ଦେବାଶିଷଙ୍କ ବଡ଼ ବୟାନ: ବିଜେଡି ଛାଡ଼ି କେହି…

କଟକ, ୧୬ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ ନାହୁଁ ବୋଲି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି। ଦୁଇ ଜଣ ରାଜ୍ୟ ସଭା ସଦସ୍ୟ ବିଜେଡି ଛାଡ଼ିବାକୁ ନେଇ ଦେବାଶିଷ ଏଭଳି ପ୍ରତିକ୍ରିୟା ରଖିଛନ୍ତି। କଟକ ରାଜାବଗିଚାସ୍ଥିତ କାର୍ଯ୍ୟାଳୟଠାରେ ରବିବାର ଦେବାଶିଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଓ ସୁଜିତ୍‌ କୁମାର କାହିଁକି ବିଜେଡି ଛାଡ଼ିଲେ ତାହା ସେମାନଙ୍କ ବ୍ୟକ୍ତିଗତ କାରଣ। ଏଥିରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ। କିନ୍ତୁ ବିଜେଡି ସେମାନଙ୍କୁ କେଉଁ ପରିସ୍ଥିତିରେ ରାଜ୍ୟ ସଭା ପଠାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମହାନତାକୁ ସେମାନେ କଦାପି ଭୁଲିବା ଉଚିତ୍‌ ନୁହେଁ ବୋଲି ଦେବାଶିଷ କହିଛନ୍ତି।
ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ୍‌ ପାତ୍ର ଦଳବଦଳ କରିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଦେବାଶିଷ କହିଛନ୍ତି, ବିଜେଡି ଏହି ଦୁଇ ନେତାଙ୍କୁ ଯେଉଁ ସ୍ଥାନ ଦେଇଛି ତାହା ଅନ୍ୟ କେଉଁ ଦଳ ଦେଇପାରିବ ନାହିଁ। ସେମାନଙ୍କ ନଁା ନେଇ ବହୁ ଚର୍ଚ୍ଚା ହେଉଛି। କିନ୍ତୁ ସେଥିରେ ସତ୍ୟତା ନାହିଁ। ରାଜ୍ୟ ସଭାରେ ଭାଜପାର ସଂଖ୍ୟା ଯାହା ରହିବା ଆବଶ୍ୟକ ତାହା ନ ଥିବାରୁ ସେହି ଦଳ ଏଭଳି ଏକ ଚକ୍ରାନ୍ତ ରଚିଛି। ହେଲେ ଭାଜପା ଏଥିରେ ସଫଳ ହେବ ନାହିଁ। ନବୀନ ପଟ୍ଟନାୟକଙ୍କୁ ଆମେ କେବେ ଛାଡ଼ି କି ଯିବୁ ନାହିଁ ବୋଲି ଦେବାଶିଷ ସ୍ପଷ୍ଟ କରିଛନ୍ତି। ସେହିପରି ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ ସମ୍ପର୍କରେ ଦେବାଶିଷ କହିଛନ୍ତି, ଅନେକ ଆଇଏଏସ୍‌ ଅଧିକାରୀ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଏବେ ଯାହା ପାଳି ପଡ଼ିଛି ସେ ତଦନ୍ତର ସମ୍ମୁଖୀନ ହେବା ଆବଶ୍ୟକ। କେଉଁ ଦଳ ଶାସନ କରୁଛି ତାହା ଏହି ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ସେ ତାଙ୍କ ଦୁର୍ନୀତି ଜାରି ରଖିଥାନ୍ତି। ଯିଏ ନିଜ କ୍ଷମତା ବଳରେ ବଳିଆନ୍‌ ହୋଇ ଦୁର୍ନୀତି କରିବେ ସେ ଦଣ୍ଡ ପାଇବା ଉଚିତ୍‌ ବୋଲି ସାମନ୍ତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri