ପାନୀୟ ଜଳ ବଦଳରେ ଆସୁଛି ଦୂଷିତ ପାଣି

ପଟ୍ଟାମୁଣ୍ଡାଇ,୨୩ା୬(କଳ୍ପତରୁ ନାୟକ): ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ଏଥିପାଇଁ ଅନେକ କୋଟି ଟଙ୍କା ବ୍ୟୟ କରାଯାଇ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ହେଲେ ଅଧିକାଂଶ ସ୍ଥାନରେ ଯୋଜନା ନାମରେ ଅର୍ଥ ବାଟମାରଣା କରାଯାଉଥିବାରୁ ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସଫଳ ରୂପାୟନ ହୋଇପାରୁ ନାହିଁ । ଏହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ ଅଢାଖଣ୍ଡ ଗ୍ରାମରେ ା ଉକ୍ତ ଅଞ୍ଚଳରେ ଥିବା ପାନୀୟ ଜଳ ପ୍ରକଳ୍ପରୁ ଦୂଷିତ ଗୋଳିଆ ପାଣି ଆସୁଥିବାରୁ ତାହା ପାନୀୟ ଉପଯୋଗୀ ହେଉନାହିଁ । ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ । ତୁରନ୍ତ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ସୂଚନା ଅନୁଯାୟୀ, ୨୦୦୮-୦୯ ଆର୍ଥିକ ବର୍ଷରେ ନରସିଂହପୁର ପଞ୍ଚାୟତ ଅଠରବାଟିଆ ଗ୍ରାମରେ ଏକ ପାନୀୟ ଜଳ ନିର୍ମାଣ କରାଯାଇ ଅଠରବାଟିଆ, ଅଇନିପଡା ଓ ଅଢାଖଣ୍ଡ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କରାଯାଉଥିଲା । ମାତ୍ର ୧ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଅଢାଖଣ୍ଡ ଗ୍ରାମରେ ଏକ ନୂତନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ା ସେଥିରେ ପୁରୁଣା ପିଭିସି ପାଇପ୍‌ ବ୍ୟବହାର କରାଯାଇ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଗଲା । ମାତ୍ର ଉକ୍ତ ପାଇପ ବହୁଦିନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫାଟି ଯାଇଛି । ଫଳରେ ନର୍ଦ୍ଦମା ଓ ଗୋଳିଆ ପାଣି ପାଇପ୍‌ରେ ପ୍ରବେଶ କରି ଏ ସମସ୍ୟା ସୃଷ୍ଟି କରୁଛି ା ଅଧିକାଂଶ ସମୟରେ ଗୋଳିଆ ଓ ପଚା ପାଣି ଆସୁଛି ା ସେହିପାଣିରେ ପୋକ ବି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ପ୍ରାୟ ୫ ଶହ ପରିବାର ଉକ୍ତ ପ୍ରଳଳ୍ପରୁ ପାଣି ବ୍ୟବହାର କରୁଛନ୍ତି ା ସେମାନେ ବାରମ୍ବାର ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ। ଗ୍ରାମରେ ୬ଟି ନଳକୂପ ଥିବାବେଳେ କେଉଁ ନଳକୂପରୁ ପାଣି ବାହାରୁଛି ତ ଆଉ କେଉଁ ନଳକୂପରୁ ପାଣି ବାହାରୁ ନାହିଁ ା ଫଳରେ ଅନ୍ୟ କୌଣସି ଉପାୟ ନ ପାଇ ଗ୍ରାମବାସୀ ସେହି ପାଣିକୁ ଛାଣି ଫୁଟାଇ ବ୍ୟବହାର କରି ନିଜର ଶୋଷ ମେଣ୍ଟାଉଛନ୍ତି ା ଉକ୍ତ ପ୍ରକଳ୍ପକୁ ତୁରନ୍ତ ମରାମତି କରିବା ସହିତ ନୂଆ ପାଇପ୍‌ ଲାଇନ ପକାଇ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ରାଜେନ୍ଦ୍ର ନାରାୟଣ ଦାଶ, ରାହାସ ବିହାରୀ ଦାଶ, ଭଗବାନ ଗିରି, କାଙ୍ଗାଳି ମଲିକ, ଦିବାକର ମଲିକ, କୁଳମଣି ପରିଡା, ଯୁବତୀ ମଲିକ, ଅହଲ୍ୟା ପାଢୀ, ନିର୍ଝରିଣୀ ପଣ୍ଡା ପ୍ରମୁଖ ଦାବି କରିଛନ୍ତି ା ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ ପଚାରିବାରୁ ଗତ ୩ ଦିନ ପୂର୍ବେ ଗୋଳିଆ ପାଣି ଆସୁଥିଲା ା ମରାମତି କରାଯାଇଛି । ଅନ୍ୟ ସ୍ଥାନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri