Posted inଜାତୀୟ

ସୀମାରେ ହଠାତ୍‌ ଅନ୍ଧାର: ପଞ୍ଜାବରୁ କଶ୍ମୀର ପର୍ଯ୍ୟନ୍ତ ‘ବ୍ଲାକ୍‌ଆଉଟ୍‌’ ହାଇ ଆଲର୍ଟ, ରାତି ୧୦ଟାରେ ସାବଧାନ…!

ଚଣ୍ଡିଗଡ଼/ଶ୍ରୀନଗର,୨୪।୪: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାତିରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରର ସମସ୍ତ ଜିଲାରେ ‘ସିଭିଲ ଡିଫେନ୍ସ ଏୟାର୍‌ ରେଡ୍‌/ବ୍ଲାକଆଉଟ୍‌’ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଏହି ସମୟରେ ଲୋକମାନଙ୍କୁ ସମସ୍ତ ଆଲୋକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅମୃତସରର ରଣଜିତ ଆଭେନ୍ୟୁ ଏବଂ ଲୁଧିଆନାର ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ (PAU) ସମେତ ବିଭିନ୍ନ ଅଞ୍ଚଳରେ ରାତି ୮:୦୦ରୁ ୮:୧୫ ପର୍ଯ୍ୟନ୍ତ ବ୍ଲାକଆଉଟ କରାଯାଇଥିଲା। ରାତି ପ୍ରାୟ ୭:୫୫ରେ ପ୍ରଥମେ ସାଇରେନ ବାଜିଥିଲା ଏବଂ ଧର୍ମାନୁଷ୍ଠାନଗୁଡ଼ିକରୁ ଲୋକଙ୍କୁ ସଚେତନ କରାଯାଇଥିଲା। ସାଇରେନ ବାଜିବା ମାତ୍ରେ ବିଦ୍ୟୁତ ବିଭାଗ ପକ୍ଷରୁ ସପ୍ଲାଏ କାଟି ଦିଆଯାଇଥିଲା।

ସେହିଭଳି ଜମ୍ମୁ-କଶ୍ମୀରର ଗାନ୍ଦରବଲ ଜିଲାରେ ମଧ୍ୟ ଗୁରୁବାର ସାରେ ଏଭଳି ଅଭ୍ୟାସ କରାଯାଇଥିଲା, ଯେଉଁଥିରେ ହଠାତ ସମସ୍ତ ବଜାର ଏବଂ ସାର୍ବଜନୀନ ସ୍ଥାନ ଅନ୍ଧାର ହୋଇଯାଇଥିଲା। ଉତ୍ତରାଖଣ୍ଡର ଦେହରାଦୁନରେ ମଧ୍ୟ ରାତି ୧୦ଟାରେ ବ୍ଲାକଆଉଟ ପାଇଁ ଆଲର୍ଟ ଜାରି କରାଯାଇଥିଲା।

ଏହି ମକ ଡ୍ରିଲ୍‌ରେ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (NDRF), ଦମକଳ ବାହିନୀ, ଜିଲା ପ୍ରଶାସନ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସିଭିଲ ଡିଫେନ୍ସ ଏବଂ NCC କ୍ୟାଡେଟମାନେ ସାମିଲ ହୋଇଥିଲେ। ବାସ୍ତବ ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ସଂସ୍ଥା କିଭଳି ପରସ୍ପର ସହ ସମନ୍ବୟ ରକ୍ଷା କରି କାମ କରିବେ, ତାହା ପରଖିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏଥିରେ ସହଯୋଗ କରିବାକୁ ନିବେଦନ କରାଯାଇଥିଲା। ଅଭ୍ୟାସ ସମୟରେ ଘରର ଲାଇଟ ବନ୍ଦ କରିବା ସହ ଜେନେରେଟର, ଟର୍ଚ୍ଚ, ମହମବତୀ କିମ୍ବା ନିଆଁକାଠି ବ୍ୟବହାର ନକରିବାକୁ କୁହାଯାଇଥିଲା। ତେବେ ଏହି ସମୟରେ ଡାକ୍ତରଖାନା ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକ ଜାରି ରହିଥିଲା।

୧୫ ମିନିଟର ଏହି ଅଭ୍ୟାସ ଶେଷ ହେବା ପରେ ପୁଣି ୨ ମିନିଟ ପର୍ଯ୍ୟନ୍ତ ସାଇରେନ ବଜାଯାଇ ସ୍‌”ଅଲ କ୍ଲିଅର୍‌” (All Clear) ମେସେଜ ଦିଆଯାଇଥିଲା ଏବଂ ବିଦ୍ୟୁତ ସପ୍ଲାଏ ସ୍ବାଭାବିକ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?