Posted inଖେଳ

ବଦଳିଯିବ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନାମ! ୭୦୦ କୋଟିର ଡିଲ୍‌ ପରେ ନିଆଯାଇଛି ନିଷ୍ପତ୍ତି?

ମୁମ୍ବାଇ,୨୨।୮: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ବିଦେଶରେ ମଧ୍ୟ ବହୁତ ଟଙ୍କା ନିବେଶ କରୁଛି। କିଛି ସପ୍ତାହ ପୂର୍ବରୁ, MI ଫ୍ରାଞ୍ଚାଇଜ ଦି ହଣ୍ଡ୍ରେଡ ଲିଗର ଓଭାଲ ଇନଭିନ୍ସିବଲ୍ସ ଦଳରେ ୪୯ ପ୍ରତିଶତ ଅଂଶଧନ କିଣିଛି। ଏବେ ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି ଯେ ଓଭାଲ ଇନଭିନ୍ସିବଲ୍ସ ‘MI ଲଣ୍ଡନ’ ଭାବରେ ଜଣାଯିବ। ଏହି ନୂତନ ନାମ ପରବର୍ତ୍ତୀ ସିଜିନ ପ୍ରଯୁଜ୍ୟ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଓଭାଲ ଇନଭିନ୍ସିବଲ୍ସ ଷଷ୍ଠ ଦଳ ପାଲଟିଛି ଯାହାର ମାଲିକାନା ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଅଛି।

ଦି ଟେଲିଗ୍ରାଫ ଅନୁଯାୟୀ, ଦି ହଣ୍ଡ୍ରେଡ ସିଜିନ ୨୦୨୬ ପୂର୍ବରୁ ଓଭାଲ ଇନଭିନ୍ସିବଲ୍ସର ନାମ ‘MI ଲଣ୍ଡନ’ ରଖାଯିବ। ୨୦୨୫ ସିଜିନ ଆରମ୍ଭ ହେବା ପୂର୍ବରୁ, ଦି ହଣ୍ଡ୍ରେଡ ଦଳରେ ଅତି କମରେ ୪୯ ପ୍ରତିଶତ ଅଂଶଧନ ପାଇଁ ବିଡିଂ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ, MI ଫ୍ରାଞ୍ଚାଇଜ ଓଭାଲ ଇନଭିନ୍ସିବଲ୍ସ ଦଳ ପାଇଁ ବିଡିଂ କରିଥିଲା, ଯାହାର ମୂଲ୍ୟ ୧୨୩ ନିୟୁତ ପାଉଣ୍ଡ ବୋଲି କୁହାଯାଉଥିଲା। ଯେହେତୁ ମୁମ୍ବାଇ ଇଣ୍ଡିଆନ୍ସ ୪୯ ପ୍ରତିଶତ ଅଂଶଧନ କିଣିଛି, ତେଣୁ ସେମାନଙ୍କୁ ଏଥିପାଇଁ ୬୦ ନିୟୁତ ପାଉଣ୍ଡରୁ ଅଧିକ ଦେବାକୁ ପଡିବ। ଯାହା ଭାରତୀୟ ମୁଦ୍ରାରେ ୭୦୦ କୋଟି ଟଙ୍କାରୁ ଅଧିକ ହେବ।

ମୁମ୍ବାଇ ଇଣ୍ଡିଆନ୍ସ ଏବେ ଓଭାଲ ଇନଭିନ୍ସିବଲ୍ସରେ ୪୯ ପ୍ରତିଶତ ଅଂଶଧନ ରଖିଛି, ବାକି ୫୧ ପ୍ରତିଶତ ଏବେ ବି ସରେ କାଉଣ୍ଟି କ୍ଲବର ମାଲିକାନା। ଦି ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ, ସରେ ଚାହୁଁଥିଲା ଯେ ଓଭାଲ ଇନଭିନ୍ସିବଲ୍ସର ନିଜସ୍ବ ନାମ ରହୁ, ଏହା ସତ୍ତ୍ୱେ, ପରବର୍ତ୍ତୀ ସିଜନରୁ ଦଳଟି MI ଲଣ୍ଡନ ନାମରେ ନାମିତ ହେବ।

ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ର ବର୍ତ୍ତମାନ ସାରା ବିଶ୍ୱରେ ମୋଟ ୬ଟି ଦଳ ଅଛି। ମୁମ୍ବାଇ ଇଣ୍ଡିଆନ୍ସ ଦଳ BCCI ଦ୍ୱାରା ପରିଚାଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଏବଂ ମହିଳା ପ୍ରିମିୟର ଲିଗ (WPL) ରେ ଖେଳେ। ମୁମ୍ବାଇ ଇଣ୍ଡିଆନ୍ସ ଆମେରିକାର ମେଜର୍‌ ଲିଗ କ୍ରିକେଟ (MLC) ରେ MI ନ୍ୟୁୟର୍କର ମାଲିକ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର SA20 ରେ MI କେପ ଟାଉନ, ଇଣ୍ଟରନ୍ୟାସନାଲ ଲିଗ T20 (ILT20) ରେ MI ଏମିରେଟ୍ସ ଏବଂ ଇଂଲଣ୍ଡର The Hundred ଲିଗ ରେ Oval Invincibles, ଏସବୁ MI ଫ୍ରାଞ୍ଚାଇଜର ମାଲିକାନା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri