ନୂଆ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ! କୁଆଡ଼େ ଗାଏବ ହୋଇଗଲେ ପାକିସ୍ତାନ ସେନାମୁଖ୍ୟ

ଇସଲାମାବାଦ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ ଗାଏବ ହୋଇଯାଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର। ତାଙ୍କ ବିଷୟରେ ଗଣମାଧ୍ୟମରେ ଏକ ଗରମ ଖବର ଆସିଛି ଯେ ବ୍ୟକ୍ତିଗତ ଜେଟ୍‌ ବ୍ୟବହାର କରି ତାଙ୍କ ପରିବାର ଦେଶ ଛାଡି ପଳାଇ ଯାଇଛନ୍ତି। କାରଣ ଗତ କିଛି ଦିନ ଧରି ମୁନିରଙ୍କୁ ଦେଖାଯାଉ ନାହାନ୍ତି। ତେବେ ମୁନିର ହେଉଛନ୍ତି ସେହି ପାକିସ୍ତାନୀ ଜେନେରାଲ ଯାହାଙ୍କ ବିବାଦୀୟ ବୟାନ ପରେ ପହଲଗାମ ଆକ୍ରମଣ ହୋଇଥିଲା। ଏବେ ଅସୀମ ମୁନୀର ହଠାତ ଗାଏବ ହୋଇଯାଇଛନ୍ତି। ଫଳରେ ସେ କେଉଁଠିକୁ ଯାଇଛନ୍ତି ତାହାକୁ ନେଇ ପ୍ରଶବାଚୀ ସୃଷ୍ଟି ହୋଇଛି।

ମୁନିରଙ୍କ ନିଖୋଜ ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଦାବି ସାମ୍ନାକୁ ଆସିଛି, କେତେକ କହୁଛନ୍ତି ଯେ ସେ ଦେଶ ଛାଡି ପଳାଇଛନ୍ତି। ଆଉ କେତେକ କହୁଛନ୍ତି ଯେ ପାକିସ୍ତାନ ସେନା ମୁଖ୍ୟ ନିଖୋଜ ହୋଇଯାଇଛନ୍ତି। ସେହିଭଳି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ରାୱଲପିଣ୍ଡିର ଏକ ବଙ୍କରରେ ଲୁଚିଥିବା ମଧ୍ୟ ରିପୋର୍ଟ ଆସିଛି। ଏହି ରିପୋର୍ଟ ପୂର୍ବରୁ ଚାଲୁଥିବା ଗୁଜବକୁ ଆହୁରି ଇନ୍ଧନ ଯୋଗାଇଛି, ଯାହାକି X ପ୍ଲାଟଫର୍ମରେ #MunirOut ହ୍ୟାସଟ୍ୟାଗ ସହିତ ଟ୍ରେଣ୍ଡ କରୁଛି।

ନିକଟରେ ସେ ଦେଇଥିବା ସାମ୍ପ୍ରତିକ ବିବାଦୀୟ ବୟାନ ସହ ଆତଙ୍କବାଦୀ ଆକ୍ରମଣକୁ ସିଧାସଳଖ ଯୋଡ଼ାଯାଉଛି। ହେଲେ ସେ ଏବେ କୌଣସି ବୟାନ କିମ୍ବା ଅନ୍ୟ କୌଣସି ସ୍ଥାନରେ ଦେଖାଯାଉନାହାନ୍ତି। ଏହାକୁ ନେଇ ଉତ୍ତେଜନା ମଧ୍ୟରେ ମୁନୀରଙ୍କ ଅନୁପସ୍ଥିତିକୁ ମଧ୍ୟ ପାକିସ୍ତାନର ଏକ ଚାଲ୍‌ କିମ୍ବା ରଣନୀତି ବୋଲି ବିବେଚନା କରାଯାଇପାରେ। ତେବେ ଏଭଳି ଭାବେ ଭାରତକୁ ଚିନ୍ତାରେ ପକାଇ ଲୁଚାରେ ଦେଶ ପ୍ରସ୍ତୁତି କରୁଥାଇପାରେ। ପାକିସ୍ତାନରୁ ଆସୁଥିବା ବୟାନଗୁଡ଼ିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଗୋଟିଏ ପଟେ ଏହାର ମନ୍ତ୍ରୀମାନେ ନିରନ୍ତର ଉତ୍ତେଜନାମୂଳକ ବୟାନ ଦେଉଛନ୍ତି, ଅନ୍ୟପଟେ ଏହା ଭାରତଠାରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଏଡାଇବା ପାଇଁ ଜାତିସଂଘ ସମେତ ବଡ଼ ବଡ଼ ଦେଶଗୁଡ଼ିକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି କରୁଛି।

କହି ରଖୁଛୁ, ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ଭାଷଣ ଦେବା ସମୟରେ ଅସୀମ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ବିଷ ଓଗାଳିଥିଲେ। ସେ କହିଥିଲେ, ’ପାକିସ୍ତାନର ଭବିଷ୍ୟତ ପୀଢ଼ିକୁ କହିବାକୁ ପଡିବ ଯେ ହିନ୍ଦୁ ଏବଂ ମୁସଲମାନ ଭିନ୍ନ।’ ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ। ଉଭୟଙ୍କ ଖାଦ୍ୟପେୟ, ଜୀବନଶୈଳୀ, ଧାର୍ମିକ ରୀତି ଭିନ୍ନ। ଏହି କାରଣରୁ ଦୁଇ-ରାଷ୍ଟ୍ର ତତ୍ତ୍ୱ ଅସ୍ତିତ୍ୱ ପାଇଲା। ସେ କହିଥିଲେ ଯେ କାଶ୍ମୀର ହେଉଛି ପାକିସ୍ତାନର ବେକର ଶିରା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ ପାକିସ୍ତାନ ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri