୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ, କୃତିକା ପୁଣି ଗର୍ଭବତୀ ହେବା ପରେ ଏମିତି କହିଲେ ପ୍ରଥମ ପତ୍ନୀ… 

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପୁଣି ଥରେ ଖବରରେ ଅଛନ୍ତି। ଅରମାନ ପଞ୍ଚମ ଥର ଲାଗି ବାପା ହେବେ। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ ଅଛନ୍ତି। ପୂର୍ବରୁ ସେ ଚାରି ସନ୍ତାନର ବାପା। ସୋସିଆଲ ମିଡିଆରେ ଏବେ ସେ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ଅରମାନ ତାଙ୍କ ଉଭୟ ପତ୍ନୀଙ୍କ ସହ କିଛି ଫଟୋ ଶେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ଅରମାନ କରିଥିବା ପୋଷ୍ଟରେ କୃତିକା ଉତ୍ସାହିତ ଥିବା ନଜର ଆସୁଥିବା ବେଳେ ପ୍ରଥମ ପତ୍ନୀମଧ୍ୟ ଖୁସି ଦେଖାଯାଉଛନ୍ତି। କୃତିକାଙ୍କ ହାତରେ ପ୍ରେଗ୍ନେନ୍ସି କିଟ୍‌ ମଧ୍ୟ ରହିଛି। ଅରମାନ ଏହି ଫଟୋ ସେୟାର କରି ଲେଖିଛନ୍ତି, ଘରକୁୁ ପୁଣି ଏକ ଖୁସି ଆସୁଛି। ତାଙ୍କ ଗର୍ଭାବସ୍ଥା ଖବର ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି।

 

View this post on Instagram

 

A post shared by Armaan Malik (@armaan__malik9)

ମଲିକ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ସକ୍ରିୟ ରୁହନ୍ତି। ଦୈନିକ ବ୍ଲଗ ଶେୟାର କରିବାଠାରୁ ଆରମ୍ଭ କରି ବ୍ରାଣ୍ଡ ପ୍ରମୋସନ ଓ ମ୍ୟୁଜିକ ଭିଡିଓ ନିର୍ମାଣ ପର୍ଯ୍ୟନ୍ତ, ସେମାନେ ଏକ ବଡ଼ ଫ୍ୟାନ୍‌ ଫଲୋଇଂ ତିଆରି କରିଛନ୍ତି ।
ମଲିକ ପରିବାର ପୂର୍ବରୁ ସୋସିଆଲ ମିଡିଆରେ ଲୋକପ୍ରିୟ ଥିଲେ। କିନ୍ତୁ ବିଗ ବସ୍‌ ଓଟିଟି ୩ରେ ତିନିଜଣ ଯୋଗ ଦେଇ ଘରେ ଘରେ ପରିଚିତ ହୋଇଥିଲେ। ଏହି ଶୋ’ର ଗ୍ରାଣ୍ଡ ପ୍ରିମିୟରରେ ତାଙ୍କ ବହୁବିବାହ ଚର୍ଚ୍ଚାରେ ରହିଥିଲା। ଶୋ’ ପରେ ମଧ୍ୟ ଅରମାନ ଓ ତାଙ୍କ ପତ୍ନୀମାନେ ଅନେକ ବିବାଦରେ ଘେରି ହୋଇଛନ୍ତି।
ଅରମାନଙ୍କ ବିବାହ ବିଷୟରେ କହିବାକୁ ଗଲେ, ୨୦୧୧ରେ ସେ ପ୍ରଥମ ପତ୍ନୀ ପାୟଲ ମଲିକଙ୍କୁ ବିବାହ କରିଥିଲେ। ପରେ ଏହି ଦମ୍ପତିଙ୍କର ପୁତ୍ର ଚିକୁ ଜନ୍ମ ହୋଇଥିଲା। ୨୦୧୮ରେ ଅରମାନ ପାୟଲଙ୍କ ସବୁଠାରୁ ନିକଟତମ ବନ୍ଧୁ କୃତିକା ମଲିକଙ୍କୁ ବିବାହ କରିଥିଲେ। ଅରମାନ ୨୦୨୨ରେ ତାଙ୍କ ଉଭୟ ପତ୍ନୀଙ୍କ ଗର୍ଭବତୀ ହେବାର ଘୋଷଣା କରି ଚର୍ଚ୍ଚାରେ ଆସିଥିଲେ। କୃତିକା ଓ ଅରମାନ ୬ ଏପ୍ରିଲ ୨୦୨୩ରେ ଜୈଦଙ୍କୁ ଜନ୍ମ ଦେଇଥିଲେ। ସେହି ବର୍ଷ ସେମାନେ ପାୟଲଙ୍କ ସହ ଯାଆଁଳା ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ। ବର୍ତ୍ତମାନ ଅରମାନ ଚାରି ସନ୍ତାନର ପିତା ଅଟନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri