ସାହସକୁ ମାନିବାକୁ ପଡ଼ିବ: ଘର ଆଗରେ ପେଟ୍ରୋଲ ଢାଳି ସ୍କର୍ପିଓରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୩ା୩(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଚୋରି, ଛିନତାଇ, ଆକ୍ରମଣ ଭଳି ଆପରାଧିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ଅପରାଧୀମାନେ ରାସ୍ତାରୁ କଲୋନୀ ଆତଙ୍କ ଖେଳାଉଥିବାରୁ ସହରବାସୀ ନିଜ ଧନଜୀବନକୁ ନେଇ ଅସୁରକ୍ଷିତ ମଣୁଛନ୍ତି। ଘଟଣାକ୍ରମରେ ଦୁଇଜଣ ଦୁର୍ବୃତ୍ତ ଘର ଆଗରେ ଥୁଆ ହୋଇଥିବା ଏକ ସ୍କର୍ପିଓରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ୍‌-୫ ଅଞ୍ଚଳରେ ଶନିବାର ରାତିରେ ଏଭଳି ଘଟଣା ଘଟିଛି। ସିସି କ୍ୟାମେରାରେ ପୂରା ଘଟଣା କଏଦ ହୋଇଥିବାବେଳେ ନେଇ ଗାଡି ମାଲିକାଣୀ ରଞ୍ଜିତା ପଟ୍ଟନାୟକ ରବିବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଥିବା ପୋଲିସ କହିଛି। ତେବେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଅଧିକାଂଶ ମହିଳା ନିଜ ଜୀବନ ପ୍ରତି ବିପଦ ଥିବା କହିବା ସହ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହାସହ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅପରପକ୍ଷେ ଉକ୍ତ ସ୍କର୍ପିଓ ପାଖରେ ଅନ୍ୟ ଗାଡି, ବାହାଘର ପାଇଁ ପ୍ରସ୍ତୁତ ଟେଣ୍ଟ ଓ ଘର ରହିଥିଲା। ନିଅଁା ବ୍ୟାପିବା ପୂର୍ବରୁ ସ୍ଥାନୀୟ ଲୋକେ ତାହାକୁ ଲିଭାଇ ଦେଇଥିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଛି।
ପୋଲିସ ସୂଚନାନୁସାରେ, ରଞ୍ଜିତା ତାଙ୍କ ପୁଅ ସହ କୌଣସି କାମରେ ଶନିବାର ରାତି ପାଖାପାଖି ୧୧ ଟାରେ ନୟାପଲ୍ଲୀ ଯାଇଥିଲେ। ଘର ପାଖରେ ତାଙ୍କ ସ୍କର୍ପିଓ ରହିଥିଲା। ସେମାନେ ଯିବାର ୧୦ ମିନିଟ ପରେ ଦୁଇ ବ୍ୟକ୍ତି ଗୋଟିଏ ବୁଲେଟରେ ରଞ୍ଜିତାଙ୍କ ଗାଡି ପାଖକୁ ଯାଇଥିଲେ। ହାତରେ ପେଟ୍ରୋଲ ଭର୍ତ୍ତି ବୋତଲ ମଧ୍ୟ ରହିଥିଲା। ଏହାପରେ ଜଣେ ବୁଲେଟରେ ବସିଥିବା ବେଳେ ଅନ୍ୟଜଣେ ଯୁବକ ଗାଡିର ଚାରିପଟେ ପେଟ୍ରୋଲ ଛିଞ୍ଚି ଦିଆସିଲରେ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ନେଇ ଜଣେ ପଡୋଶୀ ସିସିଟିଭିରୁ ଦେଖିବା ପରେ ବାହାରକୁ ଆସି ବଡ଼ପାଟିରେ ଡାକ ପକାଇଥିଲେ। ଆଖପାଖରେ ରହୁଥିବା ଲୋକେ ଦୌଡି ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri