ଏମ୍‌କେସିଜିରେ ରାଗିଂ ଘଟଣା: ୫ ସନିୟର୍‌ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍‌ ମନା

ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ କ୍ୟାମ୍ପସ୍‌ ମନା କରାଯାଇଛି। ଏହି ୫ଜଣ ଛାତ୍ର ହଷ୍ଟେଲ୍‌ରେ ରହି ପାରିବେ ନାହିଁ କି କ୍ୟାମ୍ପସ୍‌କୁ ପ୍ରବେଶ କରି ପାରିବେ ନାହିଁ। ଏପରିକି ସେମାନେ କ୍ଲାସ୍‌କୁ ମଧ୍ୟ ଆସି ପାରିବେ ନାହିଁ।

ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଭବିଷ୍ୟତରେ କୌଣସି ଛାତ୍ର କାହାକୁ ବି ରାଗିଂକରିବାକୁ ସାହସ କରିପାରିବେ ନାହିଁ। ଏପରିକି ରାଗିଂ କରିବାକୁ ସିନିୟର୍‌ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡା. ସୁଚିତ୍ରା ଦାଶ ବୁଧବାର ସନ୍ଧ୍ୟାରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ସେପଟେ ସେହି ୫ଜଣ ଛାତ୍ରଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହେବ। ଡିନ୍‌ଙ୍କ ଲିଖିତ ଏତଲା ପରେ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ କରିବ ବୋଲି ବ୍ରହ୍ମପୁର ଏସ୍‌ପି ଡା. ସର୍ଵଣା ବିବେକ ଏମ୍‌. ମଧ୍ୟ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ଏମ୍‌କେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଗତ ୨୭ ତାରିଖରେ କେତେକ ସିନୀୟର ଛାତ୍ର ଛାତ୍ରାବାସ(ହୋଷ୍ଟେଲ) ଭିତରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ମାଡ ମାରିଥିଲେ।

ରାଗିଂର ଶିକାର ହୋଇଥିବା ଛାତ୍ର ମାନଙ୍କ ଅଭିଭାବକ ମାନେ ଏନେଇ ଦିଲ୍ଲୀ ସ୍ଥିତ ଏନ୍‌ଏମ୍‌ସିର ଆଣ୍ଟି ରାଗିଂ ସେଲ୍‌ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ୨୫ତାରିଖରେ ଏମ୍‌କେସିଜି ଆଣ୍ଟିଂ ରାଗିଂ କମିଟିର ବୈଠକ ବସିଥିଲା। ବୈଠକରେ ପ୍ରାୟ ୧୨୦ଜଣ ଦ୍ବିତୀୟ ବର୍ଷର ଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ। ଫଳରେ କାହାରି ବିରୋଧରେ ପ୍ରମାଣ ମିଳି ନଥିଲା। ଏହାପରେ ଗତ ୨୮ତାରିଖ ସଂଧ୍ୟାରେ ଜଣେ ଛାତ୍ରଙ୍କ ଅଭିଭାବକ ରାଗିଂ ନେଇ ଡିନ୍‌ଙ୍କ ନିକଟରେ ୫ଜଣ ଛାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ହଷ୍ଟେଲ୍‌ରୁ ତାଙ୍କର ପୁଅକୁ ନେଇ ଯାଇଥିଲେ। ତେବେ ମଙ୍ଗଳବାର ପୁଣିଥରେ ଆଣ୍ଟି ରାଗିଂ ସେଲ୍‌ରୁ ଆଉ ଏକ ଅଭିଯୋଗ ଆସିଥିଲା।

ଏମ୍‌କେସିଜିର ୪ଜଣ ଛାତ୍ର ରାଗିଂ କରୁଥିବା ନେଇ ସେହି ଅଭିଯୋଗରେ ଦର୍ଶାଯାଇଥିଲା। କିନ୍ତୁ ଅଭିଯୋଗକାରୀଙ୍କ ନାମ ସେଥି‌ରେ ନଥିଲା। ଏହି ସବୁ ଘଟଣାକୁ ନେଇ ବୁଧବାର ସଂଧ୍ୟାରେ ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରଗିଂ କମିଟିର ବୈଠକ ବସିଥିଲା। ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିମିଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଡିନ୍‌ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଅଭିଭାବକ ଏବଂ ତାଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। କମିଟି ସଦସ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରି ହଷ୍ଟେଲ୍‌ ୱାର୍ଡ଼େନ୍‌ଙ୍କ ଠାରୁ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ସିନିୟର୍‌ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟରୁ ଜଣେ ଛାତ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା।

ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଦାଶ କହନ୍ତି, ଆଣ୍ଟି ରଗିଂ କମିଟିର ବୈଠକରେ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ଛାତ୍ରଙ୍କୁ ୬ମାସ ପାଇଁ କ୍ୟାମ୍ପସ୍‌ ମନା କରାଯାଇଛି। ୪ନମ୍ବର ହଷ୍ଟେଲ୍‌ରେ ଏଭଳି ରାଗିଂ ଚାଲିଥିଲା। ରାତିରେ ସନିୟର୍‌ ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଛାତ ଉପରକୁ ଡାକି ବିଭିନ୍ନ ପ୍ରକାର ଶରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଅପଦସ୍ଥ କରୁଥିଲେ। ଏହାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍‌ଏମ୍‌ସି ନିକଟରେ ହୋଇଥିବା ଆଉ ଏକ ଅଭିଯୋଗରେ ୪ଜଣ ଛାତ୍ରଙ୍କ ନାମରେ ରହିଛି। କିନ୍ତୁ ଅଭିଯୋଗକାରୀ ନଥିବାରୁ ସେମାନଙ୍କ ଉପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେମାନଙ୍କ ବିରୋଧରେ ୩ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍‌ ମନା କରିବାକୁ ବିଚାର କରାଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri