‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ ସଦସ୍ୟ ତଥା ଶୈବପୀଠ ପ୍ରତିଷ୍ଠାତା ପ୍ରମୋଦ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ  ଦିଗପହଣ୍ଡି  ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି  ଡ. ଯୁଧିଷ୍ଠିର ସ୍ବାଇଁ  ଅଧ୍ୟକ୍ଷତା କରିଥିଲେ।ଆଇନଜୀବୀ ଅଶେଷ ନାଥ ମିଶ୍ର ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ଥିଲେ।ସଂଘର ସମ୍ପାଦକ କେ. ନାଗେଶ୍ଵର ରାଓ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ନରହରୀ ସାହୁ ସଂଘର ଆୟ ବ୍ୟୟ ରିପୋର୍ଟ ଉପସ୍ଥାପନ କରିଥିଲେ। ଗତ ୨୦୨୫ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ରସରକାର ସଂସଦରେ ଅର୍ଥ ବିଲ ପାରିତ ସମୟରେ ତରବରିଆ ଭାବେ ଭେଲିଡେସନ୍ ଆକ୍ଟ ପାରିତ କରାଇଥିଲେ । ଦେଶର କୋଟି କୋଟି ପେନସନ ଭୋଗୀଙ୍କ ପେନସନ ବ୍ୟବସ୍ଥାକୁ ସଙ୍କୁଚିତ କରାଯିବା ସହ  ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପାଇଁ ଏହି ଆକ୍ଟ୍ ପ୍ରଣୟନ ର ଅସଲ ଉଦ୍ଦେଶ୍ୟ ବୋଲି ସଂଘ ର କର୍ମକର୍ତ୍ତା ବୃନ୍ଦ କହିଥିଲେ।ସମ୍ବିଧାନରର ୧୪ ଧାରା  ପ୍ରକାରେ ପେନସନ ଭୋଗୀ ସମ୍ମାନର ସହ ବଞ୍ଚିବାର ଅଧିକାର ବୋଲି ଉଚ୍ଚତମ ନ୍ୟାୟାଳୟ ପୂର୍ବରୁ ଆଦେଶ ଦେଇଥିବା ନେଇ ସଭାରେ ମତ ପ୍ରକାଶ ପାଇଥିଲା। ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀଥାରମଣ ଏକ ବିବୃତି ଦେଇ ପେନସନ ଗ୍ରହୀତା ଙ୍କ ପାଇଁ କୌଣସି ନୂତନ ନିୟମ କାର୍ଯ୍ୟକାରୀ ହେବ ନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ନେତୃତ୍ଵାଧୀନ କେନ୍ଦ୍ର ର ୟୁପିଏ ସରକାରଙ୍କ ସମୟରେ ପାରିତ ହୋଇଥିବା ସମସ୍ତ ନିୟମାବଳୀ ଅନୁସାରେ  ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିବାରୁ ସଂଘ ପକ୍ଷରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା।ସଂଘର ଉପସଭାପତି ସୁବାଷ ଚନ୍ଦ୍ର ପାଢୀ, ସହ ସମ୍ପାଦକ ଭବାନୀ ପ୍ରସାଦ ପାଢ଼ୀ,ସହ ସମ୍ପାଦକ ଭବାନୀ ପାଢୀ, ହିସାବ ନିରୀକ୍ଷକ ଗଣେଷ  ମହାରଣା, କାର୍ଯ୍ୟକାରୀ କମିଟିସଭ୍ୟ ଭୀମସେନ ପଣ୍ଡା,ସୁଷମା ପାଠୀ, ଦଣ୍ଡପାଣି ସାହୁ,    ରାଜକିଶୋର ଚୌଧୁରୀ, ବିମ୍ବାଧର  ବେହେରା, କୃଷ୍ଣଚନ୍ଦ୍ର ବ୍ରହ୍ମା,ସୁବାଷ ଚୌଧୁରୀ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ପଦ୍ମଚରଣ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?