Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କ୍ଷେତ୍ରରେ ମଙ୍ଗଳଙ୍କ ସ୍ଥିତି ପାରିବାରିକ ଜୀବନକୁ ଚିନ୍ତାଶୀଳ କରାଇବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ଟିକିଏ ଟଣାଓଟରା ଭିତିରେ ପାଇବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ମିଳିପାରେ।
ବୃଷ
ବୃଷ
ବକ୍ରୀ ବୃହସ୍ପତି ରାଶିରେ ରହିଥିବାରୁ ଅଟକି ରହିଥିବା ପ୍ରାପ୍ୟ ସହଜରେ ପାଇପାରିବେ। ସ୍ବାସ୍ଥ୍ୟ ପୂର୍ବଭଳି ରହିଲେ ମଧ୍ୟ ଦୁର୍ବଳତା କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିବ। ଆପଣଙ୍କ କାର୍ଯ୍ୟାବଳୀର ପ୍ରଶଂସା କରି ପଦସ୍ଥ ବ୍ୟକ୍ତି ଗୁରୁଦାୟିତ୍ୱ ବହନ କରିବାକୁ ଅନୁରୋଧ କରିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନରେ ଆଶାଜନକ ସୁଫଳ ପାଇବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ରାହୁ କର୍ମଜଞ୍ଜାଳ ବୃଦ୍ଧିଜନିତ ଆଜି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ପାରିବାରିକ ସମସ୍ୟାର ସରଳ ସମାଧାନ ହେଲେ ମଧ୍ୟ ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ଆଜି ଶୁକ୍ରଙ୍କ ରାଶ୍ୟାବଲୋକନରୁ ସକାଳୁ ଅଫିସ୍‌ରୁ କୌଣସି ଖବର ପାଇ ଖୁସି ହେବେ। ପ୍ରତିଶ୍ରୁତି ଦେଇ ଶେଷ ସମୟରେ ବନ୍ଧୁ ଅବିଶ୍ୱାସ କାମ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲକ୍ଷ୍ୟ ହାସଲ କରିବେ, କିନ୍ତୁ ବହୁତ ଶ୍ରମ ସ୍ବୀକାର କରିବାକୁ ପଡ଼ିବ। ଅନିୟମିତ ଭୋଜନ କାରଣରୁ ପେଟ ଗୋଳମାଳ ଦେଖାଦେଇପାରେ।
ସି˚ହ
ସି˚ହ
କୋଣଭାବସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଅଭିଳଷିତ ଫଳ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ପ୍ରଶାନକିକ ସ୍ତରରେ ସମସ୍ୟାର ଆଶୁ ସମାଧାନ ହୋଇଯିବ। ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କଲେ ଅନୁତାପ କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାର ସୂଚନା ରହିଛି।
କନ୍ୟା
କେନ୍ଦ୍ର ଓ କୋଣସ୍ଥ ଗ୍ରହଜନିତ ନିଜର ଚତୁଃପାର୍ଶ୍ୱରେ ଘଟି ଯାଉଥିବା ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ପରିବାରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ। ବିବାଦୀୟ ପରିବେଶରେ ଗୁରୁଜନଙ୍କଠାରୁ ପରାମର୍ଶ ପାଇ ଖୁସି ହେବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଦ୍ୱାଦଶସ୍ଥ କେତୁ ହେତୁ ପରିସ୍ଥିତି ପ୍ରତି ଲକ୍ଷ୍ୟ କରି ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରାରେ ସଫଳତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଚନ୍ଦ୍ର କ୍ଷେତ୍ରରେ ରାଶ୍ୟାଧିପତି ଥିବାରୁ କାମ ହାସଲ ସକାଶେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ହିତୈଷୀଙ୍କ ସହଯୋଗରୁ ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ, କିନ୍ତୁ ସହଯୋଗ ପାଇବେ ନାହିଁ। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା ଓ ସତ୍‌ସଙ୍ଗ, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ମତାନ୍ତର ଜନିତ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମକର
ମକର
ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ। କର୍ମକ୍ଷେତ୍ରରେ, ବନ୍ଧୁ ମେଳରେ ରହିବାର ସୁଯୋଗ ପାଇବେ ଏବଂ କାମ ହାସଲ କରିବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ସମସ୍ୟା ସମାଧାନ ହୋଇଯିବ। କଳା, ସାହିତ୍ୟ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ହେବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ପୂର୍ବାଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ। କୌଣସି ସମସ୍ୟାର ଆଶଙ୍କା କରି ଅସୁବିଧା ନ ଥିଲେ ମଧ୍ୟ ମନ ଅସ୍ଥିର ରହିପାରେ। ଫେରିବା ବାଟରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବିଚଳିତ ହେବେ। ରାଜନୈତିକ ସ୍ତରରେ ଅଥବା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ମୀନମୀନ

ଯେକୌଣସି କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ବହୁତ ଭଲ ହେବ। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ତଥାପି ଅର୍ଥ ଲାଭ, କଳା, ସାହିତ୍ୟ, ଆଲୋଚନା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ। ସାମାନ୍ୟ ଭୁଲ୍‌ରୁ ଆଜିର କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆର୍ଥିକ ସ୍ବଚ୍ଛଳତା...

ରାଶିଫଳ: ବୁଧବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରତିଷ୍ଠା ଲାଭ କରିବେ। ଶନି କ୍ଷେତ୍ରସ୍ଥ ରବି ହେତୁ ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ...

ରାଶିଫଳ: ସୋମବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର...

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ...

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା...

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri