କେମ୍ବ୍ରିଜ୍‌ ଡିକ୍ସିନାରିରେ ଯୋଡ଼ିହେଲା ୬ ହଜାର ନୂଆ ଶବ୍ଦ

ଲଣ୍ଡନ,୧୯ା୮:କେମ୍ବ୍ରିଜ୍‌ ଡିକ୍ସିନାରି ନିଜର ଅନ୍‌ଲାଇନ ସଂସ୍କରଣରେ ୬ ହଜାର ନୂତନ ଶବ୍ଦକୁ ସ୍ଥାନିତ କରିଛି। ଏଥିମଧ୍ୟରୁ ଅନେକ ହେଉଛି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟବହୃତ ହେଉଥିବା ଶବ୍ଦ। ସାଧାରଣତଃ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫା ଦ୍ୱାରା ଲୋକପ୍ରିୟ ହୋଇଥିବା ଶବ୍ଦ ‘delulu’, ‘skibidi’, ‘tradwife’କୁ କେମ୍ବ୍ରିଜ୍‌ ନିଜ ଶବ୍ଦକୋଷରେ ସ୍ଥାନିତ କରିଛି। ଏନେଇ ଡିକ୍ସିନାରର ପ୍ରକାଶକ ସୋମବାର ସୂଚନା ଦେଇଛନ୍ତି।
କେମ୍ବ୍ରିଜ୍‌ ୟୁନିଭର୍ସିଟି ପ୍ରେସ୍‌ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ସାମ୍ପ୍ରତିକ ସ୍ଥିତିରେ ‘tradwife’କୁ ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍‌ ପରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁ଼ଡ଼ିକରେ ଟ୍ରାଡିସିନାଲଓ୍ବାଇଭ୍‌ ବଦଳରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ତେଣୁ ଉକ୍ତ ଶବ୍ଦକୁ ଡିକ୍ସିନାରି ନିଜ ଶବ୍ଦକୋଷରେ ସ୍ଥାନିତ କରିଛି। ସେହିପରି ‘skibidi’ ଶବ୍ଦକୁ ବ୍ୟାପକ ଭାବରେ ବିଭିନ୍ନ ଅନ୍‌ଲାଇନ ମିମ୍ସରେ ବ୍ୟବହାର କରାଯାଉଛି। ଏହି ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନ ଥିବା ବେଳେ ବିଭିନ୍ନ ସ୍ଥିତିରେ ଭଲ କିମ୍ବା ଖରାପ ଦର୍ଶାଇବା ପାଇଁ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫାର ୟୁଜର୍ସ ଏହାକୁ ବ୍ୟବହାର କରୁଛନ୍ତି। ସେହିପରି ‘delulu’ ଡିଲ୍ୟୁଶନାଲ ଶବ୍ଦରୁ ଆସିଛି। ୨୦୨୫ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌ ଦେଶର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ‘delulu’ ଶବ୍ଦର ବ୍ୟବହାର କରିଥିଲେ। ଏକ ସତ୍ୟ ହୋଇ ନ ଥିବା କଥାରେ ବିଶ୍ୱାସ କରିବାକୁ ନେଇ ସମ୍ପ୍ରତି ‘delulu’ ଶବ୍ଦର ବହୁଳ ବ୍ୟବହାର କରାଯାଉଛି। ଅନନ୍ୟ ଫ୍ୟାଶନ ଲୁକ୍‌କୁ ବର୍ଣ୍ଣନା କରିବା ପାଇଁ ସମ୍ପ୍ରତି ବ୍ୟବହୃତ ହେଉଥିବା ‘lewk’, ଇନ୍‌ସ୍ପାରେଶନ ବଦଳରେ ସଂକ୍ଷିପ୍ତ ଭାବେ ବ୍ୟବହୃତ ହେଉଥିବା ‘inspo’ ଶବ୍ଦକୁ ମଧ୍ୟ କେମ୍ବ୍ରିଜ୍‌ ଡିକ୍ସିନାରିର ଶବ୍ଦକୋଷରେ ଯୋଡ଼ାଯାଇଛି। ସେହିପରି କୌଣସି କାର୍ଯ୍ୟ କରୁ ନ ଥିବା ସମୟରେ କାମ କରିବା ପରି ଦେଖେଇ ହେବା ପାଇଁ ସମ୍ପ୍ରତି ବ୍ୟବହୃତ ହୋଇଥିବା ‘mouse jiggler’ ଶବ୍ଦକୁ ମଧ୍ୟ ଡିକ୍ସିନାରି ଶବ୍ଦକୋଷରେ ଯୋଡ଼ାଯାଇଛି। ବୈବାହିକ ସମ୍ପର୍କ ପରି କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ନିବିଡ଼ ଏବଂ ବିଶେଷ ସମ୍ପର୍କ ପାଇଁ ସମ୍ପ୍ରତି ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ‘work spouse’ ଶବ୍ଦ ମଧ୍ୟ କେମ୍ବ୍ରିଜ୍‌ର ଶବ୍ଦକୋଷରେ ସ୍ଥାନ ପାଇଛି। ଡିକ୍ସିନାରି ପକ୍ଷରୁ କେବଳ ସେହି ଶବ୍ଦଗୁଡ଼ିକୁ ନିଜ ଅନ୍‌ଲାଇନ ସଂସ୍କରଣରେ ଯୋଡ଼ାଯାଇଛି, ଯାହାକୁ ଦୀର୍ଘଦିନ ହେବ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ସମୟ ସହ ଇଣ୍ଟରନେଟ ସଂସ୍କୃତି ଇଂରାଜୀ ଭାଷାରେ ପରିବର୍ତ୍ତନ ଆଣୁଛି। ତେଣୁ ଏହାର ପ୍ରଭାବକୁ ପର୍ଯ୍ୟବେକ୍ଷଣ କରିବା ପରେ ସେଥିମଧ୍ୟରୁ କେତେକ ଶବ୍ଦକୁ ଗ୍ରହଣ କରାଯାଇଥିବା ନେଇ କେମ୍ବ୍ରିଜ୍‌ ଡିକ୍ସିନାରିର ଲେକ୍ସିକାଲ ପ୍ରୋଗ୍ରାମ ମ୍ୟାନେଜର କୋଲିନ୍‌ ମ୍ୟାକ୍‌ଇଣ୍ଟୋଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri