ଯୁଦ୍ଧ ଅପରାଧରେ ଆଇନର ସମ୍ମୁଖୀନ ହେବେ ଅସାଦ

ତେହେରାନ୍‌,୧୦ା୧୨: ସିରିଆରେ ବିଦ୍ରୋହୀମାନେ ରାଜଧାନୀ ଡମାସ୍‌କସ୍‌କୁ ଅକ୍ତିଆର କରିବା ସହ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କୁ କ୍ଷମତାଚ୍ୟୁତ କରିଛନ୍ତି। ଯୁଦ୍ଧ ଅପରାଧ ମାମଲାରେ ଅସାଦ ଓ ସିରିଆର ଅନ୍ୟ ଶୀର୍ଷ ଅଧିକାରୀମାନେ ବିଚାରର ସମ୍ମୁଖୀନ ହେବେ ବୋଲି ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ତୁର୍କ ସୋମବାର କହିଛନ୍ତି। ସିରିଆରେ କ୍ଷମତା ହନ୍ତାନ୍ତର ପ୍ରକ୍ରିୟା ଗୃହଯୁଦ୍ଧ ବେଳର ଯୁଦ୍ଧ ଅପରାଧ ପାଇଁ ଉତ୍ତରଦାୟୀରୁ ଅଲଗା ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଇରାନର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଥିଲେ। ତେଣୁ ସମ୍ପର୍କରେ ପ୍ରତିକୂଳ ସ୍ଥିତି ସୃଷ୍ଟି ହେବା ଇରାନ ଚାହୁଁନାହିଁ। ସେଥିପାଇଁ ନୂଆ ନେତୃତ୍ୱ ନିମନ୍ତେ ତେହେରାନ ବିଦ୍ରୋହୀ ଗୋଷ୍ଠୀ ସହ ପ୍ରତ୍ୟକ୍ଷ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ହୟାତ୍‌ ତାହରିର୍‌ ଅଲ୍‌-ଶାମ ନେତୃତ୍ୱରେ ବିଦ୍ରୋହୀ ଯୋଦ୍ଧାମାନେ ଦୀର୍ଘ ବର୍ଷର ଅସାଦ୍‌ ଶାସନର ଅବସାନ ଘଟାଇଛନ୍ତି। ମଧ୍ୟପ୍ରାଚ୍ୟରେ ଏହା ସବୁଠୁ ବଡ଼ ନିର୍ଣ୍ଣାୟକ ମୋଡ଼। କାରଣ ଅସାଦଙ୍କ ଜରିଆରେ ଇରାନ ଏବଂ ରୁଷିଆ ଆରବ ଜଗତରେ ପ୍ରଭାବ ବିସ୍ତାର କରିଥିଲେ। ଅସାଦଙ୍କ ପତନ ସହ ସେମାନଙ୍କ ଗଡ଼ର ଅବସାନ ଘଟିଥିବା ବିଦ୍ରୋହୀ କହିଥିଲେ। ଡମାସ୍‌କସ୍‌ରେ କ୍ଷମତା ପରିବର୍ତ୍ତନ ସିରିଆରେ ଆଇନର ପ୍ରଭାବ ହ୍ରାସ ପାଇବ, ଯେଉଁଥି ପାଇଁ ତେହେରାନ ଚିନ୍ତିତ ଥିବା କୁହାଯାଉଛି।
ବିଦ୍ରୋହୀ ଡମାସ୍‌କସ୍‌ ଦଖଲ କରିବା ପରେ ସିରିଆର ୪,୦୦୦ ସୈନ୍ୟ ଇରାକ୍‌ ପଳାଇଯାଇଥିଲେ ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି। ସେମାନଙ୍କୁ ଏକ କ୍ୟାମ୍ପ୍‌ରେ ରଖାଯାଇଛି। ରବିବାର ବିଳମ୍ବିତ ରାତିରେ ସିରିଆର ହାସାକେହ ପ୍ରଦେଶର ଗଭର୍ନର ମଧ୍ୟ ସୀମା ଅତିକ୍ରମ କରିବାକୁ ଚାହିଁଥିଲେ। କ୍ୱାଇମ୍‌ କ୍ରସିଂ ଦେଇ ତାଙ୍କୁ ଇରାକରେ ପ୍ରବେଶ ଅନୁମତି ଦିଆଯାଇଥିଲା। ଇରାକ୍‌ ପୂର୍ବରୁ ଅସାଦଙ୍କ ସମର୍ଥକ ରହିଆସିଥିବାବେଳେ ତାଙ୍କର ପତନ ପରେ ନିରପେକ୍ଷ ରହିଛି।
ସିରିଆରେ ସ୍ଥିରତା ଫେରାଇ ଆଣିବା ପାଇଁ ଏକ ଶାନ୍ତିପୂର୍ଣ୍ଣ ଏବଂ ସମାବେଶୀ ସିରିଆ ନେତୃତ୍ୱାଧୀନ ରାଜନୈତିକ ପ୍ରକ୍ରିୟା ସପକ୍ଷରେ ଭାରତ ମତ ଦେଇଛି। ସିରିଆର ଏକତା, ସାର୍ବଭୌମତ୍ୱ ଏବଂ ପାରମ୍ପରିକ ଅଖଣ୍ଡତାର ସୁରକ୍ଷା ପାଇଁ ସବୁ ପକ୍ଷ ଏକାଠି କାର୍ଯ୍ୟ କରିବା ଆବଶ୍ୟକ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri