବେ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଥିଲେ। ତେବେ କେଉଁ ସ୍ବାର୍ଥରେ ସହକାରୀ ଶିକ୍ଷକ ଗୋପାଳ ବିଇଓ ଅଫିସକୁ ଛାତ୍ରୀଙ୍କ ଅଭିଯୋଗ ଆଣିଥିଲେ ଓ ଏହି ଚିଠି ଲେଖା, ଦସ୍ତଖତ ପ୍ରକୁତ ଛାତ୍ରୀଙ୍କର ନା ନାହିଁ ତାହା ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡନ୍ତ। ସପ୍ତାହ ପରେ ବି ଉପରୋକ୍ତ ୩ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯିବା ପୋଲିସ ଓ ଶିକ୍ଷା ବିଭାଗର ଭୂମିକାକୁ ନେଇଁ ସନ୍ଦେହ ପ୍ରକାଶ ପାଇଛି। ସହକାରୀ ଶିକ୍ଷକ ଯିଶୁ ଗୋପାଳଙ୍କ ଉପରେ ଜୁନାଗଡ଼ର ଏକ ଆତ୍ମଘୋଷିତ ବରିଷ୍ଠ ସାମାଜିକ କର୍ମୀଙ୍କ ହାତ ରହିଥିବାରୁ ଉଭୟ ପୋଲିସ ଓ ଶିକ୍ଷା ବିଭାଗ ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ନେବାକୁ ମଣୁ ନ ଥିବା ଶୁଣିବାକୁ ମିଳୁଛି। ଏ ନେଇ ଘଟଣାର ତଦନ୍ତ କରୁଥିବା ପୋଲିସ ଏସଆଇ ସୋନାଲିଶା ବିଶ୍ୱାଳ ଓ ଆଇଆଇସି ଶେଷଦେ ବେହେରାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି ଉଭୟେ ଅତି ହାଲୁକା ଭାବେ ସଫେଇ ଦେଇଥିଲେ। ସେହିପରି ଏହି ଘଟଣାକୁ ନେଇ ଜୁନାଗଡ଼ ବିଇଓ ତପନ ମାଝୀଙ୍କୁ ପଚାରିବାରୁ ମୁଁ ଜିଲା ଶିକ୍ଷାଅଧିକାରୀଙ୍କୁ ଏ ବିଷୟରେ ଜଣାଇ ଦେଇଛି ବୋଲି ସଫେଇ ଦେଇଥିଲେ। କଳାହାଣ୍ଡି ଜିଲାପାଳ ତଥା ଏସପି ଏହି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri