ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି।  ପୋଲିସ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।

ପ୍ରକାଶ ଯେ, ଶୁକ୍ରବାର ଭୋର୍‌ ୪ଟା ସମୟରେ ବାରଙ୍ଗ ଥାନା ନିକଟସ୍ଥ ମଧୁବନଗାଁ ପାଖ ଏକ ମୁଣ୍ଡିଆରୁ ବେଆଇନ ଭାବେ ଚୋରାରେ ଚାଲାଣ ହେଉଛି ମୋରମ। ଏଠାରୁ ମୋରମ ବୋଝେଇ କରି ଓଡି ୦୯ ଟି ୨୩୫୫ ନମ୍ବର ହାଇଓ୍ବାଟି ଦ୍ରୁତଗତିରେ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଗୋଡ଼ିସାହି ଅଭିମୁଖେ ଯାଉଥିଲା। ଏହି ସମୟରେ ଓଡି ୦୨ ବିଜେଡ୍‌ ୫୨୯୩ ନମ୍ବର ବାଇକ୍‌ରେ ଜଣେ ଯୁବକ ବିପରୀତ ଦିଗରୁ ବାରଙ୍ଗ ପଟକୁ ଆସୁଥିଲା। ରତାଗଡ଼ ରେଳ ପୋଲ ନିକଟରେ ହାଇଓ୍ବାଟି ବାଇକ୍‌କୁ ସାମ୍ନାରୁ ଧକ୍କା ଦେଇଥିଲା। ବାଇକ୍‌ ସହ ଚାଳକ ହାଇଓ୍ବାର ଆଗଚକା ତଳେ ରହିଯାଇଥିବାରୁ ପ୍ରାୟ ୫୦ ଫୁଟ ପର୍ଯ୍ୟନ୍ତ ବାଇକ୍‌କୁ ଘୋଷାଡ଼ି ନେଇ ଯାଇଥିଲା। ଯାହାଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଆସିବା ପରେ ସାଧାରଣ ଦର୍ଶକ ଭଳି ହାଇୱା ଚାଲକ ଆସି ପୋଲିସକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ହାଇଓ୍ବକୁ ନେଇ ଫାଣ୍ଡିରେ ରଖି ଫେରାର ହୋଇଯାଇଥିଲା। ଅନ୍ୟପଟେ ବେଆଇନ ଭାବେ ଚାଲୁଥିବା ମୋରମ ଚାଲାଣ ଉପରେ ପ୍ରଶାସନର ଅଙ୍କୁଶ ରହୁ ନ ଥିବାର ଅଭିଯୋଗ ହେଉଛି। ଖୋଲାଖୋଲି ଭାବେ ଟ୍ରିପ୍‌ ପିଛା ୩ ହଜାର ଟଙ୍କା କରି ମୋରମ ବିକ୍ରି କରାଯାଉଛି। ଯେହେତୁ ଚୋରାରେ ଏଠାରୁ ମୋରମ ଚାଲାଣ କରାଯାଉଛି ତେଣୁ ସନ୍ଧ୍ୟା ହେବା ମାତ୍ରେ ପୁରୀ ମେନ୍‌ କେନାଲ ରାସ୍ତା ଚୋରା ମୋରମ ବୋଝେଇ ହାଇଓ୍ବା ଚାଳନା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri