Posted inଜାତୀୟ

ଆଇଏଏସ୍‌ ପୂଜା ଖେଡ୍‌କରଙ୍କ କୌଣସି ଅକ୍ଷମତା ନାହିଁ

ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍‌ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡ୍‌କରଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ୨୦୦୭ରେ ସେ ପୁଣେର କାଶିବାଇ ନବ୍‌ଲେ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡ୍‌ମିଶନ କରିଥିଲେ। ଏହି ନାମଲେଖା ବେଳେ ପୂଜା ଦାଖଲ କରିଥିବା ଡାକ୍ତରୀ ପ୍ରମାଣପତ୍ରରେ ତାଙ୍କର ଶାରୀରିକ ଅକ୍ଷମତା ଥିବା ନେଇ କୌଣସି ତଥ୍ୟ ଉଲ୍ଲେଖ କରି ନ ଥିଲେ। ଓବିସି(ନନ୍‌ କ୍ରିମି ଲେୟାର) କୋଟା ବ୍ୟବହାର କରି ସେ ନାମ ଲେଖାଇଥିବା କାଶିବାଇ ନବ୍‌ଲେ ମେଡିକାଲ କଲେଜର ନିର୍ଦ୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି। ତେବେ ୟୁପିଏସ୍‌ସି ଦ୍ୱାରା ପରିଚାଳିତ ପ୍ରକ୍ରିୟା ସମୟରେ ତାଙ୍କର ଅନେକ ଅକ୍ଷମତା ଥିବା ପୂଜା ଦର୍ଶାଇଥିଲେ, ଯାହାକୁ ନେଇ ବିବାଦ ଜାରି ରହିଛି।
ଅନ୍ୟପକ୍ଷରେ ବିଭିନ୍ନ ବିବାଦରେ ଘେରି ହୋଇ ରହିଥିବା ଏହି ଟ୍ରେନି ଆଇଏଏସ୍‌ ଅଫିସର ସୋମବାର ମୁହଁ ଖୋଲିଛନ୍ତି। ମିଡିଆ ଟ୍ରାଏଲ କରାଯାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଉଦ୍ୟମ ହେଉଛି। ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ଦିନେ ନା ଦିନେ ସତ୍ୟ ସାମ୍‌ନାକୁ ଆସିବ ବୋଲି ପୂଜା ଦ୍ରୁଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂଜା ପୁଣେର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ସରକାରୀ ଗାଡ଼ି, ଭିଆଇପି ନମ୍ବର ପ୍ଲେଟ୍‌, ରହିବା ପାଇଁ ଘର, ପର୍ଯ୍ୟାପ୍ତ ଷ୍ଟାଫ୍‌ ଓ ଜଣେ କନ୍‌ଷ୍ଟେବଳ ଦାବି କରି ବିବାଦ ଘେରକୁ ଆସିଥିଲେ। କ୍ଷମତାର ଏପରି ଅପବ୍ୟବହାର ଯୋଗୁ ତାଙ୍କୁ ଓ୍ବାଶିମ୍‌ ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri