Posted inଖେଳ

ସାରା ବିଶ୍ୱରେ ୧୦୦ ଜଣ ହିଁ କିଣିପାରିବେ Royal Enfieldର ଏହି ବାଇକ୍‌, ମୂଲ୍ୟ ଜାଣିଲେ…  

ନୂଆଦିଲ୍ଲୀ,୭।୨: ଯଦି ଆପଣ ନିଜ ପାଇଁ ଏକ ଦମ୍‌ଦାର ବାଇକ କିଣିବାକୁ ଭାବୁଛନ୍ତି। ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ହୋଇପାରେ। ରୟାଲ ଏନଫିଲ୍ଡ ଏହାର ସଟଗନ୍‌ ୬୫୦ର ସ୍ପେଶାଲ ଏଡିସନ୍‌ ବଜାରକୁ ଲଞ୍ଚ କରିଛି। ଏହାର ପଞ୍ଜୀକରଣ ଭାରତୀୟମାନଙ୍କ ପାଇଁ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇଛି। ରୟାଲ ଏନଫିଲ୍ଡ ଆମେରିକାର କଷ୍ଟମ ମୋଟରସାଇକେଲ ନିର୍ମାତା ICON ମୋଟୋସ୍ପୋର୍ଟସ ସହିତ ମିଳିତ ଭାବରେ ସଟଗନ୍‌ ୬୫୦ର ସ୍ପେଶାଲ ଏଡିସନ୍‌ ତିଆରି କରିଛି।
ଏହି ବାଇକ୍‌କୁ EICMA ୨୦୨୪ ଏବଂ Motoverse ୨୦୨୪ ରେ ମଧ୍ୟ ଲଞ୍ଚ କରାଯାଇଥିଲା। କେବଳ ଏହାର ସୀମିତ ସଂସ୍କରଣ ବଜାରରେ ଉପଲବ୍ଧ ହେବ। ଏହି ବାଇକଟି ସ୍ବତନ୍ତ୍ର ଉପାଦାନ ସହିତ ଆସୁଛି। ଏହା ଏକ ଲିମିଟେଡ୍‌ ଏଡିଶନ୍‌ ହୋଇଥିବାରୁ, ସାରା ବିଶ୍ୱରେ କେବଳ ୧୦୦ ଜଣ ଲୋକ ଏହାକୁ କିଣିପାରିବେ।
ରୟାଲ ଏନଫିଲ୍ଡ ସଟଗନ୍‌ ୬୫୦ ଆଇକନ ଏଡିଶନ୍‌:
ରୟାଲ ଏନଫିଲ୍ଡ ଅନୁଯାୟୀ, ଏହି ଡିଲ୍‌କୁ ଆହୁରି ଭଲ କରିବା ପାଇଁ, ଯିଏ ସଟଗନ୍‌ ୬୫୦ ଲିମିଟେଡ୍‌ ଏଡିସନ୍‌ କିଣିବେ ତାଙ୍କୁ ଏକ ସ୍ବତନ୍ତ୍ର ICON ଡିଜାଇନ ଜ୍ୟାକେଟ୍‌ ମଧ୍ୟ ଦିଆଯିବ। ଯେଉଁଥିରେ ଚମଡା ଆପ୍ଲିକ୍‌ ଏବଂ ଡିଜାଇନ୍‌ ଦେଖିବାକୁ ମିଳିବ। ଏହାର ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହାର ଏକ୍ସ-ସୋରୁମ ମୂଲ୍ୟ ୪.୨୫ ଲକ୍ଷ ଟଙ୍କା।
ରୟାଲ ଏନଫିଲ୍ଡ ସଟଗନ୍‌ ୬୫୦ ଲିମିଟେଡ୍‌ ଏଡିସନ୍‌ ଏକ ୬୪୮cc ପାରାଲାଲ-ଟ୍ବିିନ ଇଞ୍ଜିନ ଦ୍ୱାରା ପରିଚାଳିତ। ଯାହା ୪୬.୩HP ଏବଂ ୫୨.୩Nm ପିକ୍‌ ଟର୍କ ଜେନେରେଟ୍‌ କରିପାରିବ। ଏହା ଏକ ୬-ସ୍ପିଡ୍‌ ଟ୍ରାନ୍ସମିସନ୍‌ ସହିତ ସଂଯୁକ୍ତ।
ଭାରତରେ କେବଳ ୨୫ ଜଣଙ୍କ ପାଖରେ ଏହି ବାଇକ ଦେଖାଯିବ:
ସୀମିତ ସଂସ୍କରଣଟି ବିଶ୍ୱସ୍ତରୀୟ ଡ୍ରପ୍‌ ମାଧ୍ୟମରେ ଉପଲବ୍ଧ କରାଯିବ। ଭାରତୀୟମାନଙ୍କ ପାଇଁ RE ଆପ୍‌ରେ ପଞ୍ଜିକରଣ ଫେବୃଆରୀ ୬, ୨୦୨୫ ରୁ ଆରମ୍ଭ ହୋଇଛି। ଯେତେବେଳେ APAC ୟୁରୋପ ଏବଂ ଆମେରିକାର ଗ୍ରାହକମାନେ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ପରିଦର୍ଶନ କରି ପଞ୍ଜୀକରଣ କରିପାରିବେ। ପ୍ରତ୍ୟେକ ଦେଶ କେବଳ ୨୫ ୟୁନିଟ ପାଇବ।
ବୁକିଂ ୧୨ ଫେବୃଆରୀ ୨୦୨୫ ଦିନ ୩ଟା GMTରେ ଆରମ୍ଭ ହେବ। ବିଭିନ୍ନ ଦେଶରେ ବୁକିଂ କରୁଥିବା ପ୍ରଥମ ୨୫ ଜଣ ହିଁ ଏହାକୁ ମାଲିକ ବୋଲି ନିଶ୍ଚିତ କରାଯିବ।
ଯଦି ଆପଣ ଏହି ସଂସ୍କରଣ କିଣିବାକୁ ଚାହାଁନ୍ତି, ତେବେ ବୁକିଂ ୱିଣ୍ଡୋ ଖୋଲିବା ପାଇଁ ଟିକିଏ ଅପେକ୍ଷା କରନ୍ତୁ। ଏହା ପରେ ରୟାଲ ଏନଫିଲ୍ଡର ଏହି ଚମତ୍କାର ବାଇକ ଆପଣଙ୍କ ଘରେ ପାର୍କିଂ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

ସିଆର୍‌ପିଏଫ୍‌ର ନେତୃତ୍ୱ ନେବେ ସିମରନ୍‌ ବାଲା

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ନେତୃତ୍ୱ ନେବେ...

ନିଜ କଥା ରଖିପାରିଲେନି ଆମେରିକା ରାଷ୍ଟ୍ରପତି, ନେଲେ ୟୁ ଟର୍ନ

ଓ୍ବାଶିଂଟନ,୨୨।୧: ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ...

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri