ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର

ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍‌ଭାବେ ଚାଲିପାରୁଛନ୍ତି, ନା ଠିକ୍‌ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ ମନ ବ୍ୟାକୁଳ। ମହାପ୍ରଭୁଙ୍କର ଏପରି ଜଣେ ଅନନ୍ୟ ସେବକ ହେଉଛନ୍ତି ବେଗୁନିଆ ବ୍ଲକ ରାଉତରାପଡ଼ାର କାର୍ତ୍ତିକେଶ୍ୱର ପରିଡ଼ା। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବଡ଼ସିଂହାର ବେଶ ଲାଗି ଗୀତଗୋବିନ୍ଦ ଶ୍ଳୋକ ଲେଖାଥିବା ପାଟବସ୍ତ୍ର ବୁଣୁଛନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି। କାନ୍ଥବାଡ଼କୁ ଧରି ସେ ଚଳପ୍ରଚଳ କରୁଥିବା ବେଳେ ଅନ୍ୟର ସାହାଯ୍ୟ ନେଇଥାନ୍ତି। ରାତିପାହିଲେ ନିତ୍ୟକର୍ମ ସାରି ସେ ତନ୍ତ ନିକଟରେ ପହଞ୍ଚତ୍ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ ରୁହନ୍ତି। ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ଭୋକଶୋଷ ଭୁଲି ଭକ୍ତି, ସମର୍ପଣ ଭାବେ ବସ୍ତ୍ର ବୁଣିବାରେ ବ୍ୟସ୍ତ ରହିଥାନ୍ତି। ବସ୍ତ୍ର ବୁଣିବା ବେଳେ ଜୟଦେବଙ୍କ ଗୀତଗୋବିନ୍ଦ, ମହାପ୍ରଭୁଙ୍କ ଛବି ତାଙ୍କ ମନରେ ଭାସିଉଠେ। ସେ କୁହନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ମନ ବ୍ୟାକୁଳ ରହିଥାଏ। ମୋତେ ଚାଲିବା ଲାଗି ଅନ୍ୟର ସାହାରା ଆବଶ୍ୟକ। ଏଣୁ ଦର୍ଶନ ପାଇଁ ମନରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଯିବା ସମ୍ଭବ ନୁହେଁ। ଏହି ପାଟବସ୍ତ୍ର ବୁଣିବା ମାଧ୍ୟମରେ ମହାପ୍ରଭୁଙ୍କୁ ଅନୁଭବ କରୁଛି। ଆମର ତନ୍ତି ପରିବାର। ତନ୍ତ ଚାଲିଲେ ପରିବାର ଚଳେ। ତେବେ ମହାପ୍ରଭୁ ମୋ ଦୁଃଖ ଶୁଣି ମୋ ସମ୍ପର୍କୀୟ ମାମୁ ଗୋପିନାଥ ଦାସଙ୍କ ଜରିଆରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ବୁଣିବାର ସୁଯୋଗ ଦେଲେ। ପୂର୍ବରୁ ମୁଁ ସୂତାଲୁଗା ବୁଣାବୁଣି କରୁଥିଲି। ତେବେ ଦିନେ ମହାପ୍ରଭୁଙ୍କ କିଭଳି ଦର୍ଶନ ମିଳିବ ସେ ଦୁଃଖରେ ଲୁହ ଗଡ଼ାଇ ଚାଲିଥାଏ। ଏହି ସମୟରେ ଦେବଦୂତ ଭଳି ଗୋପିନାଥ ମାମୁ ଆମ ଘରକୁ ଆସିି କାହିଁକି ମୁହଁ ଶୁଖାଇ ବସିଛୁ ବୋଲି ପଚାରିଲେ। ମୁଁ କିଛି କହିବା ପୂର୍ବରୁ ସେ ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବାକୁ କହିଲେ। ମହାପ୍ରଭୁଙ୍କ ଦର୍ଶନ ନ ମିଳିଲେ ନାର୍ହି, ପାଟବସ୍ତ୍ର ବୁଣିବାର ତ ସୁଯୋଗ ମିଳିଲା। ତେଣୁ ଖୁସିରେ ଆତ୍ମବିଭୋର ହୋଇପଡ଼ିଲି। ମହାପ୍ରଭୁଙ୍କ ଅପାର କରୁଣାକୁ ସ୍ମରଣକରି ବସ୍ତ୍ର ବୁଣିବା ଆରମ୍ଭ କରିଥିଲି। ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ପ୍ରତ୍ୟେକ ଶବ୍ଦ ନିର୍ଭୁଲ ଯେପରି ହେବ, ସେଥିପ୍ରତି ଦୃଷ୍ଟି ଦେଇଥାଏ। ଗୋଟିଏ ଶବ୍ଦ ଉଚ୍ଚାରଣ ଭୁଲ୍‌ ହୋଇଗଲେ ପାଟବସ୍ତ୍ର ନଷ୍ଟ ହୋଇଯିବ। ପ୍ରଥମେ ବୁଣିବା ବେଳେ ମନରେ ଭୟ ରହୁଥିଲା, କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ କୌଣସି ଅଘଟଣ ଘଟିନାହିଁ। ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣିବା ଦିନଠୁ ମୁଁ ନିଜକୁ ଦିବ୍ୟାଙ୍ଗ ବୋଲି କେବେ ଭାବିନାହିଁ। ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରିଥାଏ। ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କ ସେବାରେ ଲାଗିଛି। ମୋ’ ହାତଲୁଗା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିପାରୁଛି ତାହା ହିଁ ମୋ ପାଇଁ ସବୁଠୁ ବଡ଼ ଖୁସି ଓ ସୌଭାଗ୍ୟର କଥା ବୋଲି କାର୍ତ୍ତିକେଶ୍ୱର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri