ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ସେବା ପାଉଛନ୍ତି। ସୁରଟରେ ରହୁଥିବା ୨ ଲକ୍ଷ ଓଡ଼ିଆ ମଧ୍ୟ ଉକ୍ତ ଯୋଜନାରୁ ସୁବିଧା ପାଉଛନ୍ତି। କେନ୍ଦ୍ରରେ ବିଗତ ଦିନରେ ଶାସନ କରୁଥିବା ଏକ ସରକାର ଆଦିବାସୀଙ୍କ ବିକାଶରେ ଉପେକ୍ଷା କରୁଥିଲା। ଫଳରେ ହିଂସା, ମାଓବାଦୀ ସମସ୍ୟା ବଢିଥିଲା। ୨୦୧୪ ପୂର୍ବରୁ ଦେଶର ୧୦୦ରୁ ଊଦ୍ଧର୍‌ବ ଜିଲାରେ ମାଓବାଦୀ ସମସ୍ୟା ଥିଲା। ଏବେ ୨୦ ଜଲାରେ ସୀମିତ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ । ବର୍ତ୍ତମାନ ଦେଶରେ ଗରିବ ହ୍ରାସ ପାଉଛି। ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିଛି।ଆମେ ସମସ୍ତେ ମିଶି ଏକ ବିକଶିତ ଓଡ଼ିଶା ଗଢ଼ିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବିଞ୍ଜିଗିରି ଗ୍ରାମରେ ଏକ ସଭା ହୋଇଥିଲା। ଏଥିରେ ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏମ୍‌. ମଧୁସ୍ମିତା, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଡେପୁଟି କଲେକ୍ଟର ସୁମନ ଘୋଷ, ଅତିରିକ୍ତ ତହସିଲଦାର ଅବିନାଶ ମହାର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସୁବାସ ପ୍ରଧାନ, ରବୀନ୍ଦ୍ର ଗୌଡ଼, ବିଏନ୍‌ ଦାସ, ପ୍ରଶାନ୍ତ ମହାନ୍ତି, ଜୟ ଭୂୟାଁ, ଡ. ରବୀନ୍ଦ୍ର ନାଥ ପାଳ, ଡ. ସନ୍ତୋଷ ଆପଟ, ଜଗବନ୍ଧୁ ଜେନା, ବିପିନ ବିହାରୀ ପାଢ଼ୀ, ଶରତ ଚନ୍ଦ୍ର ବରାଡ, ଜଗଦିଶ ପାଣିଗ୍ରାହୀ, ସନ୍ତୋଷ ଜେନା, ମୁରଲୀ ପଣ୍ଡା, ଖଦାଳ ଗୌଡ, ଦୁର୍ଗା ତ୍ରିପାଠୀ, କୃତ୍ତିବାସ ବିଶ୍ବାଳ, ରିତାରାଣୀ ମହାପାତ୍ର, ଲକ୍ଷ୍ମଣ ନାୟକଙ୍କ ସମେତ ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଭୁବନେଶ୍ୱର ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଦୁଇଦିନ ପୂର୍ବେ କାନାଡା ଜି ୭ ସମ୍ମିଳନୀକୁ ଯାଇଥିଲି। ସେଠାରୁ ଫେରିବା ପୁର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ୍ କରି କହିଥିଲେ କାନାଡା ଆସିଛନ୍ତି ୱାଶିଂଟନ୍ ହୋଇ ଯାଅ। ଆସିଲେ ମିଶି ବସି ଭୋଜନ କରିବା ସହ ଆଲୋଚନା କରିବା। ନିମନ୍ତ୍ରଣ ପାଇଁ ମୁଁ ଟ୍ରମ୍ପଙ୍କୁଧନ୍ୟବାଦ ଜଣାଇଥିଲି। କିନ୍ତୁ ମହାପ୍ରଭୁଙ୍କ ଧରିତ୍ରୀ ଓଡ଼ିଶାକୁ ଯିବାର ଅଛି। ତେଣୁ ମୁଁ ନମ୍ରତାର ସହ ୱାସିଂଟନ ନଯିବା ପାଇଁ ଟ୍ରମ୍ପଙ୍କୁ କହିଥିଲି ବୋଲି ମୋଦି ତାଙ୍କ ଭାଷଣରେ କହିଥିଲେ । ଏଥିସହ ସେ କହିଥିଲେ କଂଗ୍ରେସ ଶାସନ ସମୟରେ ଦେଶରେ ଦୁର୍ନୀତି, ବିଶୃଙ୍ଖଳା ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri