ମେଗାଲିଫ୍ଟ କେନାଲରୁ ୩ ବ୍ଲକକୁ ଜଳସେଚନ ଦାବି: ଏନ୍‌ଏଚ୍‌ ଅବରୋଧ କଲା ଚାଷୀ ସଙ୍ଗଠନ

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଚଳିତବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ୍‌ ଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କର୍ତ୍ତୃପକ୍ଷ ରବି ଚାଷ ପାଇଁ ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦ କରିଛି ସଚେତନ କୃଷକ ମଞ୍ଚ। ମଞ୍ଚର କର୍ମକର୍ତ୍ତାଙ୍କ ସହ ହଜାର ସଂଖ୍ୟାରେ ଚାଷୀ ମଙ୍ଗଳବାର କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକରେ ୨୬ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ବିଶେଷ କରି ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ଚାଷଜମିକୁ ଜଳସେଚନ ଦାବି କରିଥିଲେ ଆନ୍ଦୋଳନକାରୀ। ଏହା ଦ୍ୱାରା ଭବାନୀପାଟଣାରୁ ଜୟପୁର ଓ ମୁଖିଗୁଡା ମଧ୍ୟରେ ଯାତାୟାତ ଠପ ହୋଇଥିଲା। ତେବେ ପୋଲିସ ପକ୍ଷରୁ କାଲୋପଳା ଢ଼ାବା ଛକ ଓ ବୋବାରିଆ ଛକରୁ ଯାତ୍ରୀବାହୀ ବସ ଓ ଭାରିଯାନ ବାଇପାସ ଦେଇ ଯିବାଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ଜିଲାପାଳ ଅଜିତ କୁମାର ଶବର, ଶ୍ରୀକାନ୍ତ ଶତପଥୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ, ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ, ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା,କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନା ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀ ଚାଷୀଙ୍କ ଆଲୋଚନା କରିବା ସତ୍ତ୍ୱେ କୌଣସି ସମାଧାନ ବାହାରି ନଥିଲା। ଚାଷୀମାନେ ଜଳସେଚନ ଦାବି ଜିଦରେ ଅଡ଼ି ବସିଥିଲେ। ସଚେତନ କୃଷକ ମଞ୍ଚ ପକ୍ଷରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ନେତୃତ୍ୱରେ କୃଷକ ସଙ୍ଗଠନ ନେତା ଡାକେଶ୍ୱର ଲହଜଳ, ଦିଗମ୍ବର ଦୁରିଆ, ଜୟ ଜଗନ୍ନାଥ କୃଷକ ମଞ୍ଚ ଲଡୁଗାଁ ସଭାପତି ଦୁର୍ଗା ଅଗ୍ରୱାଲ, ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ଜୟପାଟଣା ବ୍ଲକର ଚାଷୀନେତା ଟିକଚନ ସାହୁ ସମେତ ଚାଷୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଅପରାହ୍ନ ସାଢେ ୫ଟାରେ ଧର୍ମଗଡ ଉପ ଜିଲାପାଳ ଧୀମାନ ଚକମା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରେ ଥିବା ଚାଷୀନେତାଙ୍କ ସହ ଆଲୋଚନା କରି ଜଳସେଚନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ଜଳସ୍ତର ନ ଥିବା କାରଣରୁ ଚଳିତ ବର୍ଷ ମେଗାଲିଫ୍ଟ କେନା ରେ ଜଳସେଚନ ବନ୍ଦ କରାଯାଇଛି। ଏଣୁ କୌଣସିମତେ ଜଳସେଚନ ସମ୍ଭବପର ନୁହେଁ। ଆପଣମାନେ ପ୍ରଶାସନ ସହିତ ସହଯୋଗ ରକ୍ଷା କରି ଆନ୍ଦୋଳନରୁ ନିବୃତ୍ତ ରହନ୍ତୁ ବୋଲି କହିଥିଲେ। ପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri