Posted inଖେଳ

୧୩ କୋଟିର ଖେଳାଳିଙ୍କୁ ବାଦ୍‌ ଦେବ BCCI! ସାମ୍ନାକୁ ଆସିଲା ବଡ଼ କାରଣ 

ନୂଆଦିଲ୍ଲୀ,୧୬।୮: ଏସିଆ କପ ୨୦୨୫କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ହେଲେ ତାହା ପୂର୍ବରୁ ଭାରତୀୟ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଠୁଛି ଯେ, କେଉଁ ଖେଳାଳିମାନେ ଦଳରେ ସ୍ଥାନ ପାଇବେ। ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗ୍ରୱାଲ ଓ ତାଙ୍କ ପ୍ୟାନେଲ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିବେ। ଏହା ମଧ୍ୟରେ ଆଇପିଏଲ୍‌ ୨୦୨୫ରେ କୋଲକାତା ନାଇଟ ରାଇଡର୍ସର ଷ୍ଟାର ଫିନିଶର ରିଙ୍କୁ ସିଂହଙ୍କୁ ନେଇ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି। କେକେଆରର ଚମତ୍କାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ, ଯାହାଙ୍କୁ ଫ୍ରାଞ୍ଚାଇଜ ୧୩ କୋଟି ଟଙ୍କାରେ ରିଟେନ୍‌ କରିଥିଲା, ତାଙ୍କୁ ଏସିଆ କପ୍‌ ୨୦୨୫ର ଭାରତୀୟ ଦଳରେ ସ୍ଥାନ ମିଳିବା ବେଶ କଷ୍ଟକର ମନେ ହେଉଛି।
ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଭାରତ ପାଇଁ ବେଶ ଉଲ୍ଲେଖନୀୟ ରହିଛି। ଏସିଆ କପ ୨୦୨୫ ଟି-୨୦ ଫର୍ମାଟରେ ଖେଳାଯିବ ଏବଂ ରିଙ୍କୁ ଏହି ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୩୩ଟି ମ୍ୟାଚରେ ୫୪୬ ରନ ସଂଗ୍ରହ କରିଛନ୍ତି। ସେଥିରେ ୩ ଅର୍ଦ୍ଧଶତକ ରହିଛି। ରିଙ୍କୁ କୋଲକାତା ନାଇଟ ରାଇଡର୍ସ ଓ ଭାରତ ପାଇଁ ଫିନିଶର ଭୂମିକା ନିର୍ବାହ କରିଛନ୍ତି। ଏହା ସତ୍ତ୍ୱେ ତାଙ୍କୁ ଏସିଆ କପ ୨୦୨୫ର ଭାରତୀୟ ଦଳରେ ସାମିଲ କରାଯାଇ ନ ପାରେ।
ଆଇପିଏଲ ୨୦୨୫ରେ ମଧ୍ୟ ଅନେକ ଯୁବ ଖେଳାଳି ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରଶଂସକଙ୍କ ମନ ଜିଣିଛନ୍ତି। ରିଙ୍କୁଙ୍କ କଥା କହିବାକୁ ଗଲେ, ତାଙ୍କର ଆନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଖେଳିବାର ଅଭିଜ୍ଞତା ରହିଛି ଏବଂ ଟିମ ମ୍ୟାନେଜମେଣ୍ଟ ନିଜେ ଚାହିଁବେ ନାହିଁ ଯେ, ଅନ୍ୟ କୌଣସି ଖେଳାଳିଙ୍କୁ ଫିନିଶର ଭୂମିକାରେ ରଖାଯାଉ।  ନିକଟରେ ଜଣେ ପୂର୍ବତନ ଚୟନକର୍ତ୍ତା କହିଥିଲେ ଯେ, ଶୁଭମନ ଗିଲଙ୍କୁ ଏସିଆ କପ ୨୦୨୫ର ଭାରତୀୟ ଦଳରେ ସ୍ଥାନ ମିଳିବ କାରଣ ସେ ଟେଷ୍ଟ ଦଳର ଅଧିନାୟକ ଏବଂ ଗୁଜରାଟ ଟାଇଟନ୍ସର ଆଇପିଏଲରେ ଅଧିନାୟକ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ରିଙ୍କୁ ସିଂହଙ୍କୁ ବାଦ ଦେଇ ଗିଲଙ୍କୁ ଦଳରେ ସାମିଲ କରାଯିବ କି? ଭାରତୀୟ ଚୟନକର୍ତ୍ତାଙ୍କ ପାଇଁ ଏହି ନିଷ୍ପତ୍ତି ନେବା କଷ୍ଟକର ହେବ କାରଣ ଗିଲ ଟପ ଅର୍ଡରରେ ଖେଳନ୍ତି ଏବଂ ରିଙ୍କୁ ସିଂହଙ୍କ କାମ ହେଉଛି ଫିନିଶର ଭୂମିକା।
ଟିମ୍‌ ଇଣ୍ଡିଆ ପାଖରେ ଟପ୍‌ ଅର୍ଡର ପାଇଁ ବହୁତ ବିକଳ୍ପ ରହିଛି, କିନ୍ତୁ ରିଙ୍କୁ ସିଂହଙ୍କ ବ୍ୟତୀତ ଫିନିଶର ଭୂମିକାରେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ହାର୍ଦ୍ଦିକଙ୍କ ବ୍ୟତୀତ ଟିମ ପାଖରେ ଅକ୍ଷର ପଟେଲଙ୍କ ବିକଳ୍ପ ରହିଛି। ଯଦି ରିଙ୍କୁଙ୍କୁ ଦଳରୁ ବାଦ ଦିଆଯାଏ, ତେବେ ଶିବମ ଦୁବେ କିମ୍ବା ଜିତେଶ ଶର୍ମାଙ୍କୁ ଫିନିଶର ଭୂମିକାରେ ରଖିବା ଅତ୍ୟନ୍ତ ଜରୁରୀ।  ରିଙ୍କୁ ସିଂହଙ୍କ କଥା କହିବାକୁ ଗଲେ, ଆଇପିଏଲ ୨୦୨୫ରେ ତାଙ୍କ ପ୍ରଦର୍ଶନ ଖାସ ଭଲ ନ ଥିଲା। ରିଙ୍କୁ ୧୩ଟି ମ୍ୟାଚରେ ୨୯.୪୩ର ହାରାହାରିରେ ୨୦୬ ରନ ସଂଗ୍ରହ କରିଥିଲେ ଏବଂ ତାଙ୍କର ସର୍ବୋତ୍ତମ ସ୍କୋର ୩୮ ରନ (ନଟଆଉଟ) ଥିଲା। ୨୦୨୪ ସିଜନରେ ମଧ୍ୟ ତାଙ୍କ ବ୍ୟାଟ ଶାନ୍ତ ରହିଥିଲା। କୋଲକାତା ପାଇଁ ଖେଳୁଥିବା ରିଙ୍କୁ ୧୫ଟି ମ୍ୟାଚରେ ୧୮.୬୭ର ହାରାହାରିରେ ମାତ୍ର ୧୬୮ ରନ ସଂଗ୍ରହ କରିଥିଲେ। ତାଙ୍କର ସର୍ବୋତ୍ତମ ସ୍କୋର ୨୬ ରନ ଥିଲା। ରିଙ୍କୁ ସିଂହଙ୍କୁ ନେଇ ଭାରତୀୟ ଚୟନକର୍ତ୍ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ କାରଣ ସେ ମଧ୍ୟ ଦଳ ପାଇଁ ଅତ୍ୟନ୍ତ ଜରୁରୀ ଖେଳାଳି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri