Posted inଖେଳ

ସରଫରାଜଙ୍କ ପ୍ରତି ଅନ୍ୟାୟ କଲେ ରୋହିତ-ଗମ୍ଭୀର!

ମୁମ୍ବାଇ,୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜ ମଧ୍ୟରେ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି। ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ ବିଶେଷଜ୍ଞମରାନ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍‌ କରିଥିଲା। ଏହା ଜବାବରେ ଟିମ୍‌ ଇଣ୍ଡିଆ ୨୬୫ ରନ୍‌ କରିଥିଲା। ହେଲେ ଏଥିରେ ନିଜର ହୋମ୍‌ ଗ୍ରାଉଣ୍ଡରେ ଖେଳୁଥିବା ସରଫରାଜ ଖାନ୍‌ କିଛି ଖାସ କରିପାରି ନ ଥିଲେ। ସେ ୪ ବଲ୍‌ ଖେଳିଥିବା ବେଳେ ଖାତା ଖୋଲି ନ ପାରି ଆଉଟ୍‌ ହୋଇଯାଇଥିଲେ।

ଇନିଂସ ଶେଷ ହେବା ପରେ ସରଫରାଜ ଖାନଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଭାରତର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି। ସରଫରାଜ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌। ତାଙ୍କୁ ପ୍ରାୟତଃ ୫ମ ସ୍ଥାନରେ ଖେଳୁଥିବା ଦେଖାଯାଏ। ହେଲେ ମୁମ୍ବାଇ ଟେଷ୍ଟ ପ୍ରଥମ ଇନିଂସରେ ତାଙ୍କୁ ୮ମ ସ୍ଥାନରେ ପଠାଯାଇଥିଲା। ବାମ-ଦକ୍ଷିଣ କମ୍ବିନେଶନକୁ ବଜାୟ ରଖିବାକୁ ଏଭଳି କରାଗଲା। ହେଲେ ସଞ୍ଜୟ ରୋହିତ ଏବଂ ଗମ୍ଭୀରଙ୍କ ଏହି ନିଷ୍ପତ୍ତି ବିଲ୍‌କୁଲ ପସନ୍ଦ ଆସି ନ ଥିବା କହିଛନ୍ତି। ସେ ତୁରନ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଷ୍ପତ୍ତିର ସମାଲୋଚନା କରିଛନ୍ତି।

ସଞ୍ଜୟ କହିଛନ୍ତି, ଜଣେ ଖେଳାଳି ଫର୍ମରେ ଅଛନ୍ତି, ନିଜର ପ୍ରଥମ ୩ ଟେଷ୍ଟରେ ୩ ଅର୍ଦ୍ଧଶତକ ମାରିଛନ୍ତି। ବାଙ୍ଗାଲୋର ଟେଷ୍ଟରେ ୧୫୦ ରନ୍‌ କରିଥିଲେ। ସେ ସ୍ପିନକୁ ଭଲ ଖେଳନ୍ତି। ହେଲେ ବାମ-ଦକ୍ଷିଣ ବ୍ୟାଟ୍ସମ୍ୟାନ୍‌ କମ୍ବିନେଶନକୁ ବଜାୟ ରଖିବାକୁ ତାଙ୍କୁ ବ୍ୟାଟିଂର ନିମ୍ନକ୍ରମକୁ ପଠାଇ ଦିଆଗଲା। ଏଭଳି କରିବାର କୌଣସି ଅର୍ଥ ନାହିଁ। ଏହା ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri