Posted inଜାତୀୟ

କେତେ ସମ୍ପତ୍ତିର ମାଲିକ ଥିଲେ ମନମୋହନ, ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡ. ମନମୋହନ ସିଂଙ୍କର ଗତକାଲି ଅର୍ଥାତ ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୯୨ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମନମୋହନ ସିଂଙ୍କ ମୃତ୍ୟୁକୁ ଏମ୍ସ ନିଶ୍ଚିତ କରିଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମନମୋହନ ସିଂ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହି ସମୟ ମଧ୍ୟରେ ସେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ସେ ସକ୍ରିୟ ରାଜନୀତିରୁ ଅଲଗା ହୋଇଯାଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପରେ ଦେଶରେ ଶୋକର ଲହରୀ ଖେଳିଯାଇଛି। ମନମୋହନଙ୍କ ବିଷୟରେ ସମସ୍ତ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଏହି ସମୟରେ ମନମୋହନ ସିଂଙ୍କ ସହ ଜଡିତ ସମସ୍ତ ତଥ୍ୟ ଇଣ୍ଟରନେଟରେ ଖୋଜାଯାଉଛି। ଗୁଗୁଲରେ ଖୋଜାଯାଉଥିବା ସୂଚନା ମଧ୍ୟରେ ତାଙ୍କ ରାଜନୈତିକ ଯାତ୍ରା, ତାଙ୍କ ପରିବାର ଏବଂ ସମ୍ପତ୍ତି ସର୍ବାଧିକ ଖୋଜା ଚାଲିଛି। ପରିବାର ବିଷୟରେ କହିଲେ ମନମୋହନ ସିଂ ତାଙ୍କ ପଛରେ ପତ୍ନୀ ଗୁରୁଶରଣ କୌର ଏବଂ ତିନି ଝିଇଙ୍କୁ ଛାଡିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କ ମୋଟ ସମ୍ପତ୍ତି ୧୫ କୋଟି ୭୭ଲକ୍ଷ ଟଙ୍କା ରହିଛି। ୨୦୧୯ରେ ରାଜ୍ୟ ସଭା ନିର୍ବାଚନ ସମୟରେ ଦିଆଯାଇଥିବା ଆଫିଡେଭିଟ ଅନୁଯାୟୀ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ଗୋଟିଏ ଗୋଟିଏ ଫ୍ଲାଟ ଅଛି। ତାଙ୍କ ପାଖରେ ୭କୋଟି ୭୨ ଲକ୍ଷ ୫୪ ହଜାର ୩୭୦ ଟଙ୍କା ଥିଲା।
ଏହା ବ୍ୟତୀତ ମନମୋହନ ସିଂଙ୍କ ପାଖରେ ୧୨ଲକ୍ଷ ୭୬ ହଜାର ଟଙ୍କା ଏନଏଏସ ଏବଂ ଡାକ ସଞ୍ଚୟ ଯୋଜନା ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଖରେ ୩ ଲକ୍ଷ ୮୬ହଜାର ୫୦୦ଟଙ୍କା ମୂଲ୍ୟର ଅଳଙ୍କାର ଥିବା କୁହାଯାଉଛି। ଏହା ସହିତ, ୨୦୧୩ରେ ଦିଆଯାଇଥିବା ଆଫିଡେଭିଟ ଅନୁଯାୟୀ, ତାଙ୍କର ଏକ ମାରୁତି ୮୦୦ କାର୍‌ ଥିଲା । ୧୧ ବର୍ଷ ପୂର୍ବେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ଫ୍ଲାଟର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ଥିଲା। ତାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ୩.୪୬ କୋଟି ଟଙ୍କା ଜମା ଏବଂ ପୁଞ୍ଜି ବିନିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ

ଓ୍ବାଶିଂଟନ୍‌,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

‘ମୁଁ ବିବାହିତ’…ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ଆମିର ଖାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ନିକଟରେ ତାଙ୍କ ପ୍ରେମିକା ଗୌରୀ...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ୍‌, ଆଉ ତା’ପରେ…

ନୂଆଦିଲ୍ଲୀ,୨୨।୧: ନାଗପୁର ବିମାନବନ୍ଦରରେ ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଗାଜିଆବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri