ରବିଧାନ ସଂଗ୍ରହ ବୈଠକରେ ଖରିଫ୍‌ ତାତି: ଚାଷୀ ଆନ୍ଦୋଳନ ଭୟରେ ପୋଲିସ ଛାଉଣି

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ଏପର୍ଯ୍ୟନ୍ତ ଗତବର୍ଷ ଖରିଫ୍‌ରେ ଧାନ ବିକ୍ରି କରି ପାରିନାହାନ୍ତି। ଧାନବିକ୍ରି ଦାବିରେ ଜିଲାର ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଗ୍ରାମଗୁଡ଼ିକର ଚାଷୀମାନେ ଝଡ଼ବର୍ଷା, ଖରାତାତି ସହି ଗତ ମାସ ୯ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦାକରି ଦିନରାତି ଧାରଣାରେ ବସିଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ସମାଧାନ ହେବା ତ ଦୂରର କଥା ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ରବି ଧାନ ସଂଗ୍ରହ ବୈଠକରେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଯୋଗଦେଇଥିଲେ ସୁଦ୍ଧା ଧାରଣାସ୍ଥଳକୁ ଆଲୋଚନା ପାଇଁ ପହଞ୍ଚି ନ ଥିଲେ। ଅନ୍ୟପଟେ ରବି ଧାନ ସଂଗ୍ରହ ପାଇଁ ବସିଥିବା ବୈଠକରେ ଗତବର୍ଷ ଖରିଫ୍‌ ଧାନ ସଂଗ୍ରହ ଅବ୍ୟବସ୍ଥା ତଥା ଚାଷୀଙ୍କ ଧାରଣାର ତାତି ଦେଖିବାକୁ ମିଳିଥିଲା। ପୋଲିସ ଚାଷୀନେତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା, ତାହା ନୁହେଁ ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ପାରିପାର୍ଶ୍ୱିକ ଅଞ୍ଚଳ ପୋଲିସ ଛାଉଣୀ ହୋଇଥିଲା। ଅଧବାଟରୁ ପୋଲିସ ଲୋକଙ୍କୁ ଯାଞ୍ଚ କରି ସେହି ରାସ୍ତାରେ ଛାଡ଼ୁଥିବା ଦେଖିବାକୁ ମିଳିଥିଲା।
ବୈଠକ ଆରମ୍ଭରୁ ଚାଷୀଙ୍କ ଧାରଣା ପ୍ରସଙ୍ଗ ଉଠିଥିଲା। ବୈଠକରେ ଯୋଗ ଦେଇଥିବା ଚାଷୀ ପ୍ରତିନିଧି ବୀରେନ୍ଦ୍ର କର ରବି ଧାନ ସଂଗ୍ରହ ପାଇଁ ଆଲୋଚନା ହେବା ପୂର୍ବରୁ ପଞ୍ଜୀକରଣରୁ ବାଦ୍‌ ପଡ଼ି ଗତବର୍ଷ ଖରିଫ୍‌ରେ ଧାନ ବିକ୍ରି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଚାଷୀଙ୍କ ସମସ୍ୟା ସମାଧାନ କଥା ପ୍ରଥମେ ଚିନ୍ତା କରାଯାଉ ବୋଲି ନିଜ ମତ ଉପସ୍ଥାପନ କରିଥିଲେ। ଏ ନେଇ ଚାଷୀ ପ୍ରତିନିଧି କର ଏବଂ ଶାସକ ଦଳର ବିଧାୟକଙ୍କ ମଧ୍ୟରେ କିଛି ସମୟ ଧରି କଥା କଟାକଟି ହୋଇଥିଲା। ପରେ ଯେଉଁ ଚାଷୀମାନେ ପଞ୍ଜୀକରଣରୁ ବାଦ୍‌ ପଡ଼ି ଧାନ ବିକ୍ରି କରି ପାରିନାହାନ୍ତି, ସେମାନେ ବ୍ୟକ୍ତିଗତ ଭାବେ ନିଜ ଜମି ତଥା ଧାନବିକ୍ରି ପାଇଁ ଉଦ୍ଦିଷ୍ଟ କାଗଜାତ୍‌ ସହିତ ବିଭାଗୀୟ ଅଧିକାରୀଙ୍କ ପାଖକୁ ଆସିଲେ ତାହା ଯାଞ୍ଚ କରାଯିବ ଏବଂ ସେସବୁ ଠିକ୍‌ ଥିଲେ ନିଶ୍ଚୟ ଧାନ କିଣାଯିବ ବୋଲି ଶାସକ ଦଳର ବିଧାୟକମାନେ କହିଥିଲେ।
ସେହିପରି ଏଭଳି ଧାନ କିଣାବିକା ଅବ୍ୟବସ୍ଥା ନେଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବୈଠକରେ ଶାସକ ଦଳ ଏବଂ ଜିଲା ପ୍ରଶାସନକୁ କଡ଼ା ଟାର୍ଗେଟ୍‌ କରିଥିଲେ। ଚାଷୀଙ୍କ ପାଇଁ ଧାନ ସଂଗ୍ରହ କମିଟି ବୈଠକ ହେଉଛି। ଚାଷୀ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହିବା ଦରକାର। କିନ୍ତୁ ଚାଷୀ ପ୍ରତିନିଧିମାନଙ୍କୁ ଉଠାଇ ନେଇ ଅଟକ ରଖାଯାଇଛି ଏବଂ କେବେ ବାସି ପଖାଳ ଖାଉ ନ ଥିବା କିମ୍ବା ଜମିରେ ଧାନ ବୁଣୁ ନ ଥିବା ବଡ଼ବଡ଼ିଆଙ୍କ ଉପସ୍ଥିତିରେ କାହିଁକି ବୈଠକ ଚାଲିଛି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଆପଣମାନେ ମଧ୍ୟ ଆନ୍ଦୋଳନ କରି କରି ଆଜି ବିଧାୟକ ହୋଇଛନ୍ତି। କିନ୍ତୁ ଆଜି ଯେଉଁମାନେ ହକ୍‌ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ସେହି ଚାଷୀଙ୍କ ପ୍ରତି ଏତେ ହତାଦର ଏବଂ ଅଣଦେଖା କାହିଁକି ବୋଲି ଶାସକ ଦଳର ବିଧାୟକମାନଙ୍କୁ ଟାର୍ଗେଟ୍‌ କରି ପଦ୍ମପୁର ବିଧାୟିକା କହିଥିଲେ। ବୈଠକରେ ଚାଷୀଙ୍କ ସମର୍ଥନରେ ପଦ୍ମପୁର ବିଧାୟିକାଙ୍କ ଏଭଳି ରୋକ୍‌ଠୋକ୍‌ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri