Posted inଖେଳ

ଆଡିଲେଡ୍‌ରେ ଡେବ୍ୟୁ କରିବେ ଟିମ୍‌ ଇଣ୍ଡିଆର ୫ ଖେଳାଳି! ରୋହିତଙ୍କ ଅଧିନାୟକତ୍ୱରେ ଦେଖିବାକୁ ମିଳିବ ନିଆରା ଦୃଶ୍ୟ…

ନୂଆଦିଲ୍ଲୀ,୨୭।୧୧: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳାଯିବ। ଏହା ଏକ ଦିବାରାତ୍ର ମ୍ୟାଚ୍‌ ରହିବ। ଡିସେମ୍ବର ୬ରୁ ଏହି ମୁକାବିଲା ଆରମ୍ଭ ହେବ। ଏମିତିରେ ଦଳର ଏକାଦଶରେ ସେତେଟା ପରିବର୍ତ୍ତନ ଦେଖାଯାଇ ନ ପାରେ ବୋଲି କୁହାଯାଉଛି। ହେଲେ ଅତି କମ୍‌ରେ ୫ ଖେଳାଳି ଏହି ମ୍ୟାଚ୍‌ରେ ସ୍ବତନ୍ତ୍ର ଡେବ୍ୟୁ କରିବେ।

ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଖେଳିବା ନିଶ୍ଚିତ ବୋଲି କୁହାଯାଉଛି। ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ମ୍ୟାଚ୍‌ ଖେଳିପାରି ନ ଥିଲେ। ଶୁଭମନ ଗିଲ ଆହତ କାରଣରୁ ପର୍ଥ ଟେଷ୍ଟ ଖେଳିପାରି ନ ଥିଲେ। ହେଲେ ସେ ଆଡିଲେଡ୍‌ ମ୍ୟାଚ୍‌ ଖେଳିପାରନ୍ତି। ଏମିତିରେ ରୋହିତ-ଗିଲଙ୍କ ଯୋଗୁ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଫଳରେ ଅନ୍ୟ ଦୁଇ ଖେଳାଳି ବାଦ୍‌ ପଡ଼ିପାରନ୍ତି।

ଯଦି ଟିମ୍‌ ଇଣ୍ଡିଆର ଏକାଦଶରେ ୨ରୁ ଅଧିକ ପରିବର୍ତ୍ତନ ନ ହୁଏ ତେବେ ଅତି କମ୍‌ରେ ୫ ଖେଳାଳି ପିଙ୍କ ବଲ୍‌ ଟେଷ୍ଟରେ ଡେବ୍ୟୁ ହେବ। ଅର୍ଥାତ ଏହି ଖେଳାଳି ଭାରତ ପାଇଁ ପ୍ରଥମ ଥର ଡେ-ନାଇଟ୍‌ ମ୍ୟାଚ୍‌ ଖେଳିବେ। ଏହି ଖେଳାଳି ହେଲେ ଯଶସ୍ବୀ ଜୈସଓ୍ବାଲ, କେ ଏଲ୍‌ ରାହୁଲ, ନୀତୀଶ କୁମାର ରେଡ୍ଡି, ମହମ୍ମଦ ସିରାଜ ଏବଂ ହର୍ଷିତ ରାଣା। ଏସବୁ ଖେଳାଳି ପର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ, ଏଥିଲାଗି ଆଡିଲେଡ୍‌ ଟେଷ୍ଟରେ ଖେଳିବାକୁ ବଡ଼ ଦାବିଦାର।

ଟିମ୍‌ ଇଣ୍ଡିଆ କ୍ରିକେଟ ଇତିହାସରେ ଏଯାବତ ୪ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ ଖେଳିଛି। ଏଥିରେ ଭାରତୀୟ ଟିମ୍‌ ୩ ମ୍ୟାଚ୍‌ରେ ବାଜିମାତ କରିଥିବା ବେଳେ ୧ ମ୍ୟାଚ୍‌ରେ ପରାଜିତ ହେବାକୁ ପଡ଼ିଛି। ଏହି ପରାଜୟ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା। ଅପରପକ୍ଷେ ଅଷ୍ଟ୍ରେଲିଆ ଏଯାବତ ୧୨ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ ଖେଳିଛି। ଏଥିରୁ ୧୧ଟିରେ ଅଷ୍ଟ୍ରେଲିଆ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri