ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌। କର୍ମଚାରୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋ’ ବସ୍‌ ଭିତରେ ଥିବା ସିଟ୍‌ରେ ଟିକେ ବସି ଦେଲେ ମୋ’ବସ୍‌ରେ କାର୍ଯ୍ୟରତ କଣ୍ଡକ୍ଟର ବା ଗାଇଡ଼ମାନଙ୍କୁ ମୋଟା ଅଙ୍କର ଜରିମାନା କରାଯାଉଛି। ଏଭଳି ସାମାନ୍ୟ ଭୁଲ୍‌ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୫୦୦୦ ଟଙ୍କାର ଜରିମାନା ଆଦାୟ କରୁଛନ୍ତି। ଖାଲି ସେତିକି ନୁହେଁ ସାମାନ୍ୟ କଥାରେ କର୍ମଚାରୀଙ୍କ ଦରମା ମଧ୍ୟ କାଟି ଦିଆଯାଉଛି।

ଏହାବ୍ୟତୀତ ମୋ’ ବସ୍‌ରେ ବର୍ତ୍ତମାନ ପ୍ରବଳ ଭିଡ଼ ହେଉଥିବାରୁ ବସ୍‌ ମଧ୍ୟରେ ବୁଲିବୁଲି ଟିକେଟ୍‌ କାଟିବାରେ କଣ୍ଡକ୍ଟର ଓ ଗାଇଡ୍‌ମାନେ ମଧ୍ୟ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ସମସ୍ତ ସମସ୍ୟାର ସମାଧାନ ଦାବିରେ ମୋ’ ବସ୍‌ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ବସ୍‌ ଚଳାଚଳ ବନ୍ଦ ରଖି ସିଆରୟୁଟି ସମ୍ବଲପୁର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମୋ’ବସ୍‌ ଗାଇଡ୍‌। ଫଳରେ ସମ୍ବଲପୁର ସହରରେ ଆଜି ସକାଳୁ ମୋ’ ବସ୍‌ ସେବା ବନ୍ଦ ରହିଛି। ତେବେ ସମସ୍ୟାର ସମାଧାନ ନ ହେବା ର୍ପଯ୍ୟନ୍ତ ମୋ’ ବସ୍‌ ସେବା ବନ୍ଦ ରହିବ ବୋଲି ଗାଇଡ୍‌ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଧରି କାର୍‌ ଅଟକାଇଲେ ୨ ଯୁବକ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଆତଙ୍କ ଖେଳାଇଲେ

ପାଟଣା,୨୨ା୧(ବୀର କିଶୋର ଦାଶ): ରାସ୍ତା ଉପରେ ପୋଲିସ କିମ୍ବା ଆର୍ମିର ବେଆଇନ ବନ୍ଧୁକ ଧରି ଏକ ବୋଲେରୋ ଓ ଏକ କାର୍‌କୁ ଅଟକାଇବା ଭଳି ଫଟୋ...

ସରକାର ନେଲେ ବଡ଼ ନିଷ୍ପତ୍ତି: ଗୁଟ୍‌ଖା, ସିଗାରେଟ୍‌-ବିଡି ସବୁ ବ୍ୟାନ୍‌

ଭୁବନେଶ୍ୱର,୨୨।୧(ସୁଚିସ୍ମିତା ସାହୁ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍‌ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ...

ବୃଦ୍ଧି ହେବ ଅଟଳ ପେନସନ ଯୋଜନାର ପେନସନ? ବଜେଟରେ ହେବ ଘୋଷଣା!

ନୂଆଦିଲ୍ଲୀ,୨୨।୧: ବଜେଟରେ ସରକାର ଅଟଳ ପେନସନ ଯୋଜନା ଅଧୀନରେ ପେନସନ ବୃଦ୍ଧି କରିବେ କି? ଅଟଳ ପେନସନ ଯୋଜନାର ଅନେକ ଗ୍ରାହକଙ୍କ ମନରେ ଏହି ପ୍ରଶ୍ନ...

ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୭ ଶ୍ରମିକଙ୍କ ମୃତ୍ୟୁ

ରାୟପୁର, ୨୨।୧:  ଛତିଶଗଡ଼ର ବଲୋଦା ବଜାର ଜିଲାରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହା ଫଳରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।...

ଶ୍ରୀମନ୍ଦିର ଉପରେ ଉଡ଼ାଉଥିଲେ ଡ୍ରୋନ୍‌, ଅଭିଯୁକ୍ତଙ୍କୁ ପୋଲିସ କାବୁ କରି…

ପୁରୀ,୨୨ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି। କିଛି ଦିନ ବ୍ୟବଧାନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳୁଛି। ତେବେ...

ଭାଜପା ବିଧାୟକଙ୍କ ଦ୍ୱିତୀୟ ବିବାହକୁ ନେଇ ଉଠିଲା ବିବାଦ: ପ୍ରଥମ ସ୍ତ୍ରୀ କଲେ…

କୋକାତା,୨୨।୧: ପଶ୍ଚିମବଙ୍ଗର ଖଡ଼ଗପୁର ସଦରର ଭାଜପା ବିଧାୟକ ଏବଂ ପ୍ରସିଦ୍ଧ ଅଭିନେତା ହିରନ ଚାଟାର୍ଜୀ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆଇନଗତ ସମସ୍ୟାରେ ଫସିଥିବା ଜଣାପଡ଼ିଛି।...

ବଂଶଧାରା ବସନ୍ତ ମହୋତ୍ସବକୁ ନେଇ ସାର୍ବଜନିକ ଅଭିଯୋଗ, ଅନୁମତି ବିନା…

ଗୁଣୁପୁର,୨୨।୧(ସଂକେତ ପାତ୍ର ): ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ପ୍ରତିବର୍ଷ ଆୟୋଜିତ “ବଂଶଧାରା ବସନ୍ତ ମହୋତ୍ସବ” କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି ।...

1984 Anti-Sikh Riots: ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୧: ରାଜଧାନୀ ଦିଲ୍ଲୀରେ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ଏକ ମାମଲାରେ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ଆଜି (ଜାନୁଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri