Posted inUncategorized

ହଠାତ୍‌ ବଡ଼ ନିଷ୍ପତ୍ତି ନେଇ ଚମକାଇଦେଲେ ଚହଲ, ଏଣିକି…

ନୂଆଦିଲ୍ଲୀ,୧୪।୩: ଭାରତର କିମ୍ବଦନ୍ତୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଜଭେନ୍ଦ୍ର ଚହଲ ଏବେ ଅନ୍ୟ ଦେଶକୁ ଯାଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଚହଲ ୨୦୨୫ କାଉଣ୍ଟି ଚାମ୍ପିୟନସିପରେ ପୁଣିଥରେ ନର୍ଥାମ୍ପଟନଶାୟାର ପାଇଁ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୫ ସିଜିନ ପରେ ଜୁନରେ ନର୍ଥାମ୍ପଟନଶାୟାର ଦଳରେ ଯୋଗଦେବେ। ୟୁଜଭେନ୍ଦ୍ର ଚହଲ କାଉଣ୍ଟି ଚାମ୍ପୟନସିପ ଏବଂ ODI କପ ଉଭୟରେ ଅଂଶଗ୍ରହଣ କରିବେ, ତାଙ୍କର ପ୍ରଥମ ମ୍ୟାଚ ଜୁନ ୨୨ରେ ମିଡିଲସେକ୍ସ ବିପକ୍ଷରେ ହେବ ବୋଲି ଆଶା କରାଯାଉଛି।

ଚହଲ ୨୦୨୪ରେ ନର୍ଥାମ୍ପଟନଶାୟାର ପାଇଁ କାଉଣ୍ଟି ଚାମ୍ପିୟନସିପ ଏବଂ ODI କପରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଚହଲ ODI କପରେ କେଣ୍ଟ ବିପକ୍ଷରେ ତାଙ୍କର ଡେବ୍ୟୁରେ ପାଞ୍ଚଟ ଉଇକେଟ୍‌ ନେଇଥିଲେ। ପରେ ୟୁଜଭେନ୍ଦ୍ର ଚହଲ କାଉଣ୍ଟି ଚାମ୍ପିୟନସିପରେ ଡର୍ବିଶାୟାର ବିପକ୍ଷରେ ଏକ ମ୍ୟାଚରେ ୯୯ ରନ ଦେଇ ୯ ଉଇକେଟ୍‌ ନେଇଥିଲେ, ଯାହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ୟୁଜଭେନ୍ଦ୍ର ଚହଲ ୪୧ଟି ପ୍ରଥମ ଶ୍ରେଣୀ ମ୍ୟାଚର ୩୩.୭୯ ହାରରେ ୧୧୫ଟି ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ ପାଇଁ ଅଛି ମୁଁ

ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା...

ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ )

BJEM School – ୫୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ଉତ୍ସବ

‘ତୁମ ପାଇଁ ସେନାରେ ସ୍ଥାନ ନାହିଁ’ ଇସାଇ ଅଧିକାରୀଙ୍କୁ କାହିଁକି ଏମିତି କହିଲେ କୋର୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ...

ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର…

ଭୁବନେଶ୍ୱର,୨୪।୧୧: ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ଧର୍ମେନ୍ଦ୍ର ଚାହୁଁ ନ ଥିଲେ ହେମାମାଳିନୀ ରାଜନୀତି କରନ୍ତୁ….

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ...

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ...

ଚୋରି କରୁଥିଲେ ବାଇକ୍‌, ଧରିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍‌ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା...

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ କନ୍ଧମାଳ ସୁରକ୍ଷା ଅଭିଯାନ

ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri