କିଛିଦିନ ମଧ୍ୟରେ ପୁଟିନଙ୍କର ହେବ ମୃତ୍ୟୁ, ବଡ଼ ଦାବି କଲେ ଜେଲେନସ୍କି

କ୍ୱିଭ୍‌,୨୭।୩: ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ତାଙ୍କ ସମ୍ପର୍କରେ ଏକ ନୂତନ ଦାବି କରିଛନ୍ତି। ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି କହିଛନ୍ତି, “ଭ୍ଲାଦିମିର ପୁଟିନ ଶୀଘ୍ର ମୃତ୍ୟୁବରଣ କରିବେ”। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଟିନଙ୍କ ଶୀଘ୍ର ମୃତ୍ୟୁ ଏକ ତଥ୍ୟ।

ମଙ୍ଗଳବାର ଆମେରିକା ନେତୃତ୍ୱାଧୀନ କୃଷ୍ଣସାଗର ଅସ୍ତ୍ରବିରତି ଚୁକ୍ତିନାମା ପରେ ଶାନ୍ତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିଥିଲେ। ଯେପର୍ଯ୍ୟନ୍ତ ପୁଟିନ କ୍ଷମତାରେ ରହିବେ, ସେପର୍ଯ୍ୟନ୍ତ ଆମେରିକା ରୁଷିଆର ପ୍ରତାରଣା ବିରୁଦ୍ଧରେ ନିଜର ଦୃଢ଼ ସଂକଳ୍ପ ବଜାୟ ରଖିବାକୁ ଜେଲେନସ୍କି ଅନୁରୋଧ କରିଛନ୍ତି। ଏହି ଚୁକ୍ତିନାମା ଉପରେ ଆଲୋଚନା କରିବା ପାଇଁ ଏକ ମିଡିଆ ଶୋ’ରେ ଥିଲେ, ଯେଉଁଥିରେ ସେ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ମନ୍ତବ୍ୟ ଦେଇଥିଲେ।

ଭ୍ଲାଡିିମିର ପୁଟିନ ଗତ ୨୫ ବର୍ଷ ଧରି ରୁଷିଆରେ କ୍ଷମତାରେ ଅଛନ୍ତି। ପୁଟିନଙ୍କ ବୟସ ୭୨ ବର୍ଷରୁ ଅଧିକ ଏବଂ ସେ ଅନେକ ରୋଗରେ ମଧ୍ୟ ପୀଡିତ। ଗତ ବର୍ଷ ଅକ୍ଟୋବରରେ ପୁଟିନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେତେବେଳେ ତାଙ୍କୁ ହୃଦଘାତ ହୋଇଥିବା ଦାବି କରାଯାଇଥିଲା।

ତିନି ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ଦ୍ୱାର ଖୋଲିବା ପରି ମନେ ହେଉଛି। ସାଉଦି ଆରବରେ ଆଲୋଚନା ପରେ, କୃଷ୍ଣସାଗରରେ ଦୁଇ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତିନାମା ହୋଇଛି ଏବଂ ଏହା ଖୁବଶୀଘ୍ର ସ୍ଥାୟୀ ଯୁଦ୍ଧବିରତିରେ ପରିଣତ ହେବାର ଆଶା କରାଯାଉଛି।

ଗୁରୁବାର ଦିନ ସ୍ଥାୟୀ ଯୁଦ୍ଧବିରତି ପରେ ୟୁକ୍ରେନକୁ ସମର୍ଥନ କରିବା ପାଇଁ ରଣନୀତି ଉପରେ ୟୁରୋପୀୟ ସଂଘ ଏକ ବୈଠକ କରିବାକୁ ଯାଉଛି। ଇଚ୍ଛୁକ EU ଦେଶଗୁଡ଼ିକରୁ ଶାନ୍ତିରକ୍ଷୀମାନଙ୍କୁ ନିୟୋଜିତ କରିବା ବିଷୟରେ ବିଚାର କରାଯାଉଛି, ଯଦିଓ ମାକ୍ରନ ଚେତାବନୀ ଦେଇଥିଲେ ଯେ ଏହା ରୁଷିଆ ସହିତ ସିଧାସଳଖ ମୁକାବିଲାର କାରଣ ହୋଇପାରେ। ଏହା ବ୍ୟତୀତ ମାକ୍ରନ ୟୁକ୍ରେନ ପାଇଁ ୨ ବିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri