ଜୁନାଗଡ଼ରେ ଭାଜପା ରାଜ୍ୟ ସଭାପତି, କହିଲେ ଲୋକଙ୍କ ସରକାର, ସେହିମାନଙ୍କ ପାଇଁ…

ଭବାନୀପାଟଣା,୨୭ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରଥମ ଦିନରେ ସେ କେସିଙ୍ଗା ଓ ଭବାନୀପାଟଣା ବ୍ଲକ ଗସ୍ତ କରିଥିବାବେଳେ ବୁଧବାର ଦିତୀୟ ଦିନରେ ସେ ଜୁନାଗଡ଼ ଓ ଗସ୍ତ କରିଛନ୍ତି। ଏହି ଅବସରରେ ଜୁନାଗଡ଼ ବ୍ଲକ ବନମାଳୀପୁର ଛକଠାରୁ ତାଙ୍କୁ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତା ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ଜୁନାଗଡ଼ ଟାଉନ ହଲ୍‌ ପ୍ରର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ସେଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ସାମଲ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ତୃଣମୂଳ ସ୍ତରରେ କାମ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ । ଭାଜପା ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ପାଇଁ ସବୁବେଳେ କାମ କରିବ। ଦେଶରେ କଂଗ୍ରେସ ୪୦ ବର୍ଷ ଶାସନ କଲା, ପରିବାର ବାଦ ଶାସନ କରୁଥିଲା । କଂଗ୍ରେସ ଗରିବୀ ହଟାଓ ସ୍ଲୋଗାନ ଦେଇଥିଲା। ହେଲେ ଗରିବୀ ଆହୁରି ବଢ଼ିଗଲା। ସେହିପରି ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାସନ କଲା, ହେଲେ ଲୋକଙ୍କୁ ପ୍ରତାରଣା କଲେ। ବିଜେଡି ସରକାର ସମୟରେ ଗର୍ବ ଅହଂକାର ଚରମସୀମାରେ ପହଞ୍ଚିଥିଲା। ଚାଷୀଙ୍କୁ ବିଜେଡି ଗରିବ କରିବାକୁ ଚାହୁଁଥିଲା। ୨୪ ବର୍ଷରେ ଚାଷୀଙ୍କୁ ଟଙ୍କାଟିଏ ବି ଇନପୁଟ୍‌ ସହାୟତା ରାଶି ପ୍ରଦାନ କରି ନ ଥିଲା। ଯାହାଫଳରେ ଚଳିତ ସାଧାରଣ ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ୍‌ ସବ ସିଡ଼ି ପ୍ରଦାନ କରି ତାଙ୍କ ମନୋବଳ ତଥା ଆଗକୁ ବଢ଼ିବାକୁ ଆହୁରି ସୁଦୃଢ଼ କରିଛୁ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି। ଭାଜପା ଦଳ ସାଧାରଣ ଜନତାଙ୍କ ଭୋଟ ପାଇ ଶାସନକୁ ଆସିଛି। ସରକାର ଆସିବା ପରେ ଲୋକଙ୍କ ପାଖକୁ କିଭଳି ବିକାଶ ପହଞ୍ଚିବ ସେ ନେଇ ସବୁବେଳେ ତତ୍ପରତା ଦେଖାଉଛନ୍ତି ବୋଲି ରାଜ୍ୟ ସଭାପତି ସାମଲ କହିଥିଲେ। ଏହି ଅବସରରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଭାଜପାରେ ସାମିଲ ହୋଇଥିଲେ।
ଏଥିରେ ଗୋଲାମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ସାହୁ ସମେତ ଅନେକ ସମିତି ସଭ୍ୟ,ସରପଞ୍ଚ ମଧ୍ୟ ରହିଥିଲେ।
ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସାମଲଙ୍କ ସମେତ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାଏକ, ହିମାଂଶୁ ଶେଖର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ମହାନନ୍ଦ,ପୂର୍ବତନ ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଅଜୟ ପାଣିଗ୍ରାହୀ, ଜିଲା ମିଡିଆ ସେଲ ସଂଯୋଜକ ନରହରି ପଟ୍ଟନାୟକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ପରିଷଦ ସଦସ୍ୟ ମନୋଜ ମେହେର ପରିଚାଳନା କରିଥିବାବେଳେ ପୂର୍ବତନ ନଗରପାଳ ତଥା ଜିଲା ଉପସଭାପତି ମୁକେଶ ଅଗ୍ରଓ୍ବାଲ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri