Posted inଜାତୀୟ

୪୦୦ ଫୁଟ୍‌ ଉଚ୍ଚ ଟାଓ୍ବାରରେ ୫୬୦ ଦିନ

ସାମାନା(ପଞ୍ଜାବ),୨୫ା୪: ପଞ୍ଜାବ ଆକ୍ଟିଭିଷ୍ଟ ଗୁର୍‌ଜିତ ସିଂ ଖାଲ୍‌ସା ଧର୍ମନିନ୍ଦା ଘଟଣାରେ କଠୋର ଆଇନ ଆଣିବା ଦାବିରେ ୪୦୦ ଫୁଟ୍‌ ଉଚ୍ଚ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ଉପରେ ୫୬୦ ଦିନ ବସିରହିବା ପରେ ଶୁକ୍ରବାର ସକାଳେ ତାଙ୍କୁ ତଳକୁ ଅଣାଯାଇଛି। ପଞ୍ଜାବ ସରକାର ଧର୍ମନିନ୍ଦା ବିରୋଧରେ କଠୋର ଆଇନ ଆଣିବା ପରେ ଜିଲା ପ୍ରଶାସନ ୪୩ ବର୍ଷୀୟ ଗୁର୍‌ଜିତଙ୍କୁ ସୁରକ୍ଷିତ ଭାବେ ଟାଓ୍ବାରରୁ ତଳକୁ ଆଣିଛି।
ଗୁରୁଗ୍ରନ୍ଥ ସାହିବର ଅପମାନ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡବିଧାନ ଦାବିରେ ଗୁର୍‌ଜିତ ୨୦୨୪ ଅକ୍ଟୋବର ୧୨ରେ ପଟିଆଲା ନିକଟ ସାମାନାଠାରେ ଥିବା ଟାଓ୍ବାର ଉପରେ ଚଢ଼ି ବିକ୍ଷୋଭ ଜାରି ରଖିଥିଲେ। ଶୁକ୍ରବାର ଅଗ୍ନିଶମ, ପୋଲିସ୍‌ ଓ ପ୍ରଶାସନିକ ଅଧିକାରୀମାନଙ୍କ ଏକ ଟିମ୍‌ ଏକ ସ୍ବତନ୍ତ୍ର କ୍ରେନ୍‌ ସହାୟତାରେ ତାଙ୍କୁ ତଳକୁ ଆଣିଛି। ଏହି ଅଭିଯାନରେ ସୁରକ୍ଷା ଉପକରଣ ଲାଗିଥିବାବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ମିଳିତ ଉଦ୍ୟମ ହୋଇଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଗୁର୍‌ଜିତ ଟାଓ୍ବାରରୁ ଓହ୍ଲାଉଥିବାବେଳେ ତଳେ ଲୋକମାନେ ସ୍ଲୋଗାନ ଦେଇଥିଲେ। ଗୁର୍‌ଜିତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ହସ୍ପଟାଲ ନିଆଯାଇଥିଲା। ସମର୍ଥକମାନେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ। ଗୁରୁଙ୍କ କୃପାରୁ ୧୮ ମାସ ୧୨ ଦିନ ପରେ ସେ ସୁରକ୍ଷିତ ଭାବେ ତଳକୁ ଆସିଥିବା କହିବା ସହ ପଞ୍ଜାବ ସରକାର, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏବଂ ବିଧାନସଭା ବାଚସ୍ପତି କୁଲତାର ସିଂ ସାନ୍ଧଓ୍ବନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିଥିବା ସ୍ଥାନୀୟ ପ୍ରଶାସନକୁ ସେ ଧନ୍ୟବାଦ ଜଣାଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri