ଅନନ୍ତ, ଶ୍ରୀନିବାସ, ଜୟୀରାମ ପାଇଲେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର’

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୨, ୩୩ ଓ ୩୪ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ସମ୍ମାନିତ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇବା ସହ ମନରେ ସାହସ ରଖି ନୂତନତ୍ୱକୁ ଆଧାର କରି ସିନେମା ନିର୍ମାଣ ପାଇଁ ଆହ୍ବାନ ଦେଇଛନ୍ତି। ଓଡ଼ିଆ ସିନେମା ଶିଳ୍ପର ସମୃଦ୍ଧି ପାଇଁ କଳାକାରଙ୍କ ନିମନ୍ତେ ସବ୍‌ସିଡି ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ସମସ୍ତ ସହଯୋଗ ଯୋଗାଇ ଦେବାଲାଗି ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ନିମନ୍ତେ ୨୦୨୦ ବର୍ଷ ପାଇଁ ଲେଖକ, ନିର୍ଦ୍ଦେଶକ ତଥା ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଚିତ୍ରୋତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସର୍ବୋଚ୍ଚ ସମ୍ମାନ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ପ୍ରଦାନ କରାଯାଇଛି। ପୁରସ୍କାର ଗ୍ରହଣ କରି ଅନନ୍ତ କହିଲେ, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସବୁଠୁ ଉର୍ଦ୍ଧ୍ୱରେ। ତେଣୁ ସିନେମା ନିର୍ମାତାମାନେ ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ସିନେମା ତିଆରି କରିବା ଆବଶ୍ୟକ। ସିନେମାରେ ସଂସ୍କୃତିର ଝଲକ ରହିଲେ ଏହାକୁ ପିଢ଼ି ପରେ ପିଢ଼ି ଆଦୃତିଲାଭ କରିବେ। ସେହିପରି ଶ୍ରୀନିବାସ କହିଲେ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଆମକୁ ସନ୍ଦେଶ ଦେଲାଣି ଯେ, ଆମକୁ ଆମ କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିଷ୍ଠାର ସହ ତୁଲାଇବାକୁ ପଡିବ। ସେହିପରି ଜୟୀରାମ କହିଲେ, ଦର୍ଶକଙ୍କ ବିନା ସିନେମା ସଫଳ ହୋଇ ପାରିବନାହିଁ। ଆଜିର ଏହି ସଫଳତା ପଛରେ ଦର୍ଶକଙ୍କ ଭଲପାଇବା ଓ ତାଳି ରହିଛି। ତେଣୁ ଦର୍ଶକଙ୍କ ଭଲ ଲାଗିଲା ଭଳି ସିନେମା କରିବାକୁ ସେ ପରାମର୍ଶ ଦେଇଥିଲେ।
ସେହିପରି ୩୩ଟି ବର୍ଗରେ ୩ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଶହୀଦ ରଘୁ ସର୍ଦ୍ଦାର’, ଶ୍ରେଷ୍ଠ ଅଭିନେତା ଦେବାଶିଷ ପାତ୍ର (ଶହୀଦ ରଘୁସର୍ଦ୍ଦାର) ଓ ଅମ୍ଳାନ ଦାସ (ରୋମି ରାଜା), ଶ୍ରେଷ୍ଠ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଳା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ‘ରୋମିଓ ରାଜା’ ପାଇଁ ରାକେଶ ସାମଲଙ୍କୁ ପୁରସ୍କୃତ କରାଯାଇଛି। ୨୦୨୧ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’, ଓ ‘ଡାଲ୍‌ଚିନି’, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମ ‘ତୃଷ୍ଣା’ ପାଇଁ ସୁରେଶ ପଟ୍ଟନାୟକ, ଶ୍ରେଷ୍ଠ ଅଭିନେତା ଦ୍ୱୀପନିତ ଦାଶମହାପାତ୍ର (ପ୍ରତୀକ୍ଷା) ଏବଂ ଅଙ୍କିତ କୁମାର(ଭୋକ), ଶ୍ରେଷ୍ଠ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ (ଡାଲ୍‌ଚିନି) ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୨୦୨୨ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଦମନ’, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ (ମାୟାବୀ) ସୁଧାଂଶୁ ମୋହନ ସାହୁ, ଶ୍ରେଷ୍ଠ ଅଭିନେତା ବାବୁଶାନ୍‌ (ଦମନ) ଓ ଶ୍ରେଷ୍ଠ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର (ବୋଉର ହାତବାକ୍ସ)ଙ୍କୁ ପୁରସ୍କୃତ କରାଯାଇଛି। ଏହାସହିତ ଶ୍ରେଷ୍ଠ କାହାଣୀକାର, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ଶ୍ରେଷ୍ଠ ଶିଶୁ ଅଭିନେତା, ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ଶ୍ରେଷ୍ଠ ଖଳ ଅଭିନେତା, ଖଳ ଅଭିନେତ୍ରୀ, ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର, ଶ୍ରେଷ୍ଠ ସଂଳାପ ଲେଖକ, ଶ୍ରେଷ୍ଠ ରୂପ ସଜ୍ଜାକାରୀ, ଶ୍ରେଷ୍ଠ ନୃତ୍ୟ ସଂଯୋଜନା, ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ, ସ୍ବତନ୍ତ୍ର ଜୁରୀ ପୁରସ୍କାର ଆଦି ୩୩ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ସମାଜ ପରିବର୍ତ୍ତନରେ ଚଳଚ୍ଚିତ୍ରର ସୁଦୂରପ୍ରସାରୀ ପ୍ରଭାବ ରହିଛି। ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ପୂଜ୍ୟପୂଜାର ପ୍ରତୀକ। ଏହା ଓଡ଼ିଆ ଚଳଚ୍ଚିତ୍ରର ପୂର୍ବ ଗରିମା ଫେରାଇ ଆଣିବା ସହ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆଗେଇ ନେବା ପାଇଁ ପ୍ରେରଣା ଯୋଗାଇବ। ତେଣୁ ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ଅତିଥିମାନେ ନିବେଦନ କରିଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଓ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri