ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। ଆଙ୍କୋଲି ଶିଳ୍ପାଞ୍ଚଳ ନିକଟସ୍ଥ ପଞ୍ଚଶୀଳମାର୍ଗରେ ଥିବା ବାସଭବନରେ ସ୍ତ୍ରୀ ଜୟନ୍ତୀ ଦାସଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍‌ ଆଲୋଚନା କରିଥିଲା। ଗୁଳିମାଡ଼ ଘଟଣା ଦିନ ଓ ଏହା ପୂର୍ବରୁ ଜସହିତ କ’ଣ ସବୁ କଥା ହୋଇଥିଲେ ସେ ସବୁ ଦିଗ ପ୍ରତି ଗୁରୁତ୍ୱ ଦେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଙ୍କୁ ପଚରାଉଚରା କରିଥିଲା। ଏଥିସହ ତାଙ୍କର ବୟାନ ରେକର୍ଡ କରାଯାଇଥିବା ଏଏସ୍‌ପି ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଜେରା କରାଯାଇ ବୟାନ ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆହୁରି କିଛି ଲୋକଙ୍କୁ ପଚରାଉଚରା କରାଯିବ ବୋଲି ମଲ୍ଲିକ କହିଛନ୍ତି। ଏହି ମାମଲାର ଖୋଳତାଡ଼ ପାଇଁ ଗତ ୨୩ ତାରିଖରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଛି।

୨୪ ତାରିଖରୁ ବିଭିନ୍ନ ଲୋକଙ୍କୁ ଡାକି ଜେରା କରୁଛି। ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ତା’ର ସିଡିଆର୍‌ (କଲ ଡିଟେଲ ରେକର୍ଡ) ବାହାର କରି ଜଣକ ପରେ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ କ୍ରାଇମ୍‌ବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

ମାତ୍ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏହି ଦିଗରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ। ଟିମ୍‌ ପକ୍ଷରୁ ଆଉ କିଛି ଲୋକଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ ପୁଅ ମନୋଜ ଦାସ, ଭାଇ ସତ୍ୟ ନାରାୟଣ ଦାସ ଓ ତାଙ୍କ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି।

ଶନିବାର ଜୟନ୍ତୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗତଥର ତଦନ୍ତ ପାଇଁ ବ୍ରହ୍ମପୁର ଆସିଥିବା କ୍ରାଇମ୍‌ବ୍ରାଞ୍ଚ ଟିମ ମଧ୍ୟ ଏ ସମସ୍ତଙ୍କର ବୟାନ ନେଇଥିଲା। ୪ଜଣ ପରିବାରବର୍ଗ, ଜଣେ ପୋଲିସ ବନ୍ଧୁ, ଓଏସ୍‌ଆର୍‌ଟିସିର ଜଣେ ବସ୍‌ କଣ୍ଡକ୍ଟର୍‌ ଏହିଭଳି ୧୧ଜଣଙ୍କ ବୟାନ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଇତିମଧ୍ୟରେ ନେଇସାରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri