ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ ନ ହେଲେ ପୁଣି ଥରେ କଙ୍କାଳ ବୋହିନେବେ ବୋଲି କହିଛନ୍ତି। ତାଙ୍କର ଏହି ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ବ୍ୟାପୁଛି।

ସୂଚନାଯୋଗ୍ୟ, ଜିତୁ ମୁଣ୍ଡା ତାଙ୍କ ଭଉଣୀ କାଲାରା ମୁଣ୍ଡାଙ୍କ ଜମା ଟଙ୍କାକୁ ମଲ୍ଲୀପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଉଠାଇ ବାକୁ ଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଭଉଣୀ ନ ଆସିଲେ ଟଙ୍କା ଦେବୁନାହିଁ କହିବାରୁ ଭଉଣୀଙ୍କ କଙ୍କାଳ ବୋହି ବ୍ୟାଙ୍କ ସମ୍ମୁଖରେ ରଖିଥିଲେ। ଘଟଣା ପରେ ଜିତୁ ଆନ୍ତର୍ଜାତିୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ପରେ ଜମା ଟଙ୍କା ସହ ଅନୁଦାନ ମିଳିଥିଲା। ଜିତୁ ମାସକୁ ୩୫ କେଜି ଚାଉଳ ପାଇବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଜିତୁମୁଣ୍ଡାଙ୍କ ଜମାଖାତାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଆର୍ଥିକ ସହାୟତା ମିଳିଛି। ଏବେ ଜିତୁ ମୁଣ୍ଡାଙ୍କ ଗାଁ ଡିଆନାଳୀ ଗ୍ରାମରେ ପାନୀୟ ଜଳ ସହ ରାସ୍ତାଘାଟ ସମସ୍ୟା ରହିଛି। ତେଣୁ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନ ଦେଲେ ଜିତୁ ପୁଣି କଙ୍କାଳକୁ ଖୋଳିକି ନେଇ ଯିବେ ବୋଲି ଏକ ପ୍ରତିକ୍ରିୟାରେ କହିଛନ୍ତି। ଉକ୍ତ କଥା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

ମା’ ରାମଚଣ୍ଡୀଙ୍କୁ ଜମି ଦାନ ଦେଇଥିଲେ ରାଜା, ଭୋଗ କରୁଛନ୍ତି ଜବରଦଖଲକାରୀ, ପାଉଣା ଦେବାର ନାଁ ଧରୁନାହାନ୍ତି

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୭୩୭ ମସିହାଠାରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ମୌଜାରେ ମା’ ରାମଚଣ୍ଡୀ ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ…

ଅଭିନେତାରୁ ହୋଇଥିଲେ ରାଜନେତା, ହେଲେ ଏବେ ଆଉ ଅଭିନୟ କରିବେନି ବିଜୟ!

ଚେନ୍ନାଇ,୧୦।୫: ରବିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ। ମୁଖ୍ୟମନ୍ତ୍ରୀ ହେବା ପରେ ‘ଜନ ନାୟାଗନ’ ବିଜୟଙ୍କ ଶେଷ ଚଳଚ୍ଚିତ୍ର…

ବିଜୟଙ୍କ ପ୍ରଥମ ଦରମା ଥିଲା ମାତ୍ର ଏତିକି ଟଙ୍କା, ଏବେ ଦିନକୁ ରୋଜଗାର କରୁଛନ୍ତି…

ଚେନ୍ନାଇ,୧୦।୫: ଆଜିକାଲି ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ଥାଲାପତି ବିଜୟଙ୍କ ଲୋକପ୍ରିୟତା ସବୁଠି ପ୍ରତିଧ୍ୱନିତ ହେଉଛି। ସେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ…

ପିଚ୍ଛା କଲେ ଗୁଳି ଫୁଟାଇ ଟେକିନେଲେ: ସକାଳୁ ପଡ଼ିଥିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍‌ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି  ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri