Posted inଖେଳ

ଟି-୨୦ ବିଶ୍ୱକପ୍‌ ଜିତିବା ପରେ ପଡ଼ିଆରେ ଡ୍ୟାନ୍ସ କଲେ ବିରାଟ, ଅର୍ଶଦୀପ

ବାର୍ବାଡୋସ୍‌,୩୦ା୬: ଭାରତ ଟି-୨୦ ବିଶ୍ୱକପ୍‌ ୨୦୨୪ ଟ୍ରଫି ଜିତିଛି। ବୃହତ ବିଜୟ ପରେ ଭାରତ ବର୍ତ୍ତମାନ ଦୁଇଟି ଟି-୨୦ ବିଶ୍ୱକପ୍‌ ଟାଇଟଲ୍‌ ହାତେଇଛି। ଟି-୨୦ ବିଶ୍ୱକପ୍‌ ୨୦୨୪ର ଅନ୍ତିମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ଭାରତ ପରାସ୍ତ କରିଥିଲା। ଏହି ବିଜୟ ପରେ ପ୍ରତ୍ୟେକ ଭାରତୀୟ ଖୁସିରେ ବିଭୋର ହୋଇପଡ଼ିଛନ୍ତି। ବାର୍ବାଡୋସ୍‌ର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ମଧ୍ୟ ଠିକ୍‌ ସେମିତି ଝଲକ ଦେଖିବାକୁ ମିଳିଥିଲା। ଫାଇନାଲ ଜିତିବା ପରେ ଅର୍ଶଦୀପ ସିଂ ଏବଂ ବିରାଟ କୋହଲି ପଡ଼ିଆ ମଝିରେ ଭାଙ୍ଗ୍‌ଡ଼ା ନାଚ କରୁଥିବା ଦେଖିବାକୁ ମିଳିଥିଲା।

ବେକରେ ପଦକ ପିନ୍ଧି ଅର୍ଶଦୀପ  ଏବଂ କୋହଲି ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲର ବିଜୟକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ଯେଉଁଥିରେ ଉଭୟ ଭାଙ୍ଗଡ଼ା ଡ୍ୟାନ୍ସ କରିଥିଲେ। ତାଙ୍କ ନିକଟରେ ଅକ୍ଷର ପଟେଲ, ମହମ୍ମଦ ସିରାଜ, ରିଙ୍କୁ ସିଂ ଏବଂ ଖଲିଲ ଅହମ୍ମଦ ମଧ୍ୟ ପରସ୍ପର ସହିତ ଷ୍ଟେପ୍‌ କରୁଥିବା ଦେଖିବାକୁ ମିଳିଥିଲା।

ଟି -୨୦ ବିଶ୍ୱକପ୍‌ରେ ଅର୍ଶଦୀପ ଚମତ୍କାର ବୋଲିଂ କରିଥିଲେ। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରୁ ତାଙ୍କୁ ପ୍ରଶଂସା କରାଯାଇଥିଲା। ଯେତେବେଳେ ଅଧିନାୟକ ରୋହିତ ଶର୍ମା ଗୋଟିଏ ଉଇକେଟ୍‌ ଆବଶ୍ୟକ କରନ୍ତି, ସେତେବେଳେ ଅର୍ଶଦୀପ ତାଙ୍କ ପାଇଁ ଉଇକେଟ୍‌ ନେଉଥିଲେ। ଅର୍ଶଦୀପ ଟି-୨୦ ବିଶ୍ୱକପ୍‌ ୨୦୨୪ରେ ୮ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ୮ଟି ମ୍ୟାଚ୍‌ରେ ସେ ୧୭ଟି ଉଇକେଟ୍‌ ନେଇଥିଲେ। ଏହି ସିଜିନର ଟୁର୍ନାମେଣ୍ଟରେ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ହେଉଛି ୯ ରନ୍‌ ପାଇଁ ୪ ଉଇକେଟ୍‌। ଯାହା ସେ ଆମେରିକା ବିପକ୍ଷରେ ନେଇଥିଲେ।

ବିରାଟ କୋହଲି ଟି-୨୦ ବିଶ୍ୱକପ୍‌ ୨୦୨୪ର ଅନ୍ତିମ ମ୍ୟାଚ୍‌ରେ ଲୋକଙ୍କ ଆଶା ପୂରଣ କରିଥିଲେ। ତାଙ୍କ ବ୍ୟାଟରୁ ସେମିଫାଇନାଲ ମ୍ୟାଚ୍‌ ପର୍ଯ୍ୟନ୍ତ କୌଣସି ବଡ଼ ଇନିଂସ ଦେଖିବାକୁ ମିଳି ନ ଥିଲା। କିନ୍ତୁ ପ୍ରଶଂସକ ଏବଂ ଭେଟେରାନ ଖେଳାଳିମାନେ ବିଶ୍ୱାସ କରୁଥିଲେ ଯେ, କୋହଲି ଫାଇନାଲରେ ତାଙ୍କ ବ୍ୟାଟ୍‌ରେ ଏକ ବିସ୍ଫୋରଣ ସୃଷ୍ଟି କରିବେ। ଏହା ହିଁ ଘଟିଲା। ଟି -୨୦ ବିଶ୍ୱକପ୍‌ ୨୦୨୪ରେ ବିରାଟ କୋହଲି ୧୧୨.୬୮ ହାରରେ ୮ଟି ମ୍ୟାଚ୍‌ରେ ୧୫୧ ରନ୍‌ ସଂଗ୍ରହ କରିଥିଲେ। ଯେଉଁଥିରେ ଫାଇନାଲ ମ୍ୟାଚ୍‌ରେ ସେ ୧୨୮.୮୧ର ଷ୍ଟ୍ରାଇକ ହାରରେ ୫୯ ବଲ୍‌ରେ ୭୬ ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri