Posted inଜାତୀୟ

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଶାହାଙ୍କ ଭବିଷ୍ୟବାଣୀ: ହଟିବେ ଦିଦି, ଏଥର ମୁଖ୍ୟମନ୍ତ୍ରୀ ହେବେ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ୍‌ମିଟ୍‌ କରିଛନ୍ତି। ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା।  ୧୧୦ ସିଟ୍‌ରେ ଭାଜପା ବିଜୟ ହାସଲ କରିବା ନେଇ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିରେ ସେ ଏକ ଭବିଷ୍ୟବାଣୀ କରିଛନ୍ତି।

ବିପୁଳ ମାତ୍ରାରେ ଭୋଟିଂ ଦର୍ଶାଉଛି ଯେ, ବେଙ୍ଗଲବାସୀ ପରିବର୍ତ୍ତନ ଚାହୁଁଛନ୍ତି। ପଶ୍ଚିମବଙ୍ଗରେ ଦିଦି ହଟିବେ। ଏଥର ଭାଜପାର ଜଣେ ବେଙ୍ଗଲୀ ନେତା ମୁଖ୍ୟମନ୍ତ୍ରୀ ହେବେ। ଅଙ୍ଗ-ବଙ୍ଗ- କଳିଙ୍ଗରେ ଭାଜପା ସରକାର ଲୋକଙ୍କ ସେବା କରିବ ବୋଲି ଶାହା ଦୃଢ଼ତାର ସହ କହିଛନ୍ତି। ସରକାର ଆସିଲେ ଅନୁପ୍ରେବଶକାରୀଙ୍କୁ ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଶାହା ଏହି ପ୍ରେସ୍‌ମିଟ୍‌ରେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?