ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି। ଜାତିସଂଘର ଏକ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ଦୁଇ ରାଜ୍ୟ ସମାଧାନକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ଫଳରେ ପାଲେଷ୍ଟାଇନର ଲୋକମାନେ ନିରାପଦ ସୀମା ମଧ୍ୟରେ ଏକ ସ୍ବାଧୀନ ଦେଶରେ ରହିପାରିବେ। ମିଳିତ ଜାତିସଂଘରେ ପାଲେଷ୍ଟାଇନର ଆବେଦନକୁ ପୁନଃବିଚାର କରିବା ବିଷୟରେ ସେ କହିଥିଲେ। ଭାରତର ଏହି ପଦକ୍ଷେପ ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ରାଜ୍ୟକୁ ବିପଦ ଭାବରେ ଦେଖୁଛନ୍ତି।
ଜାତିସଂଘର ସଦସ୍ୟତା ପାଇଁ ପାଲେଷ୍ଟାଇନ ନିକଟରେ ଆବେଦନ କରିଥିଲା, ଯାହା ଆମେରିକାର ଭିଟୋ କାରଣରୁ ପାସ ହୋଇପାରି ନ ଥିଲା ନାହିଁ। କାମ୍ବୋଜ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ ଉପଯୁକ୍ତ ସମୟରେ ଏହାର ପୁନର୍ବିଚାର କରାଯିବ ଏବଂ ମିଳିତ ଜାତିସଂଘର ସଦସ୍ୟ ହେବା ପାଇଁ ପାଲେଷ୍ଟାଇନର ଉଦ୍ୟମକୁ ସମର୍ଥନ କରାଯିବ।
ଏହି ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମଧ୍ୟ ହମାସକୁ ନିନ୍ଦା କରିଛନ୍ତି। ଅକ୍ଟୋବର ୭, ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦକୁ ଯଥାର୍ଥ ବିବେଚନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ରହିଆସିଛି। ଆମେ ମଧ୍ୟ ସମସ୍ତ ବନ୍ଧକଙ୍କୁ ସର୍ତ୍ତମୂଳକ ମୁକ୍ତ କରିବାକୁ ଦାବି କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri