Posted inଜାତୀୟ

ମଣିପୁରରେ ସାନି ହିଂସା: ୩ ମୃତ

ଇମ୍ଫାଲ୍‌,୨୫ା୪: ମଣିପୁରର ଉଖ୍ରୁଲ୍‌ ଜିଲାରେ ଶୁକ୍ରବାର ନାଗା ଓ କୁକି ସମ୍ପ୍ରଦାୟ ୨ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଛନ୍ତି। ହିଂସା ପ୍ରଭାବିତ ଉକ୍ତ ଜିଲାର ମୁଲ୍ଲାମ୍‌ ଗ୍ରାମ ନିକଟରେ ଏହି ହିଂସାକାଣ୍ଡ ଘଟିଥିବା ପୋଲିସ କହିଛି। ସୁରକ୍ଷା ବଳ ୨ଟି ମୃତଦେହ ଜବତ କରିଛି। ନାଗାଲାଣ୍ଡ ଏବଂ ମ୍ୟାନ୍‌ମାର ସୀମାକୁ ଲାଗିଥିବା ଉଖ୍ରୁଲ୍‌ ଜିଲାରେ ତାଙ୍ଗ୍‌ଖୁଲ୍‌ ନାଗା ସମ୍ପ୍ରଦାୟ ଅଧିକ ସଂଖ୍ୟାରେ ବସବାସ କରନ୍ତି। ସେମାନଙ୍କର କୁକି ସମ୍ପ୍ରଦାୟ ସହ ବିବାଦରୁ ହିଂସାକାଣ୍ଡ ଘଟିଛି। ମୃତକ ୨ ଜଣ ହେଲେ ଏଲ୍‌. ସିତ୍‌ଲୋଉ ଏବଂ ପି. ହାଇଲାଇ। ସେମାନଙ୍କୁ ଗୁଳିମାଡ଼ ହୋଇଛି। ଶୁକ୍ରବାର ସକାଳେ ମୁଲ୍ଲାମ ଗ୍ରାମ ନିକଟରେ ୨ ସଶସ୍ତ୍ର ଉଗ୍ରପନ୍ଥୀ ଗୋଷ୍ଠୀ ମଧ୍ୟରେ ଜୋର୍‌ଦାର ଗୁଳି ବିନିମୟ ହୋଇଥିଲା। ହିଂସାବେଳେ ଉକ୍ତ ପାର୍ବତ୍ୟାଞ୍ଚଳର ଅନେକ ଘରେ ନିଆଁ ଲଗାଇଦିଆଯାଇଛି।
ଶାନ୍ତିପୂର୍ଣ୍ଣ କୁକି ଗ୍ରାମଗୁଡ଼ିକ ଉପରେ ଏଭଳି ସଶସ୍ତ୍ର ଆକ୍ରମଣ ଭୀରୁତାର କାର୍ଯ୍ୟ ବୋଲି କୁକି ମାନବାଧିକାର ମହିଳା ସଂଗଠନ ପକ୍ଷରୁ କୁହାଯିବା ସହ ଘଟଣାକୁ ନିନ୍ଦା କରାଯାଇଛି। ନିରୀହ ଲୋକେ ଘରେ ଶୋଇଥିବାବେଳେ ଆକ୍ରମଣ ହୋଇଥିଲା ବୋଲି ଉକ୍ତ ସଂଗଠନ ଅଭିଯୋଗ କରିଛି। ଆକ୍ରମଣରେ ୨ ଜଣ କୁକି ଗ୍ରାମ ସ୍ବେଚ୍ଛାସେବୀ ନିହତ ହୋଇଛନ୍ତି, ଯେଉଁମାନେ ଉକ୍ତ ସମ୍ପ୍ରଦାୟର ସୁରକ୍ଷା ଦାୟିତ୍ୱରେ ଥିଲେ। ଘରେ ନିଆଁ ଲଗାଇଦେବାରୁ ମହିଳା ଓ ପିଲାମାନଙ୍କ ସହ ଅନେକେ ଆହତ ହୋଇଛନ୍ତି। ଗ୍ରାମବାସୀ ଆତ୍ମରକ୍ଷା ପାଇଁ ଲାଇସେନ୍ସପ୍ରାପ୍ତ ଶିକାର ବନ୍ଧୁକ ବ୍ୟବହାର କରୁଥିବାବେଳେ ଏଥିରେ ଜଣେ ଆକ୍ରମଣକାରୀ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ମେ’ରୁ ମଣିପୁରରେ ଜାତିଆଣ ହିଂସା ଦୀର୍ଘଦିନ ଲାଗି ରହିବା ସହ ୨୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେବା ପରେ ମଣିପୁରରେ ବର୍ଷେ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ପରେ ସେଠାରେ ନୂଆ ସରକାର ଗଢ଼ାହୋଇଥିବାବେଳେ ପୁଣିଥରେ ହିଂସା ମୁଣ୍ଡ ଟେକିଛି। ଗତ ୨ ସପ୍ତାହ ମଧ୍ୟରେ ସେଠାରେ ୩ଟି ହିଂସା ଘଟଣାରେ ୭ ଜଣଙ୍କ ଜୀବନ ଗଲାଣି। ଏହା ବିରୋଧରେ ମଣିପୁରର ୫ଟି ଜିଲାରେ ବିକ୍ଷୋଭ ଓ ବନ୍ଦ ପାଳନ ହୋଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri