ମହାକାଶ କୃଷିରେ ଭାରତ

୧୬ା୧ା୨୦୨୫ରେ ସ୍ପେଡାକ୍ସ ମିଶନ ମାଧ୍ୟମରେ ପୃଥିବୀର ବୃତ୍ତାକାର କକ୍ଷରେ ଦୁଇଟି କୃତ୍ରିମ ଉପଗ୍ରହଙ୍କୁ ସଫଳ ଭାବେ ପରସ୍ପର ସହ ସଂଯୋଗକରିବା(ଡବିଂ)କୁ ଭବିଷ୍ୟତ ପାଇଁ ଭାରତର ପରିକଳ୍ପିତ ମହାକାଶ ବିଜ୍ଞାନର ସୁଦୂରପ୍ରସାରୀ ଲକ୍ଷ୍ୟ ସାଧନ ଦିଗରେ ପ୍ରଥମ ପଦକ୍ଷେପ ରୂପେ ଗଣନା କରାଯାଏ। ଏହି ଲକ୍ଷ୍ୟଗୁଡ଼ିକରେ ଶୀର୍ଷସ୍ଥାନରେ ରହିଛି ମହାକାଶକୁ ଯାତ୍ରୀବାହୀ ଯାନ ପ୍ରେରଣ। ସେଠାରେ ସ୍ଥାୟୀ କେନ୍ଦ୍ର ବା ଷ୍ଟେଶନ ସ୍ଥାପନ, ଚନ୍ଦ୍ରପୃଷ୍ଠରେ ବ୍ୟୋମଚାରୀ ଅବତରଣ ଓ ପ୍ରତ୍ୟାବର୍ତ୍ତନ ଏବଂ ସର୍ବଶେଷରେ ପୃଥିବୀ ବାହାରେ ଉପନିବେଶମାନ ସ୍ଥାପନ। ଏଥିପାଇଁ ଏହାକୁ ଅତିକ୍ରମ କରିବାକୁ ପଡ଼ିବ ଗୋଟିକ ପରେ ଗୋଟିଏ । ପ୍ରଥମତଃ ଉପରୋକ୍ତ ଉପଗ୍ରହ ଦୁଇଟିକୁ ବାରମ୍ବାର ପରସ୍ପର ସହ ଡବିଂ ଏବଂ ପରସ୍ପରଠାରୁ ଅଲଗା କରାଇ ଏ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଓ ନିର୍ଭରଯୋଗ୍ୟ କରାଇବା ଦରକାର। ତତ୍‌ପରେ ପୃଥିବୀର ଉଚ୍ଚତର ଅର୍ଦ୍ଧବୃତ୍ତାକାର କକ୍ଷରେ ଏହାର ପୁନରାବୃତ୍ତିକରି ତାହାକୁ ବୃହତ୍ତର ପରିସର ମଧ୍ୟରେ କାର୍ଯ୍ୟ କରିବାର ଉପଯୋଗିତା ପରୀକ୍ଷା କରିବାକୁ ହେବ। ତାହା ସଫଳ ହେଲେ ଆରମ୍ଭ ହେବ ମହାକାଶ ଷ୍ଟେଶନକୁ ଯାତ୍ରା ଓ ସେଠାରୁ ପ୍ରତ୍ୟାବର୍ତ୍ତନ ଉପରେ ପରୀକ୍ଷା। ଏଥିରୁ ଗୋଟିଏ ନିଜସ୍ବ ଭାବେ ସ୍ଥାପନ ପାଇଁ ଭାରତର ଯୋଜନା ରହିଛି। ତାହା ହେବ ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ’। ତେବେ ସେଥିପୂର୍ବରୁ ବର୍ତ୍ତମାନ ପୃଥିବୀର କକ୍ଷରେ ଥିବା ଆମେରିକା ଓ ରୁଷିଆର ମିଳିତ ଉଦ୍ୟମରେ ସ୍ଥାପିତ ‘ଆନ୍ତର୍ଜାତିକ ମହାକାଶ ଷ୍ଟେଶନ’ ବ୍ୟବହାରକରି ଏ ପରୀକ୍ଷା ଆରମ୍ଭକରିବା କଥା ମଧ୍ୟ ଚିନ୍ତାକରାଯାଉଛି। ତା’ପରେ ଆରମ୍ଭ ହେବ ଏଠାକୁ ତଥା ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀ ପ୍ରେରଣ। ସେମାନେ ସେଠାରେ ନାନାଦି ବୈଜ୍ଞାନିକ ପରୀକ୍ଷା କରି ଫେରିଆସିବେ। ଏହାସବୁ ସମ୍ଭବ ହେଲେ ମହାକାଶରେ ଉପନିବେଶ ସ୍ଥାପନର ସ୍ବପ୍ନ ହୁଏତ ସାକାର ହୋଇପାରିବ।
ପୃଥିବୀ ବାହାରେ ଅନ୍ୟ ଗ୍ରହ ଉପଗ୍ରହମାନଙ୍କରେ ବିଶେଷକରି ଚନ୍ଦ୍ରପୃଷ୍ଠରେ ଏହା କରାଗଲେ କିମ୍ବା ଦୀର୍ଘଦିନ ଧରି ମହାକାଶ ଯାତ୍ରା କରିବାକୁ ହେଲେ ଆବଶ୍ୟକ ପଡ଼ିବ ବ୍ୟୋମଚାରୀମାନଙ୍କ ପାଇଁ ଖାଦ୍ୟ ଉତ୍ପାଦନ ଅର୍ଥାତ୍‌ କୃଷିକାର୍ଯ୍ୟ। ସ୍ପେଡାକ୍ସ ମିଶନ ସହ ୩୦ା୧୨ା୨୦୨୪ରେ ପ୍ରେରିତ ପିଏସ୍‌ଏଲ୍‌ଭି-ସି୬୦ ଉତ୍‌କ୍ଷେପକ ଦ୍ୱାରା ମହାକାଶକୁ ବହନ କରାଯାଇଥିବା ୨୪ଟି ପରୀକ୍ଷା ବ୍ୟବସ୍ଥା ମଧ୍ୟରୁ ଇସ୍ରୋ ଦ୍ୱାରା ବିକଶିତ ଅନ୍ୟତମ ଥିଲା ଏଥିପାଇଁ ଅଭିପ୍ରେତ। ଏହାକୁ ‘କ୍ରପ୍‌ ରିସର୍ଚ୍ଚ ଇନ୍‌ ଆଉଟର ସ୍ପେସ୍‌’ ବା ‘କ୍ରପ୍‌ସ’ ନାମରେ ନାମିତ କରାଯାଇଛି। ପୁନଶ୍ଚ ‘ପୋଏମ୍‌-୪’ ଅର୍ଥାତ୍‌ ପିଏସ୍‌-୪ ଅର୍ବିଟାଲ ଏକ୍ସପେରିମେଣ୍ଟ ମୋଡୁଲ-୪ ଏଥିପାଇଁ ବ୍ୟବହୃତ ହୋଇଛି। ଏ ବ୍ୟବସ୍ଥାଟି ନିର୍ମିତ ହୋଇଥିଲା ଇସ୍ରୋର ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ୱାରା। ମହାକାଶର ସୂକ୍ଷ୍ମ ବା ଶୂନ୍ୟ ମହାକର୍ଷଣ ମଧ୍ୟରେ ଗଛ କିପରି ବଢ଼ିପାରିବ ତାହା ଅନୁଧ୍ୟାନ କରିବା ଥିଲା ଏହାର ଲକ୍ଷ୍ୟ। ଏଥିରେ ‘ପୋଏମ୍‌-୪’ର ନିୟନ୍ତ୍ରିତ ପରିବେଶ ମଧ୍ୟରେ ୮ଟି ବରଗୁଡ଼ି ମଞ୍ଜିକୁ ଅଙ୍କୁରିତ ହେବାକୁ ଦିଆଯାଇଥିଲା। ଉତ୍‌କ୍ଷେପଣର ୪ ଦିନ ପରେ ଅର୍ଥାତ୍‌ ୪ା୧ା୨୦୨୫ରେ ତାହା ହେବାର ଦେଖାଗଲା। ଅତଏବ ପରୀକ୍ଷାଟି ସଫଳ ହେଲା।
ଏହି ମଞ୍ଜିଗୁଡ଼ିକୁ ‘ପୋଏମ୍‌-୪’ରେ ନିବୁଜ ବାକ୍ସ ମଧ୍ୟରେ ରଖାଯାଇଥିଲା। ସେଥିସହ ସମ୍ପୃକ୍ତ ଥିଲା ବିଶେଷ ଧରଣର ଏକ ଶକ୍ତିଶାଳୀ କ୍ୟାମେରା ଏବଂ ତାପମାତ୍ରା, ଆର୍ଦ୍ରତା ଓ ମୃତ୍ତିକାର ଜଳ ଅଂଶ ଆଦି ମାପିବା ପାଇଁ ଅନୁଧ୍ୟାନକାରୀ ବ୍ୟବସ୍ଥା। ତହିଁରୁ ଜଣାପଡ଼ିଲା ମଞ୍ଜିଗୁଡ଼ିକୁ କିପରି ନିଷ୍କ୍ରିୟ ଅବସ୍ଥାରୁ କ୍ରିୟାଶୀଳ ହେଲେ, ତାହା ଅଙ୍କୁରିତ ହେଲା ଏବଂ ଅଙ୍କୁରଗୁଡ଼ିକର ଅଭିବୃଦ୍ଧି ଘଟିଲା। ‘କ୍ରପ୍‌ସ’ ଏଥିପାଇଁ ଏକ ବିଶେଷ ଧରଣର ମୃତ୍ତିକା ବ୍ୟବହାର କରିଥିଲା। ଏଥିରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜଳ ଏବଂ ମନ୍ଥରଭାବେ ନିଷ୍କାସିତ ହେଉଥିବା ସାର ମିଶାଯାଇଥିଲା। ଉତ୍‌କ୍ଷେପଣ ସମୟରେ କମ୍ପନରୁ ସୁରକ୍ଷା ଦେବା ପାଇଁ ମଞ୍ଜିଗୁଡ଼ିକୁ ତନ୍ତୁ ନିର୍ମିତ ଫିତାରେ ଅଠାମାରି ଲଗାଇ ବାକ୍ସ ମଧ୍ୟରେ ରଖାଯାଇଥିଲା। ‘ପୋଏମ୍‌-୪’ ମହାକାଶରେ ପହଞ୍ଚିଲା ପରେ ମୃତ୍ତିକାରେ ମଞ୍ଜି ଗୁଡ଼ିକୁ ଲଗାଇ ସେଥିରେ ଅଧିକ ଜଳ ସିଞ୍ଚନ କରାଗଲା। ଏ ସମୟରେ ବ୍ୟବସ୍ଥାରେ ଖଚିତ ସମ୍ବେଦକଗୁଡ଼ିକୁ ମୋଡୁଲ ଭିତରର ଅବସ୍ଥା ଅନୁଧ୍ୟାନକରି ତାହାର ତାପମାତ୍ରା, ଆର୍ଦ୍ରତା ଏବଂ ତନ୍ମଧ୍ୟରେ ଥିବା ବିବିଧ ବାଷ୍ପର ମାତ୍ରା ଆଦି ନିୟମିତ ଅନୁଧ୍ୟାନ କରୁଥିଲେ। ପୁନଶ୍ଚ ଏଥିରେ ଏଲ୍‌ଇଡିମାନ(ଲାଇଟ ଏମିଟିଂ ଡାଇଅଡ୍‌) ଖଞ୍ଜାଯାଇଥିଲା ଆଲୋକ ସଂଶ୍ଲେଷଣ ପାଇଁ ଏବଂ ହିଟରମାନଙ୍କ ସାହାଯ୍ୟରେ ଏହାର ତାପମାତ୍ରା ନିୟନ୍ତ୍ରଣ କରାଯାଇଥିଲା। ଅତଏବ ମଞ୍ଜିଗୁଡ଼ିକ ଅଙ୍କୁରିତ ହୋଇ ଥିବା ଦୁଇପତ୍ର ହେବା ପର୍ଯ୍ୟନ୍ତ ବଢ଼ିବାକୁ ଲାଗିଥିଲା। ଏହାର ପରବର୍ତ୍ତୀ ପଦକ୍ଷେପ ହେବ ଏହାର ଅଙ୍କୁରଗୁଡ଼ିକ ୩୦ରୁ ୪୫ ଦିନ ଧରି ବଢ଼ିବାର ବ୍ୟବସ୍ଥା କରିବା ଏବଂ ସେ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା।
ମହାକାଶର ବିଭିନ୍ନ ପରିବେଶରେ ଉଦ୍ଭିଦ କିପରି ବଢ଼ିପାରିବ ଏବଂ ଅନ୍ୟ ଗ୍ରହଗୁଡ଼ିକରେ ବସତି ସ୍ଥାପନକଲେ ସେଠାରେ କୃଷି କାର୍ଯ୍ୟ କରିବା କିପରି ସହଜ ହେବ ଏହା ତା’ର ମାର୍ଗଦର୍ଶକ ହେବ। ଅତଏବ ଇସ୍ରୋର ‘କ୍ରପ୍‌ସ’ ପରୀକ୍ଷା ଏ ସ୍ବପ୍ନକୁ ସାକାରକରିବା ଦିଗରେ ହୋଇଛି ଏକ ବଳିଷ୍ଠ ପଦକ୍ଷେପ। ଏଥିପୂର୍ବରୁ ନାସା (ଆମେରିକାର ଗବେଷଣା ମହାକାଶ ସଂସ୍ଥା)ର ମହାକାଶଚାରୀ ସୁନିତା ଉଇଲିୟମ୍ସ ଆନ୍ତର୍ଜାତିକ ମହାକାଶ ଷ୍ଟେଶନରେ କୃଷି ସମ୍ପର୍କରେ ପରୀକ୍ଷାଟିଏ କରିଥିଲେ। ତହିଁରେ ସୂକ୍ଷ୍ମ ବା ଶୂନ ମହାକର୍ଷଣ ମଧ୍ୟରେ ଲିଚୁ ମଞ୍ଜିକୁ ଗଜା କରାଇ ଚାରା ଗଛକୁ ବଢ଼ାଇବା ସମ୍ଭବ ହୋଇଥିଲା। ଏ ପରୀକ୍ଷାର ନାମ ଥିଲା ‘ପ୍ଲାଣ୍ଟ ହାବିଟାଟ୍‌-୦୭’। ଜଳର ବିଭିନ୍ନ ପରିମାଣରେ ଲଭ୍ୟତା ଏବଂ ଶୂନ୍ୟ ମହାକର୍ଷଣ ମଧ୍ୟରେ ଗଛ କିପରି ପ୍ରଭାବିତ ହୁଏ ଏଥିରୁ ସେ ସମ୍ପର୍କରେ ଅନେକ ତଥ୍ୟ ମିଳିଥିଲା। ବର୍ତ୍ତମାନ ‘ଇସ୍ରୋ’ର କ୍ରପ୍‌ସ ପରୀକ୍ଷା ଏହାକୁ ଆଉ ଗୋଟିଏ ପାଦ ଅଗ୍ରସର ହେବାକୁ ଦେଇଛି ।
ଏଠାରେ ସୂଚନାଯୋଗ୍ୟ, ‘ପୋଏମ୍‌-୪’ ସହ ଆମିଟି ବିଶ୍ୱବିଦ୍ୟାଳୟ ଦ୍ୱାରା ପାଳଙ୍ଗ ଚାରା ଉପରେ ପରୀକ୍ଷା ଲାଗି ବ୍ୟବସ୍ଥାଟିଏ ମଧ୍ୟ ଖଞ୍ଜାଯାଇଛି। ଏହା ସଫଳ ହେଲା ପରେ ମହାକାଶରେ ଗଛର ବୃଦ୍ଧି ସମ୍ପର୍କରେ ଅଧିକ କିଛି ସୂଚନା ମିଳିବ। ଅତଏବ ଏସବୁକୁ ମହାକାଶରେ କୃଷି ଦିଗରେ ଭାରତର ପ୍ରଥମ ସଫଳ ପଦକ୍ଷେପ ରୂପେ ଗ୍ରହଣ କରାଯିବ।
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri