ଟ୍ରମ୍ପଙ୍କ ହିସାବ

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି, ଯେଉଁମାନଙ୍କର ବିଚାରଧାରା ଟ୍ରମ୍ପଙ୍କ ସହ ସମାନ। ଆମେରିକା ୧୭୭୬ରେ ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିଲା। ସେଥିପାଇଁ ସେହି ଦେଶକୁ ସର୍ବ ପୁରାତନ ଗଣତାନ୍ତ୍ରିକ ଦେଶ ବୋଲି କୁହାଯାଏ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ଚାଇନାର ମୁଖ୍ୟ ଶି ଜିନ୍‌ପିଙ୍ଗ୍‌ ନିମନ୍ତ୍ରିତ ହୋଇଥିଲେ ମଧ୍ୟ ନିଜେ ଯିବା ପରିବର୍ତ୍ତେ ତାଙ୍କ ପ୍ରତିନିଧିଙ୍କୁ ପଠାଇବେ। ଏହି ଉତ୍ସବର ଆକର୍ଷଣ ହେବାକୁ ଯାଉଛନ୍ତି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆଜେଣ୍ଟିନାର ରାଷ୍ଟ୍ରପତି ଜାଭିର ମିଲେଇ ଏବଂ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ। ଉଲ୍ଲେଖଯୋଗ୍ୟ ଯେ, ଇଟାଲୀ ଓ ରୁଷିଆ ମଧ୍ୟରେ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଆଜେଣ୍ଟିନାର ମଧ୍ୟ ରୁଷିଆ ସହ ଦୀର୍ଘ ଦଶନ୍ଧି ଧରି ଐତିହାସିକ ଓ ବାଣିଜି୍ୟକ ସମ୍ପର୍କ ଥିଲା । ଏହାବ୍ୟତୀତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କର ଜଣେ ଦୃଢ଼ ସମର୍ଥକ ହେଉଛନ୍ତି ଓର୍ବାନ । ତେବେ ବ୍ରାଜିଲର ଏବକାର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲ୍‌ଭାଙ୍କୁ ନିମନ୍ତ୍ରଣ କରା ନ ଯାଇ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ଶପଥ ଗ୍ରହଣ ଉତ୍ସବର ଅତିଥି କରାଯାଇଛି, ଯିଏ କି ନିର୍ବାଚନରେ ହାରିବା ପରେ ଟ୍ରମ୍ପଙ୍କ ଭଳି ତାଙ୍କ ପରାଜୟକୁ ଅସ୍ବୀକାର କରିଥିଲେ। ଏଥିସହିତ ମଧ୍ୟପ୍ରାଚ୍ୟରୁ ମୁସଲମାନ ଶରଣାର୍ଥୀ ଇଟାଲୀ ଓ ହଙ୍ଗେରୀକୁ ଅଧିକ ପରିମାଣରେ ଯାଉଥିବାରୁ ଏହି ନେତାମାନଙ୍କୁ ନିମନ୍ତ୍ରଣ ଦେଇ ଆସନ୍ତା ୪ ବର୍ଷ ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ପଟେ ମୁସଲମାନ ଶରଣାର୍ଥୀଙ୍କୁ ଦମନ କରୁଥିବା ୟୁରୋପର ଏହି ଦେଶର ନେତାଙ୍କୁ ନିକଟତର କରିବାର ଉଦ୍ୟମ ସହିତ ଟ୍ରମ୍ପ୍‌ ଆହୁରି ମଧ୍ୟ କିଛି ଚେଷ୍ଟା କଲାଭଳି ମନେହେଉଛି। ଇଟାଲୀ ରାଜନୀତିରେ ରୁଷିଆର ପ୍ରଭାବକୁ ଦୂର କରିବା ସହିତ ଓର୍ବାନଙ୍କୁ ସାଙ୍ଗରେ ରଖିପାରିଲେ ହୁଏତ ଟ୍ରମ୍ପ୍‌ ଏକ ନୂଆ ରାଜନୀତି ନାଟୋ ମାଧ୍ୟମରେ ସୃଷ୍ଟି କରିପାରିବେ। ଏହି ଦୁଇଜଣଙ୍କୁ ନିମନ୍ତ୍ରଣ କରିବା ପଛରେ ନାଟୋକୁ ଶକ୍ତିଶାଳୀ କରିବା ସହିତ ଭ୍ଲାଡିମିର ପୁଟିନ୍‌ଙ୍କୁ ଏକଘରିଆ କରିବାର ଉଦ୍ୟମ ହେଉଥିବା ଭଳି ମନେହୁଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁରୋପର ଅନ୍ୟ ୩ଟି ଦେଶ ଯଥା ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ନାଟୋର ଶକ୍ତିଶାଳୀ ଅଙ୍ଗ ହୋଇଥିଲେ ମଧ୍ୟ ସେହି ଦେଶର ନେତୃବୃନ୍ଦ ନିମନ୍ତ୍ରିତ ହୋଇ ନାହାନ୍ତି। ଟ୍ରମ୍ପ୍‌ଙ୍କ ସହଯୋଗୀ ଏଲନ୍‌ ମସ୍କ ନିକଟରେ ଘୋଷଣା କରିଥିଲେ ଯେ, ଉଭୟ ବ୍ରିଟେନ ଏବଂ ଜର୍ମାନୀରେ ନୂଆ ସରକାର ଗଠନ ହେବା ଦରକାର। ବ୍ରିଟେନର ଲେବର ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମରଙ୍କ କେତେଗୁଡ଼ିଏ ପଦକ୍ଷେପ ବାମପନ୍ଥୀ ହୋଇଥିବା ଭଳି ମନେହେଉଛି। ସେହିଭଳି ଜର୍ମାନୀରେ ଏବେ ବାସ୍ତବରେ କୌଣସି ନେତା ଶକ୍ତିଶାଳୀ ହୋଇପାରୁ ନାହାନ୍ତି। ସେଠାରେ ସବୁ ଦଳ ଦୋଦୁଲ୍ୟମାନ ପରିସ୍ଥିତିରେ ପଡ଼ିଛନ୍ତି ଏବଂ ଜର୍ମାନୀରେ ଖୁବ୍‌ଶୀଘ୍ର ନିର୍ବାଚନ ହେବାର ସ୍ପଷ୍ଟ ଜଣାପଡୁଛି। ଏହା ବ୍ୟତୀତ ଚାଇନାର ଶି ଜିନ୍‌ପିଙ୍ଗ୍‌ଙ୍କ ସମର୍ଥନରେ ରୁଷିଆର ଭ୍ଲାଡିମିର ପୁଟିନ୍‌ କ୍ଷମତାରେ ରହିପାରିଛନ୍ତି। ସେଥିପାଇଁ ଜିନ୍‌ପିଙ୍ଗ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବାର କାରଣ ସହଜରେ ବୁଝାପଡୁଛି। ଯଦି ଚାଇନା ଏବଂ ହଙ୍ଗେରୀ ଭଳି ଦେଶକୁ ପୁଟିନ୍‌ଙ୍କଠାରୁ ଅଲଗା କରିଦେଇପାରିବେ ତେବେ ଟ୍ରମ୍ପଙ୍କର କୂଟନୈତିକ ଚିନ୍ତାଧାରା ସଫଳ ହେଲା ବୋଲି କୁହାଯାଇପାରିବ।
ଅବଶ୍ୟ ଏହିସବୁ ଅନ୍ତର୍ଜାତୀୟ କୂଟନୈତିକ ଖେଳ ଭିତରେ ଭାରତର କୌଣସି ସ୍ଥାନ ରହିନାହିଁ। ଭାରତର ଆଭ୍ୟନ୍ତରୀଣ ଗଣମାଧ୍ୟମରେ ଅନେକ ପ୍ରଚାର କରାଯାଉଛି ଯେ, ଏହି ଦେଶର ଅନ୍ତର୍ଜାତୀୟ ଭାବମୂର୍ତ୍ତି ପ୍ରଥମଥର ପାଇଁ ଶକ୍ତିଶାଳୀ ହୋଇପାରିଛି। ଯେଉଁ ଭାରତୀୟମାନେ ଆନ୍ତର୍ଜାତିକ ବୈଦେଶିକ ନୀତି ସମ୍ପର୍କରେ ଜାଣିଛନ୍ତି କିମ୍ବା ବିଦେଶ ଯିବାର ସୁଯୋଗ ପାଉଛନ୍ତି ସେମାନେ ଜାଣିଛନ୍ତି ଯେ, ଭାରତର ଛବି ବିଦେଶରେ ଅତ୍ୟନ୍ତ ଦୁର୍ବଳ। ଏହି ଦେଶରୁ କେବଳ ଚାକିରି କରିବା ପାଇଁ କିଛି ପାଠୁଆ ବିଦେଶକୁ ଯାଆନ୍ତି ବୋଲି ଭାରତ ପରିଚିତ। ଏହା ବ୍ୟତୀତ ଯେଉଁ ଭାରତୀୟମାନେ ଆମେରିକାର ପ୍ରଶାସନିକ ସ୍ତରରେ ଗୁରୁତ୍ୱଲାଭ କରିଛନ୍ତି ସେମାନେ କେହି ନିଜକୁ ଭାରତୀୟ ବୋଲି କେବେହେଲେ ପରିଚୟ ଦିଅନ୍ତି ନାହିଁ। ଅର୍ଥାତ୍‌ ପ୍ରବାସୀ ଭାରତୀୟମାନେ ବିଦେଶରେ ଅଧିକାଂଶ ଚାକର ଭାବେ ପରିଚିତ ରହିଛନ୍ତି। ଏହି ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି। ତନ୍ମଧ୍ୟରୁ ଅଶାନ୍ତ ସାମାଜିକ ପରିସ୍ଥିତି ଭାରତରେ ଲାଗିରହିଛି ବୋଲି ପର୍ଯ୍ୟଟକ ଆସୁନାହାନ୍ତି। ସମ୍ଭବତଃ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ଭାରତ ଓ ତାହାର ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉନାହାନ୍ତି। କାରଣ ଅନେକ ବର୍ଷ ବିତିଗଲେ ମଧ୍ୟ ଭାରତର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିନାହିଁ। ଏହି ବିଷୟକୁ ନାପସନ୍ଦ କରୁଥିବା ବ୍ୟକ୍ତି ଆଜିର ଆମେରିକୀୟ ଡଲାର ଏବଂ ଭାରତୀୟ ଟଙ୍କାର ବିଭେଦକୁ ଅନିଶା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri