ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌

ମୁମ୍ବାଇ,୩।୩: ରିଲାଏନ୍ସ ଫାଉଣ୍ଡେଶନ୍‌ର ବହୁ ପ୍ରତୀକ୍ଷିତ ପୋଷ୍ଟଗ୍ରାଜୁଏଟ୍‌ ସ୍କଲାରଶିପ୍‌ (ପିଜିଏସ ୨୦୨୪-୨୫)ର ଫଳାଫଳକୁ ନିକଟରେ ଘୋଷଣା କରାଯାଇଛି। ଏପରିକି ଇଞ୍ଜିିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟରେ ଅଧ୍ୟୟନ କରୁଥିବା ୧୦୦ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ଅବସରରେ ଉକ୍ତ ବୃତ୍ତି ଫଳାଫଳକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି, ଯାହା ବିଜ୍ଞାନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ଫାଉଣ୍ଡେଶନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଅପରପକ୍ଷରେ ଛାତ୍ରବୃତ୍ତି ଅଧୀନରେ ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା, ପରାମର୍ଶଦାତା, ଇଣ୍ଡଷ୍ଟ୍ରି ଏକ୍ସପୋଜର ଏବଂ ଗବେଷଣା ସୁଯୋଗ ପ୍ରଦାନ କରାଯିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି,ଦେଶର ପ୍ରତିଭାବାନ ବୈଜ୍ଞାନିକ, ଇଞ୍ଜିନିୟର୍‌ ଏବଂ ଅନୁସନ୍ଧାନକାରୀ ବା ଗବେଷକମାନଙ୍କୁ ସଶକ୍ତ କରିବା, ଯାହାଦ୍ୱାରା ସେମାନେ ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ। ଚଳିତ ବର୍ଷ ସାରା ଦେଶର ୪୪ ଟି ପ୍ରମୁଖ ଅନୁଷ୍ଠାନରୁ ଛାତ୍ରୀଛାତ୍ରୀ ଚୟନ କରାଯାଇଥିଲା। ଚୟନ ପ୍ରକ୍ରିୟାରେ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଗତ ଉକତ୍ର୍ଷ, ନେତୃତ୍ୱ କ୍ଷମତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଯୋଗଦାନ ଦିଗରେ ପ୍ରତିବଦ୍ଧତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଏପରିକି ୮ଟି ବିଭାଗର ଛାତ୍ରମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି, ଯାହା ମଧ୍ୟରେ କମ୍ପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ଲାଇଫ୍‌ ସାଇନ୍ସେସ୍‌, ଇଲେକ୍ଟ୍ରିକାଲ୍‌ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ମେକାନିକାଲ୍‌ ଇଞ୍ଜିନିୟରିଂ, ଅକ୍ଷୟ ଏବଂ ନୂତନ ଶକ୍ତି, କେମିକାଲ ଇଞ୍ଜିନିୟରିଂ, ଗଣିତ ଏବଂ କମ୍ପ୍ୟୁଟିଙ୍ଗ ଭଳି ବିଷୟ ସାମିଲ ରହିଛି। ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ମୁଖପାତ୍ର କହିଛନ୍ତି, ଜାତୀୟ ବିଜ୍ଞାନ ଦିବସରେ ଆମେ ଜ୍ଞାନ ଏବଂ ନବସୃଜନର ଶକ୍ତିର ଉତ୍ସବ ପାଳନ କରୁଛୁ। ରିଲାଏନ୍ସ ଫାଉଣ୍ଡେଶନ ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବାକୁ ପ୍ରତିବଦ୍ଧ ରହିଛୁ, ଯେଉଁମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଭବିଷ୍ୟତ ସ୍ଥିର କରିବେ। ଆମର ଛାତ୍ରବୃତ୍ତିଧାରୀମାନେ ଜିଜ୍ଞାସା ଏବଂ ଉକତ୍ର୍ଷର ପ୍ରତୀକ ଏବଂ ସେମାନଙ୍କ ସଫଳତାରେ ଯୋଗଦାନ କରି ଆମେ ଗର୍ବିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri