ଗାଁ ପଣାଖୁଣ୍ଟିରେ ବଳିଦେବା ଘଟଣା: ଖବରଦାତା ସମ୍ମିଳନୀରେ ଏସ୍‌ପି ଦେଲେ ଚାଞ୍ଚଲ୍ୟକର ବୟାନ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଗାଁରେ ନୂଆବର୍ଷରେ ବହୁଚର୍ଚ୍ଚିତ ବୀଭତ୍ସ ହତ୍ୟାକାଣ୍ଡର ପରଜଙ୍ଗ ପୋଲିସ ପର୍ଦ୍ଦାଫାଶ କରିଛି । ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକର ରବିବାର ପରଜଙ୍ଗ ଥାନାରେ ପ୍ରେସମିଟ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ଖୁଲାସା କରିଥିଲେ। ନୂଆବର୍ଷର ମଧ୍ୟାହ୍ନରେ ରକ୍ତ ରଞ୍ଜିତ ହୋଇଥିଲା। ବସୋଇ ଗାଁ। ସାନ ଓ ମଝିଆ ଦୁଇ ଭାଇ ହତ୍ୟାର ପ୍ରତିଶୋଧ ପାଇଁ ହତ୍ୟା କରିଛି । ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ ମକୁ ସେହି ଗାଁର ରାକେଶ ସେଠୀଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ତେବେ ମକୁ ପ୍ରଥମେ ଏକ ବାଉଁଶ ଠେଙ୍ଗାରେ ରାକେଶଙ୍କୁ ଆକ୍ରମଣ କରିବା ସହ ଲଙ୍ଗଳ ଲୁହାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରେ ଏକ ଟାଙ୍ଗିଆରେ ମୃତ ଶରୀରକୁ ଖଣ୍ଡଖଣ୍ଡ କରି ଗାଁ ଦାଣ୍ଡରେ ଫୋପାଡ଼ିଥିଲେ। ତେବେ ସବୁଠାରୁ ହୃଦୟ ବିଦାରକ ଥିଲା ଗାଁ ପଣା ଖୁଣ୍ଟରେ ବଳି ଦେବାର ଦୃଶ୍ୟ। ଏହାକୁ ନେଇ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶଙ୍କ ନେତୃତ୍ୱରେ ୩ଟି ଟିମ୍‌ ଅଭିଯୁକ୍ତକୁ ଧରିବା ପାଇଁ ଲାଗି ପଡ଼ିଥିଲେ। ଆଉ ଶେଷରେ ଧରା ହେଲା ଅଭିଯୁକ୍ତ ମକୁ। ଆଉ ଶନିବାର ମକୁକୁ ନେଇ ପୋଲିସ ସିନରିକ୍ରିଏଶନ କରିବା ସହ ରବିବାର ଢେଙ୍କାନାଳ ଏସ୍‌ପି ଏହାକୁ ନେଇ ପ୍ରେସମିଟ କରିଥିଲେ । ପ୍ରେସମିଟରେ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର, ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ, ଏସଆଇ ଦେବଗ୍ରାହି ମହାନ୍ତି ଉପସ୍ଥିତ ଥିଲେ। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ପୋଲିସ ଜବତ କରିଛି ।

Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri