Posted inଜାତୀୟ

ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାର ଶୁଭାରମ୍ଭ କରିବେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଐତିହାସିକ ସେବାକୁ ଉଦଘାଟନ କରିବେ। ମଙ୍ଗଳବାର ଋଷିକେଶ ଏମ୍ସ ହେଲି ଆମ୍ବୁଲାନ୍ସ ଆରମ୍ଭ କରିବାରେ ଦେଶର ପ୍ରଥମ ଅନୁଷ୍ଠାନ ହେବ।

ଋଷିକେଶ ଏମ୍ସର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ପ୍ରଫେସର ମେନୁ ସିଂ କହିଛନ୍ତି ଯେ ଶୁଭାରମ୍ଭ ସମୟରେ ଏମ୍ସରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ବହୁ ଏମପି ଏବଂ ବିଧାୟକ ଉପସ୍ଥିତ ରହିବେ। ସଞ୍ଜୀବନୀ ଯୋଜନା ଅଧୀନରେ ହେଲି ସେବା ପରିଚାଳିତ ହେବ । ସେବାଟି ସମ୍ପୂର୍ଣ୍ଣ ମାଗଣା ହେବ । ଏହାର ସୁବିଧା ସାରା ରାଜ୍ୟରେ ଉପଲବ୍ଧ ହେବାକୁ ଯାଉଛି। ଅନେକ ପର୍ଯ୍ୟାୟରେ ହେଲି ଆମ୍ବୁଲାନ୍ସ ପରୀକ୍ଷା କରାଯାଇଛି, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ସିଂ କହିଛନ୍ତି ଯେ ସେବାର ଅପବ୍ୟବହାରକୁ ରୋକିବା ପାଇଁ ଅଭାବୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ବତନ୍ତ୍ର ଢାଞ୍ଚା ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଯଦି କୌଣସି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ତୁରନ୍ତ ଚିକିତ୍ସା ଆବଶ୍ୟକ କରନ୍ତି, ତେବେ ଡାକ୍ତରଙ୍କ ସୁପାରିଶ କ୍ରମେ ସ୍ଥାନୀୟ ପ୍ରଶାସନ ସହାୟତାରେ ହେଲି ଆମ୍ବୁଲାନ୍ସର ସୁବିଧା ଯୋଗାଇ ଦିଆଯିବ। କେବଳ ଯେଉଁ ରୋଗୀର ଅବସ୍ଥା ଗୁରୁତର, ତାଙ୍କୁ ପ୍ରାଥମିକତା ଦିଆଯିବ। ଏହି ସେବା ସମଗ୍ର ଉତ୍ତରାଖଣ୍ଡରେ ଉପଲବ୍ଧ ହୋଇପାରିବ। ବିଶେଷ କଥା ହେଉଛି ଉତ୍ତରାଖଣ୍ଡ ସୀମାବର୍ତ୍ତୀ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ହେଲି ଆମ୍ବୁଲାନ୍ସର ସୁବିଧା ଦିଆଯିବ।

ହେଲି ଆମ୍ବୁଲାନ୍ସରେ ଭେଣ୍ଟିଲେଟର୍‌ ସହିତ ଅନ୍ୟ ଅତ୍ୟାବଶ୍ୟକ ଏବଂ ଅତ୍ୟାଧୁନିକ ଜୀବନରକ୍ଷକ ଉପଲବ୍ଧ ହେବ। ଡାକ୍ତରଙ୍କ ସହିତ ଅନ୍ୟ ଡାକ୍ତରୀ କର୍ମଚାରୀ ଆମ୍ବୁଲାନ୍ସରେ ନିୟୋଜିତ ହେବେ। ଏକ ସମୟରେ ହେଲି ଆମ୍ବୁଲାନ୍ସ ଦ୍ୱାରା ଜଣେ ରୋଗୀ ନିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri