କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର ଲୋକମାନେ ଏହାକୁ ବହୁ ଉତ୍ସାହର ସହ ପାଳନ କରିବେ। ଖ୍ରୀଷ୍ଟମାସ ମଧ୍ୟ ଭାରତରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଆମର ବିଶ୍ୱାସ ରହିଛି ଯେ, ସାଣ୍ଟା କ୍ଲଜ ଖ୍ରୀଷ୍ଟମାସ ଦିନ ଆସି ଲୋକଙ୍କ ଇଚ୍ଛା ପୂରଣ କିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଇଚ୍ଛା ପୂରଣ କରୁଥିବା ସାଣ୍ଟା କ୍ଲଜ କିଏ ଏବଂ ମୃତ୍ୟୁ ପରେ ତାଙ୍କୁ କେଉଁଠାରେ ସମାଧି ଦିଆଯାଇଛି ଏବଂ ବର୍ତ୍ତମାନ ତାଙ୍କର କବର କେଉଁଠାରେ ଅଛି? କୁହାଯାଉଛି ଯେ ସାଣ୍ଟାଙ୍କ କବର ଆୟର୍ଲାଣ୍ଡରେ ଅଛି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ସାରା ବିଶ୍ୱରେ ସାଣ୍ଟା କ୍ଲଜ ଭାବରେ ଜଣାଶୁଣା ଏହି ବ୍ୟକ୍ତିଙ୍କର ପ୍ରକୃତ ନାମ ସେଣ୍ଟ ନିକୋଲାସ। ସେ ଆଧୁନିକ ତୁର୍କୀର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ପ୍ରାଚୀନ ଲାଇସିଆର ମାୟରା ସହରରେ ରହୁଥିଲେ। ବର୍ତ୍ତମାନ ଏହା ତୁର୍କୀର ଆଣ୍ଟାଲିଆ ପ୍ରଦେଶର ଏକ ଅଂଶ। ସେ ୨୮୦ଖ୍ରୀଷ୍ଟାବ୍ଦରେ ତୁର୍କମେନିସ୍ତାନର ମାୟରା ସହରରେ (ଆଧୁନିକ ତୁର୍କୀ) ରେ ଜନ୍ମଗ୍ରହଣ କରିଥିଲେ।

ପ୍ରଭୁ ଯୀଶୁଙ୍କ ମୃତ୍ୟୁ ପରେ ସେଣ୍ଟ ନିକୋଲାସ ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ସେ ଡିସେମ୍ବର ୬ରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଧାର୍ମିକ ବିଶ୍ୱାସ ଏପରି ରହିଛି ଯେ ସାନ୍ତା କ୍ଲଜ ଏବେବି ଜୀବିତ ଅଛନ୍ତି। କୁହାଯାଏ ସାଣ୍ଟା କ୍ଲଜ, କ୍ରିସ କ୍ରିଙ୍ଗଲେ, ଫାଦର ଖ୍ରୀଷ୍ଟମାସ ଏବଂ ସେଣ୍ଟ ନିକ ଭଳି ନାମ ସେହି ବ୍ୟକ୍ତିଙ୍କଠାରୁ ଆସିଛି ଯିଏ ଉପହାର ଦେଉଥିଲେ। ଏହା ମଧ୍ୟ କୁହାଯାଏ ଯେ ସେଣ୍ଟ ନିକୋଲାସ ଏବଂ ଫାଦର ଖ୍ରୀଷ୍ଟମାସ ଭିନ୍ନ ଥିଲେ ଏବଂ ସମୟ ସହିତ ଉଭୟଙ୍କ ଚରିତ୍ର ଗୋଟିଏ ବୋଲି କୁହାଯାଥିଲା। କିନ୍ତୁ ପର ମୂହୁର୍ତ୍ତରେ ସେଣ୍ଟ ନିକୋଲାସ ଆଧୁନିକ ସାଣ୍ଟା କ୍ଲଜ ଭାବରେ ପରିଚିତ ହେଲେ।

କୁହାଯାଏ ଯେ ସାଧୁ ହେବା ପୂର୍ବରୁ ନିକୋଲାସ ଅନାଥ ଥିଲେ। ଆର୍ନ୍ତଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ସେ ନିଜର ସମସ୍ତ ସମ୍ପତ୍ତି ଅଭାବୀ, ଗରିବ ଏବଂ ରୋଗୀଙ୍କୁ ଦାନ କରିଦେଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ସେଣ୍ଟ ନିକୋଲାସ ୩୨୫ରେ କାଉନସିଳ ଅଫ୍‌ ନାଇସିଆରେ ଜିସସ ହୋଇଥିଲେ, ଯେଉଁଠାରେ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପୁତ୍ର ଭାବରେ ଘୋଷଣା କରାଯାଇଥିଲା।

ସେଣ୍ଟ ନିକୋଲାସଙ୍କ ସମାଧି କେଉଁଠି ତା’ ନେଇ କୌଣସି ସୂଚନା ନାହିଁ। କିନ୍ତୁ ବିଶେଷଜ୍ଞଙ୍କୁ ଏନେଇ ଭିନ୍ନ ଭିନ୍ନ ମତ ଦେଉଥିବା ଦେଖିବାକୁ ମିଳିଛି। ପ୍ରାୟତଃ କୁହାଯାଏ ଯେ ତାଙ୍କ କବର ଆୟର୍ଲାଣ୍ଡରେ ଅଛି। କିଛି ଲୋକ କୁହନ୍ତି ଯେ ତାଙ୍କ କବର ତୁର୍କୀର ଆଣ୍ଟାଲିଆସ୍ଥିତ ସେଣ୍ଟ ନିକୋଲାସ ଚର୍ଚ୍ଚ ଭିତରେ ଅଛି। କେହି କେହି ଦାବି କରିଛନ୍ତି ଯେ ତାଙ୍କ ମୃତଦେହ ଚୋରି ହୋଇ ପରେ ଇଟାଲୀର ବରୀରେ ପୋତି ଦିଆଯାଇଛି। ତେବେ ଆର୍ୟଲାଣ୍ଡର କେନେଲ ଜୋରପଏଣ୍ଟ ପାର୍କରେ ସେଣ୍ଟ ନିକୋଲାସ ଚର୍ଚ୍ଚର ଦୁର୍ଗର ଧ୍ୱଂସାବଶେଷ ଥିବା ଦାବି କରାଯାଉଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଶ୍ମଶାନରେ ମାୟରାର ସେଣ୍ଟ ନିକୋଲାସଙ୍କୁ ଏଠାରେ ସମାଧି ଦିଆଯାଇଛି। କିନ୍ତୁ ର୍ଆଲାଣ୍ଡର ଐତିହାସିକମାନେ କହିଛନ୍ତି ଯେ ସେଣ୍ଟ ନିକୋଲାସଙ୍କ ମୃତଦେହ ଇଟାଲୀର ବେସିଲିକା ଡି ସାନ ନିକୋଲା ଚର୍ଚ୍ଚର ତଳ ମହଲାରେ ପୋତି ଦିଆଯାଇଛି। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ସେଣ୍ଟ ନିକୋଲାସଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ବିକ୍ରି କରାଯାଇଥିଲା କିମ୍ବା ଲୋକଙ୍କୁ ଉପହାର ସ୍ବରୂପ ଦିଆଯାଇଥିଲା।

ସମ୍ପ୍ରତି ବୈଜ୍ଞାନିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସାଣ୍ଟା କ୍ଲଜଙ୍କ ଚେହେରା ସୃଷ୍ଟି କରିଥିବା ଦାବି କରିଛନ୍ତି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କ ମୃତ୍ୟୁର ୧୭୦୦ ବର୍ଷ ପରେ ଖପୁରୀ ତଥ୍ୟ ବିଶ୍ଳେଷଣ କରି ସେଣ୍ଟ ନିକୋଲାସଙ୍କ ଚେହେରା ପୁନଃସୃଷ୍ଟି କରାଯାଉଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଗବେଷକ ସିସେରୋ ମୋରେସ କହିଛନ୍ତି ଯେ ସେଣ୍ଟ ନିକୋଲାସଙ୍କ ଚେହେରା ସୃଷ୍ଟି କରିବା ପାଇଁ ବୈଜ୍ଞାନିକମାନେ ୧୯୫୦ରେ ଲୁଗି ମାର୍ଟିନୋଙ୍କ ଦ୍ୱାରା ସଂଗୃହିତ ତଥ୍ୟକୁ ବ୍ୟବହାର କରୁଛନ୍ତି।

ତେବେ ସେଣ୍ଟ ନିକୋଲାସଙ୍କ ଶରୀରର ଅବଶିଷ୍ଟାଂଶରୁ ଜଣାପଡିଛି ଯେ ସେ ମେରୁଦଣ୍ଡ ଏବଂ ପେଲଭାଇନରେ କ୍ରୋନିକ ଆର୍ଥ୍ରାଇଟିସରେ ପୀଡିତ ଥିଲେ। ତେବେ ଗବେଷଣା ସମୟରେ ସେଣ୍ଟ ନିକୋଲାସଙ୍କର ସମାନ ଅବଶିଷ୍ଟାଂଶ ବ୍ୟବହାର କରାଯାଉଛି, ଯାହା ପ୍ରଥମେ ମାୟରାରେ ପୋତି ଦିଆଯାଇଥିଲା ଏବଂ ପରେ ତାଙ୍କ ହାଡଗୁଡ଼ିକୁ ଇଟାଲୀକୁ ନିଆଯାଇ ବରୀରେ ପୋତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri