ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ରମ୍ଭା ନିକଟ ହରିପୁର ବୁରୁଡିର ପ୍ରଶାନ୍ତି ନାହାକ(୩୦), ପୁଷ୍ପାଞ୍ଜଳି ନାହାକ ଓରଫ ମିନି(୩୧) ଓ ତାଙ୍କ ଭାଇ ଶାନ୍ତନୁ କୁମାର ନାହାକ(୩୫) ଓ ଶିପକୁଡା ଗ୍ରାମର ବାସନ୍ତୀ ନାହାକ ଓରଫ ପାଞ୍ଚେଇ(୫୨)। ସେମାନଙ୍କ ନିକଟରୁ ଇ-ଷ୍ଟାମ୍ପ୍‌ ପେପର, ପାର୍ଟିସନ ଡିଡ୍‌, ଟ୍ରେସ୍‌ ମ୍ୟାପ୍‌, ଆଧାର କାର୍ଡ, ଇସି, ମନି ରସିଦ, ସେଲ୍‌ ଡିଡ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି।
ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ସୂଚନାପ୍ରକାରେ, ଅଭିଯୁକ୍ତ ମହିଳା ପ୍ରଶାନ୍ତି ଏବଂ ମଧୁରଚୁଆ ଗ୍ରାମର କବିତା ନାହାକ ଗୁଜୁରାଟରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା। ୨୦୧୯ରେ ଉଭୟ କନିଷି ତହସିଲ ଅନ୍ତର୍ଗତ କରାପଲ୍ଲୀ ମୌଜାରେ ମିଳିତଭାବେ ୧୭୪୨ ଡେସିମିଲ ଜମି କିଣିଥିଲେ। ତେବେ ସେହି ଜମିଟି ଦୀର୍ଘ ଦିନ ଧରି ପ୍ରଶାନ୍ତି ଓ କବିତାଙ୍କ ନାମରେ ପଞ୍ଜୀକରଣ ହୋଇ ନ ଥିବାରୁ ବର୍ତ୍ତମାନ ଯାଏ ଜମି ବିକିଥିବା ମାଲିକଙ୍କ ନାଁରେ ଥିଲା। ସେହିକ୍ରମରେ ପ୍ରଶାନ୍ତି ଉକ୍ତ ଜମିକୁ ନିଜର ଏବଂ କବିତାଙ୍କ ନଁାରେ କରିବାକୁ ବ୍ରହ୍ମପୁର ଉପନିବନ୍ଧକ-୨ଙ୍କ କାର୍ଯ୍ୟାଳୟକୁ ଯାଇ ଜମିର ସଂଶୋଧିତ ଦସ୍ତାବିଜ ପାଇଁ ଆବେଦନ କରିଥିଲେ। ଏହାପରେ କବିତାଙ୍କୁ ଗୁଜୁରାଟରୁ ବ୍ରହ୍ମପୁର ଆସିବାକୁ ସେ କହିଥିଲେ। ହେଲେ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁ କବିତା ଆସିପାରିବେ ନାହିଁ ବୋଲି କହିଥିଲେ। ପରେ ପ୍ରଶାନ୍ତି ସେହି ଜମି ନିଜ ନାମରେ ପଞ୍ଜୀକରଣ ପାଇଁ କବିତାଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ କବିତା ଭାବେ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଛିଡ଼ା କରାଇ ଜମି ପଞ୍ଜୀକରଣ ପାଇଁ ଯୋଜନା କରିଥିଲେ। ପ୍ରଶାନ୍ତିଙ୍କ କହିବା ମୁତାବକ ବାସନ୍ତୀ ନାହାକ ନିଜକୁ କବିତା ନାହାକ ବୋଲି ଦର୍ଶାଇ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ସେହିପରି ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ଶାନ୍ତନୁ ସାକ୍ଷୀ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ବାସନ୍ତୀ ଜମି ପଞ୍ଜୀକରଣ ପାଇଁ ନିଜ ଆଧାର କାର୍ଡ ଦେଇଥିଲେ। ହେଲେ ଆଖି ଓ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ବେଳେ ପ୍ରକୃତ ଜମି ମାଲିକ କବିତାଙ୍କ ତଥ୍ୟ ସହ ତାହା ମେଳ ଖାଇ ନ ଥିଲା। ବାସନ୍ତୀ ପ୍ରକୃତ ଜମି ମାଲିକ ତଥା କବିତା ନୁହେଁ ବୋଲି ଜଣାପଡ଼ିଥିଲା। ଉପନିବନ୍ଧକ ସମରଜିତ ତ୍ରିପାଠୀଙ୍କ ପକ୍ଷରୁ ଏହି ଜାଲିଆତି ଏବଂ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ.୩୮୩/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ ପରେ ରବିବାର କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri