ଏବେ ମୋ ସ୍ବାମୀଙ୍କ ଆତ୍ମାକୁ ଶାନ୍ତି ମିଳିବ: କାହିଁକି ଏମିତି କହିଲେ ପ୍ରିୟଦର୍ଶିନୀ

ବାଲେଶ୍ୱର,୨୯ା୭(ବାଞ୍ଛାନିଧି ଦେ):ଅପରେଶନ୍‌ ‘ସିନ୍ଦୂର’ ମୁଁ ଏବଂ ମୋ ଭଳି ସିନ୍ଦୂର ହରାଇଥିବା ସମସ୍ତ ମହିଳାଙ୍କ ପାଇଁ ଥିଲା ଏକପ୍ରକାର ନ୍ୟାୟ। ଅପରେଶନ୍‌ ‘ସିନ୍ଦୂର’ ପରେ ଭାବିଥିଲି ଆଉ କେହି ଆତଙ୍କବାଦୀ ଧରାପଡ଼ିବେନି। କିନ୍ତୁ ସରକାର ଓ ଭାରତୀୟ ସେନା ଭିତରେ ଭିତରେ ଯେଉଁ ଅପରେଶନ୍‌ ଚଳାଇଥିଲେ ତାହା ସଫଳ ହୋଇଛି। ଘଟଣାର ୩ମାସ ପରେ ପହଲଗାମ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ହାସିମ ମୂଷା ଓ ଅନ୍ୟ ୨ ଆତଙ୍କୀ ନିପାତ ହେବା ଘଟଣାରେ ମୁଁ ଖୁସି। ଶ୍ରାବଣ ମାସ ସୋମବାରରେ ଅପରେଶନ୍‌ ‘ମହାଦେବ’ ତାଣ୍ଡବଲୀଳା ଦେଖାଇଛନ୍ତି। ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସରକାର ଓ ଭାରତୀୟ ସେନାଙ୍କୁ କୃତଜ୍ଞତା ଜଣାଉଛି। ମୋ ସ୍ବାମୀଙ୍କ ଆମତ୍ାକୁ ଆଜି ନିଶ୍ଚୟ ଶାନ୍ତି ମିଳିବ ବୋଲି ଆତଙ୍କୀ ହମ୍‌ଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ସୋମବାର କୋହଭରା କଣ୍ଠରେ ‘ଧରିତ୍ରୀ’କୁ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରକାଶ ଯେ, ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅନ୍ତର୍ଗତ ଇଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀ (୪୧) ବାଲେଶ୍ୱର ସିପେଟ୍‌ରେ ଆକାଉଣ୍ଟାଣ୍ଟ ଭାବେ ଚାକିରି କରୁଥିଲେ। ଗତ ଏପ୍ରିଲ ୧୯ରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜକୁ ନେଇ ଜମ୍ମୁକଶ୍ମୀର ବୁଲିବାକୁ ଯାଇଥିଲେ। ୨୨ ତାରିଖରେ ପହଲଗାମ୍‌ର ବୈସରନରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳିମାଡ଼ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri