୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’: ଲୁହ ଝରାଇଲେ ଗାଁ ଲୋକ

ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି। ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ ପାଇବାର ପ୍ରତିଦାନ ସ୍ବରୂପ ନିଜ ଜୀବନ ବଳିଦାନ ଦେଇଛି ଏକ ବୁଲା କୁକୁର ‘କାଳୀ’।  ସାପ ମୁହଁରୁ ୩୦ କୁନି ପିଲାଙ୍କ ଜୀବନ ବଞ୍ଚାଇ ନିଜେ ଆଖିବୁଜିଛି। ପ୍ରାଣୀଟିଏ ହେଲେ ବି ତା’ର ତ୍ୟାଗକୁ ଝୁରି ହେଉଛନ୍ତି ଲୋକେ। ଲୁହ ଝରାଇ ତା’ କଥା ମନେ ପକାଉଛନ୍ତି। ମଣିଷଙ୍କ ଅନ୍ତିମ ସଂସ୍କାର ଭଳି ରୀତିନୀତିରେ କାଳୀର ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ବ୍ଲକ୍‌ ଅଧୀନ  ଡିହିରାକୁଳ ଗ୍ରାମରେ।
ସୂଚନା ଅନୁଯାୟୀ, ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି କୁନି ଛାତ୍ରୀଛାତ୍ର ସୋମବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ବିଦ୍ୟାଳୟ ପରିସର ବାହାରେ ବସି ପାଠ ପଢୁଥିଲେ। ସବୁଦିନ ପରି ଗ୍ରାମର ସମସ୍ତଙ୍କ ପ୍ରିୟ ମାଈ କୁକୁର ‘କାଳୀ’ ମଧ୍ୟ ସେଠାରେ ଉପସ୍ଥିତ ଥିଲା। ଏହି ସମୟରେ ଏକ ବିଷାକ୍ତ ସାପ ଛାତ୍ରୀଛାତ୍ରମାନଙ୍କ ଆଡ଼କୁ ମାଡ଼ି ଆସୁଥିବା ଦେଖିଥିଲା କାଳୀ।  ସାପଟି ପିଲାମାନଙ୍କର କିଛି କ୍ଷତି କରିବା ପୂର୍ବରୁ ତା’ ପାଖକୁ ଝପଟି ଯାଇଥିଲା କାଳୀ। ସାପଟିକୁ  ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚତ୍ବାକୁ ଦେଇ ନ ଥିଲା ସେ। ବେଶ୍‌ କିଛି ସମୟ ସାପ- କୁକୁର ଲଢ଼େଇ ଚାଲିଥିଲା। ସାପଟିକୁ ମାରିବା ପାଇଁ କାଳୀ ତାକୁ କାମୁଡ଼ିଥିବା ବେଳେ ସାପଟି କୁକୁରର ପାଟିକୁ ଦଂଶନ କରିଥିଲା। ଫଳରେ ସାପର ବିଷକ୍ରିୟାରେ କାଳୀର ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ଗ୍ରାମବାସୀ ଦୁଃଖରେ ମର୍ମାହତ ହୋଇଥିଲେ। ରୀତିନୀତି ଅନୁସାରେ ‘କାଳୀ’ର ଅନ୍ତିମ ସଂସ୍କାର କରିଥିଲେ। ମଣିଷର ମୃତ୍ୟୁ ପରେ ଯେପରି ଅନ୍ତେଷ୍ଟ୍ରିକ୍ରିୟା କରାଯାଏ ସେହିପରି ‘କାଳୀ’ର ମୃତଦେହକୁ ଏକ ଟ୍ରଲିରେ ଫୁଲମାଳ, ଧଳା ଲୁଗା ଢାଙ୍କି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗାତଖୋଳି ସେଠାରେ ତାକୁ ପୋତି ଦେଇଥିଲେ। କୁକୁର ‘କାଳୀ’ ଗ୍ରାମବାସୀଙ୍କ ଅତିପ୍ରିୟ ହୋଇଥିବାରୁ ସମସ୍ତେ ଦୁଃଖରେ ଭାଙ୍ଗିପଡିଛନ୍ତି। ୩୦ ଛାତ୍ରୀଛାତ୍ରଙ୍କୁ ବିପଦରୁ ରକ୍ଷା କରିଥିବାରୁ ସବୁଦିନ ପାଇଁ ‘କାଳୀ’ ଗ୍ରାମବାସୀଙ୍କ ପାଇଁ ଅମର ହୋଇରହିବ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମର ରମେଶ ଚନ୍ଦ୍ର ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଅନ୍ତେଷ୍ଟିକ୍ରିୟା ହୋଇଥିବା ବେଳେ ଭଗୀରଥ ସାହୁ, ଦନାର୍ଦ୍ଦନ ପୃଷ୍ଟି, କମଳାକାନ୍ତ ହାତୀ, ସର୍ବେଶ୍ୱର ହାତୀ, ହିମାଂଶୁ ହାତୀ, କ୍ରିଷ୍ଣା ଦାସ, ବାଇଧର ସିଂ ଓ ପ୍ରମୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?