ସଲମାନ ହିରୋ, ବିବେକ ଭିଲେନ୍‌; ବକ୍ସ ଅଫିସରେ ମୁହାଁମୁହିଁ ହେବେ…

ମୁମ୍ବାଇ: ୨୦୨୭ ମସିହା ଇଦ୍‌ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ଏହି କଡ଼ା ଟକ୍କର ହେବାକୁ ଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିବାରେ ଲାଗିଛି।
ଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ମାତୃଭୂମି’ର ରିଲିଜ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ, ସେ ନିଜର ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିସାରିଛନ୍ତି। ପ୍ରଯୋଜକ ଦିଲ ରାଜୁ ଏବଂ ନିର୍ଦ୍ଦେଶକ ଭାମଶୀ ପୈଡିପଲ୍ଲୀଙ୍କ ସହ ସଲମାନ ଏକ ଦମଦାର ଆକ୍ସନ ଡ୍ରାମା ଫିଲ୍ମ ନେଇ ଆସୁଛନ୍ତି, ଯାହା ୨୦୨୭ ମସିହା ଇଦ ଅବସରରେ ମୁକ୍ତିଲାଭ କରିବ। ତେବେ ସଲମାନଙ୍କ ଏହି ଫିଲ୍ମ ସହିତ ସାଉଥ ଅଭିନେତା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ’ସ୍ପିରିଟ’ (Spirit)ର କ୍ଲାସ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ‘ସ୍ପିରିଟ’ରେ ପ୍ରଭାସ ଓ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ଥିବା ବେଳେ ବିବେକ ଓବରଏ ମୁଖ୍ୟ ଖଳନାୟକ (Villain) ଭାବେ ନଜର ଆସିବେ। ଫେବୃଆରୀରେ ବିବେକଙ୍କ ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କୁ ଜଣେ ଶକ୍ତିଶାଳୀ ଖଳନାୟକ ଅବତାରରେ ଦେଖିବାକୁ ମିଳିଥିଲା।
ସ୍ପିରିଟ ନିର୍ମାତାଙ୍କ ପକ୍ଷରୁ ଏହି ଫିଲ୍ମର ରିଲିଜ ତାରିଖ ୫ ମାର୍ଚ୍ଚ ୨୦୨୭ ଘୋଷଣା କରାଯାଇଛି। ସଲମାନ ଏହି ଫିଲ୍ମଟିକୁ ଇଦ୍‌ରେ ରିଲିଜ କରିବେ ବୋଲି କହିଛନ୍ତି। ୨୦୨୭ରେ ଇଦ ୯ କିମ୍ବା ୧୦ ମାର୍ଚ୍ଚରେ ପଡ଼ୁଛି। ଏହି ଦୁଇଟି ବଡ଼ ଫିଲ୍ମ ମଧ୍ୟରେ ମାତ୍ର ୪ ରୁ ୫ ଦିନର ପାର୍ଥକ୍ୟ ରହିବ, ଯାହା ବକ୍ସ ଅଫିସରେ ବଡ଼ ଧରଣର ପ୍ରଭାବ ପକାଇପାରେ।
କେବଳ ଅଭିନେତା ନୁହଁନ୍ତି, ଅଭିନେତ୍ରୀଙ୍କ ମଧ୍ୟରେ ବି ଏହି ଲଢ଼େଇ ଦେଖିବାକୁ ମିଳିବ। ସଲମାନଙ୍କ ଫିଲ୍ମରେ ସାଉଥ ଲେଡି ସୁପରଷ୍ଟାର ନୟନତାରା ନଜର ଆସିବାକୁ ଥିବା ବେଳେ ‘ସ୍ପିରିଟ’ରେ ନ୍ୟାସନାଲ କ୍ରସ ତୃପ୍ତି ଡିମ୍ରି ଅଛନ୍ତି। ୨୦୨୭ରେ ଏହି ଦୁଇ ବଡ଼ ଚଳଚ୍ଚିତ୍ର ମଧ୍ୟରୁ କିଏ ବକ୍ସ ଅଫିସରେ ବାଜି ମାରୁଛି, ତାହା ଦେଖିବା ବେଶ ଆକର୍ଷଣୀୟ ହେବ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?