ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ ନା: ପରିବେଶ ଶିକ୍ଷା କେନ୍ଦ୍ର ପକ୍ଷରୁ ଅଭିନବ ପ୍ରୟାସ

କାଲିମେଳା, ୧୯।୮(ଜୀବନ କୃଷ୍ଣ ଦାସ):ମାଲକାନାଗିରି ଜିଲା କାଲିମେଳା ବ୍ଲକ ସଦର ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ରାଲି କରିବା ସହ ବିଭିନ୍ନ ନାରା ଦେଇଥିଲେ l ଆମର ପରିବେଶ ସୁରକ୍ଷା ପାଇଁ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶର ତରଫରୁ ଏହି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ରାଜେଶ କୁମାର ମହାନ୍ତ, ପ୍ରୋଜେକ୍ଟ ଅଫିସର ପରିବେଶ ମନ୍ତ୍ରାଳୟ ଭୁବନେଶ୍ବର, ସମ୍ମାନୀତ ଅତିଥି ଭାବେ ସୁଶାନ୍ତ ଲେଙ୍କା ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପରିବେଶ ମନ୍ତ୍ରାଳୟ ଭୁବନେଶ୍ବର, ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଜେନା, ସହକାରୀ ଶିକ୍ଷକ ଧ୍ରୁବ ଚରଣ ନାୟକ, ସହକାରୀ ଶିକ୍ଷୟିତ୍ରୀ ମିନତୀ ବଳା ଦତ୍ତ, ମମତା ମହାପାତ୍ର, ସାବିତ୍ରୀ ଲେଙ୍କା, ରାଧା ରାଣୀ ମହାପାତ୍ର ଓ ଖେଳ ଶିକ୍ଷକ ଭୀମା ପଡିଆମି ପ୍ରମୁଖ କାଯ୍ୟକ୍ରମରେ ଉପସ୍ଥିତ ଥିଲେ।

ତେବେ ପରିବେଶ ମନ୍ତ୍ରଣାଳୟ ଦ୍ବାରା ମାଲକାନାଗିରି ଜିଲାରେ ୪ଟି ବିଦ୍ୟାଳୟ ମନୋନୀତ ହୋଇଛନ୍ତି l ଉକ୍ତ ବିଦ୍ୟାଳୟଗୁଡିକ ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟ, ଜୱାନପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନାଗିରି ଓ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ପଦ୍ମଗିରି l ଏହି ବିଦ୍ୟାଳୟରେ ଏକକ ପ୍ଲାଷ୍ଟିକ ବ୍ୟବହାର ଫଳରେ ପରିବେଶ କିପରି ନଷ୍ଟ ହୋଇ ଜୀବଜଗତ ଉପରେ ତାର କୁପ୍ରଭାବ ପଡ଼ିବା ଦ୍ବାରା ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହୋଇଛି l ଏଥିରୁ ନିବୃତ୍ତ ରହିବା ପାଇଁ ପରିବେଶ ମନ୍ତ୍ରାଳୟ ବିଦ୍ୟାଳୟରେ ଭିଡିଓ ପ୍ରଦର୍ଶନ, ଚିତ୍ରାଙ୍କନ, ବକ୍ତୃତା, ରାଲି ମାଧ୍ୟମରେ ଛାତ୍ରଛାତ୍ରୀମା ଙ୍କୁ ଏକକ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନତା ସୃଷ୍ଟି କରୁଛି l
ପ୍ଲାଷ୍ଟିକ ମଣିଷ ଦୈନଦିନ ଜୀବନରେ ଆବଶ୍ୟକତା ପୂରଣ କରୁଥିବାବେଳେ ତାରା ବିକଳ୍ପ ଆଜିଯାଏ ବାହାରି ପାରିନାହିଁ l ତଥାପି ପ୍ଲାଷ୍ଟିକ ମାଟିରେ ମିଶିବା ଦ୍ବାରା ମାଟି ଦୂଷିତ ହେଉଛି। ପ୍ଲାଷ୍ଟିକକୁ ପୋଡ଼ିଲେ ବାୟୁ ପ୍ରଦୂଷଣ ହେଉଛି l ପ୍ଲାଷ୍ଟିକ ଏଣେ ତେଣେ ପଡ଼ିବା ଦ୍ବାରା ଏହାକୁ ଜୀବଜନ୍ତୁ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି l ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଦେହରେ ଯାଇ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରୁଛି l ପ୍ୟାକଟ୍‌ ପଲିଥିନରେ ପାନୀୟ ଜଳ ପିଇବା ଦ୍ବାରା ମଣିଷ ଶରୀରରେ ନାନାଦି ରୋଗ ସୃଷ୍ଟି ହେଉଛି l ଯାହାକି ମଣିଷ ସାମାଜ ପାଇଁ ପ୍ଲାଷ୍ଟିକ ବିପଦ ସୃଷ୍ଟି କରୁଛି। ତେଣୁ ପ୍ଲାଷ୍ଟିକ ଠାରୁ ଦୁରେଇ ରହିବ ମଣିଷ ସାମାଜ ପାଇଁ ଜରୁରୀ ରହିଛି l


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri